ETV Bharat / city

ଓଡିଶାରେ OBCଙ୍କୁ ଅବହେଳା କରିଛନ୍ତି ନବୀନ ସରକାର: କଂଗ୍ରେସ - ଓବିସି

ଓଡିଶାରେ OBC ଙ୍କୁ ସାମାଜିକ ନ୍ୟାୟ ଦେବାରେ ବିଫଳ ହୋଇଛି ବିଜେଡି । ଗତ ୨୧ ବର୍ଷ ହେଲା ବିଜୁ ଜନତା ଦଳ ଓବିସି ସହ ଖେଳିଛି । ରାଜ୍ୟରେ ଓବିସିଙ୍କୁ ସାମ୍ବିଧାନିକ ହକ ମିଳିପାରିନାହିଁ । ଅଧିକ ପଢନ୍ତୁ...

Congress target to govts on OBC SEBC Politics
ଓଡିଶାରେ SEBC ଓ OBC ଙ୍କୁ ଅବହେଳା କରିଛନ୍ତି ନବୀନ ସରକାର: କଂଗ୍ରେସ
author img

By

Published : Aug 13, 2021, 8:29 PM IST

Updated : Aug 13, 2021, 8:46 PM IST

ଭୁବନେଶ୍ବର: ରାଜ୍ୟରେ ତେଜିବାରେ ଲାଗିଛି OBC ରାଜନୀତି । ବିଜୁ ଜନତା ଦଳ ପ୍ରେସମିଟ କରି ପଞ୍ଚାୟତ ନିର୍ବାଚନରେ OBC ଙ୍କୁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଘୋଷଣା କରିଛନ୍ତି । ଏହା ପରେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛି କଂଗ୍ରେସ । ଶୁକ୍ରବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ମିଡିଆ ସେଲ ଉପାଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ରାଜ୍ୟ ସରକାରଙ୍କ OBC ସଂରକ୍ଷଣ ବ୍ୟବସ୍ଥାକୁ ଜୋରଦାର ଟାର୍ଗେଟ କରିଛନ୍ତି ।

ସାମ୍ବିଧାନିକ ଅଧିକାରକୁ ବିଜେଡି ନିଜର ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରିଛନ୍ତି ବୋଲି ରାଜ୍ୟ କଂଗ୍ରେସ ସିଧାସଳଖ ଅଭିଯୋଗ କରିଛି । ରାଜ୍ୟ ସରକାର ସାମାଜିକ, ଅର୍ଥିନୈତିକ ଓ ଶିକ୍ଷାକ୍ଷେତ୍ରରେ ପଛୁଆ ବର୍ଗକୁ ନେଇ ରାଜନୈତିକ ଗେମ ଖେଳିବାରେ ଲାଗିଛନ୍ତି । ରାଜ୍ୟରେ ନବୀନ ବାବୁଙ୍କ ଶାସନ ସମୟରେ ସଂରକ୍ଷଣ ପାଇବାରୁ ବଞ୍ଚିତ ହୋଇଛନ୍ତି ରାଜ୍ୟର ଓବିସି ଛାତ୍ରଛାତ୍ରୀ ।

ଓଡିଶାରେ OBCଙ୍କୁ ଅବହେଳା କରିଛନ୍ତି ନବୀନ ସରକାର: କଂଗ୍ରେସ

ଓଡ଼ିଶାରେ ଓବିସି ସଂଖ୍ୟା ବହୁଳ ଏବଂ ସେମାନଙ୍କୁ ସାମାଜିକ ନ୍ୟାୟ ଦେବାରେ ବିଫଳ ହୋଇଛି ବିଜେଡି। ଗତ ୨୧ ବର୍ଷ ହେଲା ବିଜୁ ଜନତା ଦଳ ଏସଇବିସି ଓ ଓବିସି ଚାକିରି, ଶିକ୍ଷା, ପ୍ରମୋସନ କ୍ଷେତ୍ରରେ ଅବହେଳା କରିଛନ୍ତି । ରାଜ୍ୟରେ ଓବିସିଙ୍କୁ ସାମ୍ବିଧାନିକ ହକ ମିଳିପାରିନାହିଁ ।ସାମାଜିକ ନ୍ୟାୟ ପ୍ରଦାନ କରିବାଲେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ବିଭିନ୍ନ ଆଳ ଦେଖାଇ ତାଙ୍କୁ ଅବହେଳିତ କରାଯାଇଛି। ଏସଇବିସି ଏବଂ ଓବିସିଙ୍କ ତାଲିକା ରାଜ୍ୟ ସରକାରଙ୍କ ପାଖେ ଅଛି। ଓବିସି ଗଣନାକୁ ଆଳ ଦେଖାଯାଇଛି । ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଛି ।

ଶୁକ୍ରବାର ବିଜେଡ଼ି ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଘୋଷଣା କରିଛି। ଦଳ ଚାକିରି ଓ ଶିକ୍ଷା କ୍ଷେତ୍ରରେରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ସରକାର ଦେଇନାହାନ୍ତି କାହିଁକି । ଦଳ ଭାଇ ମାନଙ୍କ ପାଇଁ ସାମ୍ବିଧାନିକ ପ୍ରାବଧାନ ପ୍ରସ୍ତୁତ ହୋଇନଥିଲା । ରାଜ୍ୟ ସରକାର ବିଧାନସଭାରେ କାହିଁକି ଏକ ସଂକଳ୍ପ ପରିତ କରି ସାଂସଦକୁ ପଠାଇଲେ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ । ତେବେ ରାଜ୍ୟ ସରକାର କାହିଁକି ବିଧାନସଭାରେ ଏକ ସଂକଳ୍ପ ପାରିତ କରି ସଂସଦକୁ ପଠାଇଲେ ନାହିଁ । ଓବିସି ମାନଙ୍କ କ୍ଷେତ୍ରରେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଆପଣ ଧୋକା ଦେଇଛନ୍ତି ବୋଲି ସତ୍ୟ କହିଛନ୍ତି ।

ସୂଚନାଥାଉକି ସମ୍ବିଧାନର ୧୨୭ ତମ ସଂଶୋଧନରେ ଓବିସି ବିଲକୁ ରାଜ୍ୟସଭାରେ ପାରିତ କରାଯାଇଛି । ଏହା ପରେ ବିଜୁ ଜନତା ଦଳ କେନ୍ଦ୍ରକୁ ଓବିସିଙ୍କ ପାଇଁ ୫୦ ସଂରକ୍ଷଣ ପାଇଁ ଦାବି କରିବା ସହ ଜାତିଗଣନା ପାଇଁ ଦାବି କରିଛନ୍ତି । ଏହାପରେ ରାଜ୍ୟରେ ଓବିସି ରାଜନୀତି ସରଗରମ ହୋଇଛି । ସୂଚନାଥାଉକି ରାଜ୍ୟରେ ମୋଟ ଜନସଂଖ୍ୟାରୁ ୫୨ ପ୍ରତିଶତକୁ ଅଧିକ ରହିଛନ୍ତି ଏସିଇବିସି ତଥା ଓବିସି ବର୍ଗ ।

ଭୁବନେଶ୍ବରରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Aug 13, 2021, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.