ETV Bharat / city

ଚୂଡାନ୍ତ ତାଲିକା ପରେ କଂଗ୍ରେସ କୋର୍ଟର ଆଶ୍ରୟ ନେବ: PCC ସଭାପତି

ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ସାରା ରାଜ୍ୟରେ ଜାରି ରହିଛି ବିରୋଧୀ ଓ ଆଶାୟୀ ପ୍ରାର୍ଥୀଙ୍କ ଅଭିଯୋଗ ପ୍ରତିଅଭିଯୋଗ । ବିଶେଷ କରି ପଛୁଆ ବର୍ଗଙ୍କ ସଂରକ୍ଷଣକୁ ନେଇ ସରକାର ବିରୋଧୀ ମୁହାଁମୁହିଁ ଅଛନ୍ତି । ଅଧିକ ପଢନ୍ତୁ

author img

By

Published : Jan 3, 2022, 7:14 PM IST

Pcc ସଭାପତି
Pcc ସଭାପତି

ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ସାରା ରାଜ୍ୟରେ ଜାରି ରହିଛି ବିରୋଧୀ ଓ ଆଶାୟୀ ପ୍ରାର୍ଥୀଙ୍କ ଅଭିଯୋଗ ପ୍ରତିଅଭିଯୋଗ । ବିଶେଷ କରି ପଛୁଆବର୍ଗଙ୍କ ସଂରକ୍ଷଣ (obc reservation)କୁ ନେଇ ସରକାର ବିରୋଧୀ ମୁହାଁମୁହିଁ ସ୍ଥିତିରେ ।

ଏବେ ପୁଣି ଆଦିବାସୀଙ୍କ ସଂରକ୍ଷଣକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ । ରାଜ୍ୟର ଆଦିବାସୀବର୍ଗଙ୍କୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦିଆଯାଇ ନଥିବାରୁ ଜିଲ୍ଲାବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି । ଏପରି ସ୍ଥଳେ ଆଜି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ (Odisha pcc President Niranjan Patnaik) ମଧ୍ୟ ଆଇନର ଆଶ୍ରୟ କଂଗ୍ରେସ ନେବ ବୋଲି ଘୋଷଣା କରିଛନ୍ତି ।

ଚୂଡାନ୍ତ ତାଲିକା ପରେ କଂଗ୍ରେସ କୋର୍ଟର ଆଶ୍ରୟ ନେବ: PCC ସଭାପତି

ନିରଞ୍ଜନ କହିଛନ୍ତି ସରକାର ଆଦିବାସୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ଅନ୍ୟାୟ କରିଛନ୍ତି । କଂଗ୍ରେସ ଏହାର ଦୃଢ ବିରୋଧ କରୁଛି । 7 ତାରିଖରେ ଚୂଡାନ୍ତ ତାଳିକା ପ୍ରକାଶ ପାଇବା ପରେ ଦଳ କୋର୍ଟର ଆଶ୍ରୟ ନେବ । ଦଳ ଦାବି କରିଛି ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବ୍ୟବସ୍ଥାକୁ ସଜାଡି ଆଦିବାସୀଙ୍କ ପାଇଁ ନିୟମ ଅନୁଯାୟୀ ସଂରକ୍ଷଣ ଦେବାକୁ ଦାବି କରିଛି ।

ସେହିପରି ନିରଞ୍ଜନ କହିଛନ୍ତି ପଞ୍ଚାୟତରାଜ ସଚିବଙ୍କୁ ଚିଠି ଲେଖି କଂଗ୍ରେସ ନିଜର ଆପତ୍ତି ଅଭିଯୋଗ ଦାବି ଜଣାଇ ଦେଇଛନ୍ତି । ସରକାର ମାତ୍ର 7 ଟି ଜିଲ୍ଲାରେ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ଅନ୍ୟ 23 ଟି ଜିଲ୍ଲାରେ ସଂରକ୍ଷଣ କରିନାହାଁନ୍ତି । ଯାହାକୁ ନେଇ ଏବେ ବଢୁଛି ବିବାଦ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.