ETV Bharat / city

2024 ପାଇଁ ପ୍ରସ୍ତୁତ କଂଗ୍ରେସ, ଦଳରେ ନାହିଁ ଅନ୍ତଃକନ୍ଦଳ: ପିସିସି ସଭାପତି - return to power in 2024 Congress

ଆସନ୍ତା 2024 ରେ ରାଜ୍ୟରେ ସରକାର ଗଠନ କରିବ କଂଗ୍ରେସ । ନୂଆ ସଭାପତି ଦାୟିତ୍ବ ଶରତ ପଟ୍ଟନାୟକ (Pcc President Sarat Patnaik) ହେବା ପରେ ପୁରା ଦମର ସହ କଂଗ୍ରେସ ସଂଗଠନ ସଜାଡିବାରେ ଲାଗିଛି । କଂଗ୍ରେସ ନେତା କର୍ମୀ, ଛାମୁଆ ସଂଗଠନ ଏକ ହୋଇ ଦଳକୁ ବନବାସରୁ ଫେରାଇ ଆଣିବେ ବୋଲି ଅଣ୍ଟା ଭିଡିଛନ୍ତି । ଅଧିକ ପଢନ୍ତୁ

ଚବିଶ ପାଇଁ ପ୍ରସ୍ତୁତ କଂଗ୍ରେସ, ଦଳରେ ନାହିଁ ଅନ୍ତଃକନ୍ଦଳ: ପିସିସି ସଭାପତି

author img

By

Published : Aug 20, 2022, 7:55 PM IST

ଭୁବନେଶ୍ବର: ଆସନ୍ତା 2024 ରେ ରାଜ୍ୟରେ ସରକାର ଗଠନ କରିବ କଂଗ୍ରେସ । ନୂଆ ସଭାପତି ଦାୟିତ୍ବ ଶରତ ପଟ୍ଟନାୟକ (Pcc President Sarat Patnaik) ହେବା ପରେ ପୁରା ଦମର ସହ କଂଗ୍ରେସ ସଂଗଠନ ସଜାଡିବାରେ ଲାଗିଛି । କଂଗ୍ରେସ ନେତା କର୍ମୀ, ଛାମୁଆ ସଂଗଠନ ଏକ ହୋଇ ଦଳକୁ ବନବାସରୁ ଫେରାଇ ଆଣିବେ ବୋଲି ଅଣ୍ଟା ଭିଡିଛନ୍ତି । ଏନେଇ ଦଳର ବରିଷ୍ଠ ନେତା ଅନନ୍ତ ସେଠୀ ସୂଚନା ଦେଇଛନ୍ତି ।

ଚବିଶ ପାଇଁ ପ୍ରସ୍ତୁତ କଂଗ୍ରେସ, ଦଳରେ ନାହିଁ ଅନ୍ତଃକନ୍ଦଳ: ପିସିସି ସଭାପତି

ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ କହିଛନ୍ତି, ‘‘ରାଜ୍ୟ କଂଗ୍ରେସରେ ସବୁକିଛି ଠିକଠାକ ଚାଲିଛି । 2024 ନିର୍ବାଚନ ପାଇଁ ଦଳ ତୃଣମୂଳସ୍ତରରୁ ପ୍ରସ୍ତୁତ ହେଉଛି । ସଂଗଠନ ସୁଦୃଢ ପାଇଁ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଠାରୁ ସେବାଦଳ ସମେତ ବରିଷ୍ଠ ନେତୃବୃନ୍ଦ ଏକାଠି ହୋଇଛନ୍ତି ।" 2024 ରେ ଦଳ 9 ରୁ 90 ଆସନ ପାଇଁ ପ୍ରୟାସ କରିବ ବୋଲି କହିଛନ୍ତି ଅନନ୍ତ ସେଠୀ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ଏକାଠି ଲଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହାସହ ଦଳ ବନବାସରୁ ଫେରି ଶାସନ କରିବ ବୋଲି କହିଛନ୍ତି ।

ସେପେଟ ଦଳର ବରିଷ୍ଠ ବିଧାୟକ ସୁର ରାଉତ (Senior Congress MLA Sura Routray) କହିଛନ୍ତି, କଂଗ୍ରେସ ଏକାଠି ଅଛି । ରାଜୀବ ଗାନ୍ଧୀଙ୍କ ଜୟନ୍ତୀ (Rajiv Gandhi Jayanti) ରେ ଶପଥ ନେଇଛୁ । ଦଳକୁ ସୁଦୃଢ କରି ସରକାର ଗଠନ କରିବୁ । ଏଥିପାଇଁ ପୁରା ଏକାଠି ହୋଇଛି । ଦଳରେ କୌଣସି ଅସନ୍ତୋଷ ନାହିଁ ।

ତେବେ ଏହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଦଳରେ କୌଣସି ମତଭେଦ ନାହିଁ । ସଂଗଠନ ସୁଦୃଢ ପାଇଁ କାର୍ଯ୍ୟକ୍ରମ ଚାଲିଛି । କୌଣସି ବିଧାୟକ ନେତା ଅସନ୍ତୁଷ୍ଟ ନାହାଁନ୍ତି । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଦଳ ସହ ରହିଛନ୍ତି ବୋଲି କହିଛନ୍ତି ଶରତ । କିନ୍ତୁ ମୋକିମ ରାଷ୍ଟ୍ରପତି ନିର୍ବାଚନ ବେଳେ ଦଳ ବିରୋଧରେ ଯାଇ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବା ପ୍ରଶ୍ନରେ ଶରତ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନରେ କୌଣସି ହ୍ବିପ ନଥାଏ । କିଏ କାହାକୁ ଭୋଟ ଦେବ ତାହା ସଦସ୍ୟମାନଙ୍କ ବିବେକ ଉପରେ ନିର୍ଭର କରେ । ତେଣୁ ମୋକିମ ବିରୋଧୀ ପ୍ରାର୍ଥୀଙ୍କୁ ଭୋଟ ଦେଲେ ମଧ୍ୟ ଦଳ ସହ ରହିଛନ୍ତି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଅର୍ଥାତ ରାଷ୍ଟ୍ରପତି ନିର୍ବାଚନରେ ଦଳ ବିରୋଧରେ ଯାଇ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ମୋକିମଙ୍କ ବିରୋଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ଶରତ ତାହାର ସଂକେତ ଦେଇଛନ୍ତି ।

ଦେଖିବାର କଥା ସଂଗଠନକୁ ନେଇ କଂଗ୍ରେସର ଏହି ଶାଣିତ ସ୍ବରରେ କେତେ ଶକ୍ତି ଅଛି, ଦଳ କେତେ ସୁଦୃଢ ହେଉଛି । ଦଳ ବନବାସରୁ ଫେରୁଛି ନା ବନବାସ ଲମ୍ବା ହେଉଛି ଏବେ ତାରି ଉପରେ ନଜର ।

ଲାଲ ମୋହନ ପଣ୍ଡା, ତାପସ ପରିଡା ଓ ଦେବସ୍ମିତା ରାଉତ , ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.