ETV Bharat / city

ରାଜ୍ୟରେ ଆଦିବାସୀଙ୍କ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ - ରାଜ୍ୟରେ ଆଦିବାସୀଙ୍କ ସ୍ବାର୍ଥକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଟ୍ରାଇବାଲ ଆଡଭାଇଜରି କାଉନସିଲକୁ କ’ଣ ପାଇଁ ସ୍ଥାଣୁ କରି ରଖିଛନ୍ତି ବୋଲି ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । ଅଧିକ ପଢନ୍ତୁ

ରାଜ୍ୟରେ ଆଦିବାସୀଙ୍କ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

author img

By

Published : Jun 29, 2022, 6:30 PM IST

ଭୁବନେଶ୍ବର: ରାଜ୍ୟରେ ଆଦିବାସୀଙ୍କ ସ୍ବାର୍ଥକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଟ୍ରାଇବାଲ ଆଡଭାଇଜରି କାଉନସିଲକୁ କ’ଣ ପାଇଁ ସ୍ଥାଣୁ କରି ରଖିଛନ୍ତି, ତାର ଉତ୍ତର ରଖିବାକୁ ସରକାରଙ୍କୁ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛି କଂଗ୍ରେସ । କଂଗ୍ରେସ କହିଛି, ‘‘ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଗଲା, ଏହା ଏକ ରାଜନୈତିକ ପ୍ରକ୍ରିୟା । ଏହାକୁ ବିଜେଡି ସମର୍ଥନ କରିଛି । କିନ୍ତୁ, ଦୁଃଖର ବିଷୟ ଏଭଳି ସ୍ଥିତିରେ କଂଗ୍ରେସ ଉପରେ ଆଙ୍ଗୁଠି ଉଠାଇଛି ଦୁଇ ଦଳ । ଓଡ଼ିଶାରେ ଆଦିବାସୀଙ୍କ ସଂଖ୍ୟା ଢେର ଅଧିକ ଥିବା ବେଳେ ପ୍ରତ୍ୟେକ ୫ ଜଣରେ ଜଣେ ଆଦିବାସୀ ଅଟନ୍ତି । ରାଜ୍ୟରେ ଏକ କୋଟି ଆଦିବାସୀଙ୍କ ସହ ଏମାନେ ବିଶ୍ବାସ ଘାତକ କରିଛନ୍ତି । ରାଜ୍ୟରେ ଆଦିବାସୀଙ୍କ ବିକାଶ ପାଇଁ ଯାହାକିଛି କାମ କରାଯିବ, ତାହାପାଇଁ Tribe Advisory Council ରହିଛି । ମୁଖ୍ୟମନ୍ତ୍ରୀ ନିଜେ ତାର ଅଧ୍ୟକ୍ଷ ଥିବା ବେଳେ ପରିତାପର ବିଷୟର ଏହି Councilର ଗଠନ ହୋଇପାରି ନାହିଁ କିମ୍ବା ୫ ବର୍ଷ ହେଲା ମିଟିଙ୍ଗଟିଏ ମଧ୍ୟ ହୋଇନାହିଁ ।’’

ରାଜ୍ୟରେ ଆଦିବାସୀଙ୍କ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଏହି ସମ୍ମିଳନୀରେ କଂଗ୍ରେସ ଗଣମାଧ୍ୟମ ସେଲ ସଂଯୋଜକ ସତ୍ୟ ପ୍ରକାଶ ନାୟକ କହିଥିଲେ, ‘‘୨୨ ବର୍ଷ ଭିତରେ ୪୪ ଥର ମିଟିଙ୍ଗ ହେବା କଥା । କେନ୍ଦ୍ର ସରକାର ମଧ୍ୟ ଏଦିଗରେ ଧ୍ୟାନ ଦେଇନାହାନ୍ତି । ଏବେ ପ୍ରଶ୍ନ ଉଠୁଛି କାହିଁକି ନବୀନ ବାବୁ ଏହି Councilକୁ ବନ୍ଦ କରି ରଖିଛନ୍ତି ? ବିଜେପିର ରାଜ୍ୟ ସଭାପତି କିଛିଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ଗାଳି ଦେଲେ । କିନ୍ତୁ, ନରେନ୍ଦ୍ର ମୋଦିଙ୍କୁ ତା’ ପୂର୍ବରୁ ପଚାରିବା ଦରକାର । ଓଡ଼ିଶାରେ ୨୨ ପ୍ରତିଶତ ଆଦିବାସୀ ରହିଛନ୍ତି । କିନ୍ତୁ, ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ଗତ ଦୁଇ ବର୍ଷ ହେଲା ଟଙ୍କାଟିଏ ଦେଇନାହାନ୍ତି । ନବୀନ ପଟ୍ଟନାୟକ ମଧ୍ୟ ଏଦିଗରେ ଚୁପ ରହିଛନ୍ତି । ଏମାନେ ମାଟିର ପୁଅ ନୁହେଁ, ଏମାନେ ମାଟି ଛଡା ବା ମାଟି ମରା । ଆଦିବାସୀଙ୍କୁ ନେଇ ଏ ଖେଳ ଦୟାକରି କେନ୍ଦ୍ର ଓ ରାଜ୍ୟ ସରକାର ବନ୍ଦ କରନ୍ତୁ ।’’

ନିକଟରେ କେନ୍ଦୁଝରର ଜଣେ ଜିଲ୍ଲାପାଳ ଆଦିବାସୀଙ୍କୁ ଶୋଷଣ କଲେ । ବାରମ୍ବାର ସମନ ସତ୍ତ୍ବେ ହାଜିର ହେଲେନି ଜିଲ୍ଲାପାଳ । ଇଏ ସେଇ ରାଜ୍ୟର ଜିଲ୍ଲାପାଳ, ଯେଉଁଠି ଆଦିବାସୀଙ୍କୁ ଶୋଷଣ କରାଯାଇଛି । ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପଛୁଆ ରହିଛି । ଅତ୍ୟନ୍ତ ହୀନ ଓ ମାରାତ୍ମକ ରାଜନୀତି ଏ ସରକାର କରୁଛି । ଆଦିବାସୀଙ୍କ ଅଧିକାର ଲଢେଇ ଲଢ଼ାଗଲେ କଂଗ୍ରେସ ସବୁବେଳେ ସାଥ ଦେବ ବୋଲି ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.