ETV Bharat / city

‘ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ପ୍ରସଙ୍ଗରେ ମିଛ କହୁଛନ୍ତି ରାଜ୍ୟ ସରକାର’ - congress target to odisha govt

ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ପ୍ରସଙ୍ଗରେ ମିଛ କହୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ବିରୋଧରେ ବର୍ଷିଛି କଂଗ୍ରେସ ।

CONGRESS PRESS MEET
‘ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ପ୍ରସଙ୍ଗରେ ମିଛ କହୁଛନ୍ତି ରାଜ୍ୟ ସରକାର’
author img

By

Published : Dec 4, 2019, 8:19 PM IST

ଭୁବନେଶ୍ବର: ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ବର୍ଷିଲା କଂଗ୍ରେସ । ରାଜ୍ୟ ସରକାର ରିପୋର୍ଟ କାର୍ଡ ନାଁରେ ମିଛ କହୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ପ୍ରତ୍ୟେକ ମାସର ୭ ତାରିଖ ସୁଦ୍ଧା ନିଜ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ ଏବଂ ନିଜେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିବେ । ହେଲେ ଏ ସବୁ ପ୍ରଚାର ପ୍ରସାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଦପ୍ତରର ନାଟକ ଥିଲା ବୋଲି କହି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ।

‘ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ପ୍ରସଙ୍ଗରେ ମିଛ କହୁଛନ୍ତି ରାଜ୍ୟ ସରକାର’

ଅସଲରେ ମୁଖ୍ୟମନ୍ତ୍ରୀ ଏବଂ ‘5ଟି’ ସଚିବଙ୍କ ମିଛ ପଦାରେ ପଡିଛି ବୋଲି କଂଗ୍ରେସ କହିଛି । ମନ୍ତ୍ରୀମାନଙ୍କ ରିପୋର୍ଟ ସମ୍ପର୍କରେ ସୂଚନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଗାଯାଇଥିଲା । ହେଲେ ଆଶ୍ଚର୍ଯ୍ୟର କଥା ରାଜ୍ୟବାସୀଙ୍କ ସୂଚନା ପାଇଁ ଏ ତଥ୍ୟ ଦେବେ କଣ ଏଭଳି କୌଣସି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିନାହିଁ ।

ରାଜ୍ୟ ଖାଦ୍ୟ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିୟମିତ ଦାଖଲ କରି ଆସୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଭଳି ଭାବରେ ମନ୍ତ୍ରୀଙ୍କ ରିପୋର୍ଟ ପାଇଥିବା କଥା ଫାଙ୍କି ଦେଇଛନ୍ତି ,ତାହା ସମସ୍ତଙ୍କ ନଜରକୁ ଆସିବା ଦରକାର ବୋଲି ସତ୍ୟପ୍ରକାଶ ନାୟକ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ପ୍ରସଙ୍ଗରେ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ।

Body:ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ପ୍ରସଙ୍ଗରେ ମିଛ କହୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ।ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କି ପ୍ରତ୍ୟକ ମାସର ୭ ତାରିଖ ସୁଦ୍ଧା ନିଜ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ ଏବଂ ନିଜେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିବେ ।ହେଲେ ଏ ସବୁ ପ୍ରଚାର ପ୍ରସାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଦପ୍ତରର ଡ୍ରାମାବାଜି ଥିଲା ବୋଲି ବୁଧବାର ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ।ଅସଲରେ ମୁଖ୍ୟମନ୍ତ୍ରୀ ଏବଂ 5ଟି ସଚିବଙ୍କ ମିଛ ପଦାରେ ପଡିଛି।ମନ୍ତ୍ରୀମାନଙ୍କ ରିପୋର୍ଟ ସମ୍ପର୍କରେ ସୂଚନା ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ମଗାଯାଇଥିଲା ,ହେଲେ ଆଶ୍ଚର୍ଯ୍ୟ ର କଥା ରାଜ୍ୟବାସୀଙ୍କ ସୂଚନା ପାଇଁ ଏ ତଥ୍ୟ ଦେବେ କଣ ଏଭଳି କୌଣସି ରିପୋର୍ଟ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ଆସିନାହିଁ ବୋଲି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସିଧାସଳଖ ଫାଙ୍କି ଦେଲା ଯାହା ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି କି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ ପ୍ରତି ଟିକେ ବି ସମ୍ମାନ ନାହିଁ।ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ର ମିଛ ଧରା ପଡିଛି।ଯେଉଁଥିରେ ରାଜ୍ୟ ଖାଦ୍ୟ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ନିୟମିତ ଦାଖଲ କରି ଆସୁଛନ୍ତି, ଆଶ୍ଚର୍ଯ୍ୟ ର କଥା ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଯେଭଳି ଭାବରେ ମନ୍ତ୍ରୀଙ୍କ ରିପୋର୍ଟ ପାଇଥିବା କଥା ଫାଙ୍କିଦେଲେ ,ତାହା ସମସ୍ତଙ୍କ ନଜରକୁ ଆସିବା ଦରକାର ବୋଲି ସତ୍ୟପ୍ରକାଶ ନାୟକ କହିଛନ୍ତି।ଯଦି ମନ୍ତ୍ରୀମାନଙ୍କ କୌଣସି ରିପୋର୍ଟ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦପ୍ତର ସତ କହୁଛି ତା ହେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମିଥ୍ୟା ତଥ୍ୟ ସୂଚନା ଅଧିକାର ରେ ଦେଇଥିବା ଅଭିଯୋଗର ଜବାବ ତଲବ ସହ ମନ୍ତ୍ରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କଡା କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.