ETV Bharat / city

କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କଂଗ୍ରେସର ସ୍ବାଗତ, ଗଡକରୀଙ୍କୁ ଧନ୍ୟବାଦ ଦେଲେ ସୁର

author img

By

Published : Aug 8, 2021, 5:27 PM IST

ଓଡ଼ିଶାରେ ୩୪୮ କିମି କୋଷ୍ଟାଲ ହାଇୱେ ନେଇ ମିଳିଛି ଗ୍ରୀନ ସିଗନାଲ । ଗଡକରୀଙ୍କୁ ଧନ୍ୟବାଦ ଦେଲେ ସୁର । ଅଧିକ ପଢନ୍ତୁ...

କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କଂଗ୍ରେସର ସ୍ବାଗତ, ଗଡକରୀଙ୍କୁ ଧନ୍ୟବାଦ ଦେଲେ ସୁର
କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କଂଗ୍ରେସର ସ୍ବାଗତ, ଗଡକରୀଙ୍କୁ ଧନ୍ୟବାଦ ଦେଲେ ସୁର

ଭୁବନେଶ୍ବର: ଦୀର୍ଘ ୬ ବର୍ଷରୁ ଅଧିକ ସମୟ ଧରି ରାଜନୈତିକ ଟଣାଓଟରା ଏବଂ ତର୍କ ବିତର୍କ ପରେ ଆରମ୍ଭ ହେବାକୁ ଯାଉଛି ଓଡିଶାର ବହୁ ପ୍ରତୀକ୍ଷିତ କୋଷ୍ଟାଲ ହାଇୱେ । ପ୍ରକଳ୍ପର ନକ୍ସାକୁ ଅନୁମୋଦନ ସହ ନିର୍ମାଣକୁ ଅନୁମତି ଦେଇଛନ୍ତି ରାଜ୍ୟସରକାର । ଭାରତମାଳା ପରିଯୋଜନାରେ ଆରମ୍ଭ ହେବାକୁ ଯାଉଥିବା ଏହି ପ୍ରକଳ୍ପକୁ ସ୍ବାଗତ କରିଛି ରାଜ୍ୟ କଂଗ୍ରେସ ।

ସମୁଦ୍ର କୂଳକୁ ନେଇ ବଡ଼ ବଡ଼ ଦେଶ ଉନ୍ନତି କରିଛି । ଓଡ଼ିଶାରେ ୩୪୮ କିମି କୋଷ୍ଟାଲ ହାଇୱେ ନେଇ ମିଳିଛି ଗ୍ରୀନ ସିଗନାଲ । ଏହା ଅତ୍ୟନ୍ତ ଆନନ୍ଦର ବିଷୟ। ଏଥିପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । କୋଷ୍ଟାଲ ହାଇୱ ନିର୍ମାଣ ଫଳରେ ଗମନାଗମନର ସୁବିଧା ହେବ । ଉପକୂଳ ଅଞ୍ଚଳ ଗୁଡିକର ଉନ୍ନତି ହେବ। ଓଡ଼ିଶାର ଉପକୂଳ ସାରା ପୃଥିବୀରେ ବଡ଼ ତେଣୁ ଉପକୂଳ ଦେଇ ଏତେ ବଡ ରାସ୍ତା ରାଜ୍ୟର ମଧ୍ୟ ଉନ୍ନତି କରିବ ବୋଲି କହିଛନ୍ତି ସୁର ।

କୋଷ୍ଟାଲ ହାଇୱେ ଖୋର୍ଦ୍ଧା ଟାଙ୍ଗୀରୁ ବାହାରି ବ୍ରହ୍ମଗିରି- ସାତପଡ଼ା-ପୁରୀ-କୋଣାର୍କ-ଅସ୍ତରଙ୍ଗ-ନାଉଗାଁ-ପାରାଦୀପ ବନ୍ଦର-ରତନପୁର-ସାତଭାୟା-ଧାମରା-ବାସୁଦେବପୁର-ତାଳପଦ-ଚାନ୍ଦିପୁର-ଚନ୍ଦନେଶ୍ ର ହୋଇ ଦୀଘା ପର୍ଯ୍ୟନ୍ତ ଯିବ । ସର୍ବମୋଟ ୩୪୭.୮୧୯ କିମିର ଏହି ରାସ୍ତା ହେବ । ପ୍ରଥମ ପର୍ଯ୍ୟାୟରେ ଟାଙ୍ଗୀରୁ ରତନପୁର ପର୍ଯ୍ୟନ୍ତ ୧୭୭.୧୧୯ କିମି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ରତନପୁରରୁ ଦୀଘା‌ ପର୍ଯ୍ୟନ୍ତ ୧୭୦.୭୦୦ କିମି ଏହି ରାସ୍ତା ନିର୍ମାଣ ହେବ । ଏହି ରାସ୍ତା ଓଡ଼ିଶାର ୬ଟି ଉପକୂଳବର୍ତ୍ତୀ ଜିଲ୍ଲା ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଦେଇ ଯିବ । ଏଥିରେ ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.