ETV Bharat / city

ମମିତା ମର୍ଡର ମିଷ୍ଟ୍ରି: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

author img

By

Published : Oct 24, 2021, 3:15 PM IST

ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ମମିତା ମର୍ଡର କେସରେ ସମ୍ପୃକ୍ତି ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ କଲା କଂଗ୍ରେସ । ଅଧିକ ପଢନ୍ତୁ...

ମମିତା ମର୍ଡର ମିଷ୍ଟ୍ରି:  ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା  କଂଗ୍ରେସ
ମମିତା ମର୍ଡର ମିଷ୍ଟ୍ରି: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ବର: ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ । ସରକାରଙ୍କ ଦ୍ୱାରା ଏହା ଏକ ସଂଗଠିତ ଅପରାଧ ବୋଲି ପ୍ରେସମିଟରେ ଅଭିଯୋଗ କରି ବର୍ଷିଲା ରାଜ୍ୟ କଂଗ୍ରେସ । ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ମମିତା ମର୍ଡର କେସରେ ସମ୍ପୃକ୍ତି ଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ମୁଖ୍ୟମନ୍ତ୍ରୀ । ଆର୍ଟିକିଲ ୧୫୪,୧୫୯ executive power କୁ ରାଜ୍ୟପାଳ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କୁ ଏନେଇ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ପ୍ରେସମିଟରେ କହିଛି ।

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାହାଙ୍ଗା ମର୍ଡର କେସରେ ସମ୍ପୃକ୍ତି ଥାଇ ବି କାର୍ଯ୍ୟାନୁଷ୍ଠାନ ହେଲାନି । ପିପିଲି ଉପନିର୍ବାଚନରୁ ତାଙ୍କୁ ଦୁରେଇ ରଖିଲେ ମୁଖ୍ୟମନ୍ତ୍ରୀ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ମଧ୍ୟ ଜଣେ ଦଳିତଙ୍କୁ ମାଡ଼ ମାରିବା ଘଟଣାରେ କେସ ହେଲା କିନ୍ତୁ ପୋଲିସ ତାଙ୍କୁ ପାଇଲାନି, ଶେଷରେ ବେଲ ପାଇଲେ ପ୍ରଶାନ୍ତ ଜଗଦେଵ । ଆଉ ଏବେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମମିତା ମର୍ଡର କେସରେ ସମ୍ପର୍କ ଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ମୁଖ୍ୟମନ୍ତ୍ରୀ ।

ଅଭିଯୁକ୍ତ ଗୋବିନ୍ଦ ସାହୁ ସରକାରୀ ଛତ୍ରଛାୟାରେ ଥିଲା । ପଞ୍ଚାୟତିରାଜ ବିଭାଗରୁ ଅନୁଦାନ ମିଳୁଥିଲା ସନସାଇନ ସ୍କୁଲକୁ । ପଞ୍ଚାୟତରାଜ ବିଭାଗର ମନ୍ତ୍ରୀ ପ୍ରତାପ ଜେନା ବି ସେ ସ୍କୁଲକୁ ଯାଉଥିଲେ । ଏଥିରୁ ସ୍ପଷ୍ଟ ଯେ ଦିବ୍ୟଶଙ୍କର ଓ ପ୍ରତାପଙ୍କ ଛତ୍ରଛାୟାରେ ଗୋବିନ୍ଦ ତାର କାରନାମା ଚଲାଉଥିଲା ବୋଲି କହିଛି ରାଜ୍ୟ କଂଗ୍ରେସ । ଏଥି ପାଇଁ ଲାଇନ କାଟି ଜାଣିଶୁଣି ଗୋବିନ୍ଦକୁ ଫେରାର କରାଗଲା ଏବଂ ତାକୁ ଧମକ ଚମକ ଦେଇ ନିଜେ ଦୋଷ ସ୍ୱୀକାର କରିବାକୁ କୁହାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ତେବେ ହଠାତ ଆଖୁ କିଆରିରୁ ପୋଲିସ ଗୋବିନ୍ଦକୁ ଗିରଫ କରିବା ଅଧିକ ସନ୍ଦେହ ସୃଷ୍ଟି କରୁଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସମେତ ସମସ୍ତଙ୍କ କଲ ଡିଟେଲ୍ସ ଯାଞ୍ଚ କରାଯାଉ । ଯଦି ମନ୍ତ୍ରୀମଣ୍ଡଳରୁ ଦିବ୍ୟଶଙ୍ଗରଙ୍କୁ ବହିଷ୍କାର କରାନଯାଏ ତେବେ କଂଗ୍ରେସ ଆନ୍ଦୋଳନ ତୀବ୍ରତର କରିବ ବୋଲି କହିଛନ୍ତି ଦଳର ମୁଖପାତ୍ର ଦେବାଶିଷ ପଟ୍ଟନାୟକ ।

ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.