ଭୁବନେଶ୍ବର: ନୀଳାଚଳ ଇସ୍ପାତ ନିଗମ ନେଇ କଂଗ୍ରେସର ପ୍ରେସମିଟ । ନୀଳାଚଳ ଇସ୍ପାତ ନିଗମ ପୁଞ୍ଜି ପ୍ରତ୍ୟାହାର ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚାଲିଛି ବୁଝାମଣା । ଯାହାକୁ ନେଇ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।
କଂଗ୍ରେସର କହିବା କଥା ହେଲା ଏଠାରେ ଭାରତୀୟ ସରକାରଙ୍କ ଜମି ସରକାର ଚାଲିଛି । 5 ହଜାର କର୍ମଚାରୀ 7 ମାସ ହେଲା ଦରମା ପାଇନାହାଁନ୍ତି । 110 ମିଲିଅନ ଟନ ଲୁହାପଥର ଖଣି ରହିଛି । ଯାହା ଉପରେ ନଜର ରହିଛି । 2019ରୁ ଏଥିରୁ ଉତ୍ତୋଳନ ଆରମ୍ଭ ହେଲାଣି । କଂଗ୍ରେସ ସମୟରେ 1982ରେ ଆରମ୍ଭ ହୋଇଥିଲା ନୀଳାଚଳ । ଜାଣିଶୁଣି ଏହାର ଉତ୍ପାଦନ କମାଇଲେ । ବିକିବା ପାଇଁ କମ୍ପାନୀର ମୂଲ୍ୟାୟନ 5200 କୋଟି ଟଙ୍କାର କରାଯାଇଛି ।
ଖଣିର ମୂଲ୍ୟ ପ୍ରାୟ 20 ହଜାର କୋଟି । 2600 ଏକର ଜମି ରହିଛି । ଅଧିକ କମିଶନ ପାଇବା ପାଇଁ ବିକ୍ରି ମସୁଧା କରୁଛି କେନ୍ଦ୍ର । ଭୟରେ ରାଜ୍ୟ ସରକାର କିଛି କହୁନାହାଁନ୍ତି । କେନ୍ଦ୍ର ରାଜ୍ୟ ସରକାର ଯଦି ଓଡିଶାର ସ୍ୱାର୍ଥ ଚାହାନ୍ତି ନୀଳାଚଳକୁ କଂସାରୀ ହାତକୁ ନଦେଇ ତୁରନ୍ତ ସେଲ ହାତକୁ ଦିଆଯାଉ । ରାଜ୍ୟ ସରକାରଙ୍କ ଅଂଶଧନ ରଖିଥିବା କମ୍ପାନୀ ଓଏମସି ଓ ଇପିକଲ ଏହାକୁ କିଣନ୍ତୁ । ରାଜ୍ୟ ସରକାର ଗ୍ୟାରେଣ୍ଟର ହୋଇ କମ୍ପାନୀ ଚଳାନ୍ତୁ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ