ETV Bharat / city

ମନ୍ତ୍ରୀ ଇସ୍ତଫା ନ ଦେବା ଯାଏଁ ଆନ୍ଦୋଳନ ଜାରି ରହିବ: ସୁର ରାଉତରାୟ - ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ କରି ନବୀନ ନିବାସ ଘେରିଲା ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ...

ସୁର ରାଉତରାୟ
ସୁର ରାଉତରାୟ
author img

By

Published : Oct 26, 2021, 7:56 PM IST

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ କରି ନବୀନ ନିବାସ ଘେରିଲା ଛାତ୍ର କଂଗ୍ରେସ ।

ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ଆନ୍ଦୋଳନ ଜାରି ରହିବ:ବିଧାୟକ ସୁର ରାଉତରାୟ

ଆଜି (ମଙ୍ଗଳବାର) ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନବୀନ ନିବାସ ଘେରାଉ କରିଛି ଛାତ୍ର କଂଗ୍ରେସ । ସଂଗଠନର ଶତାଧିକ ଛାତ୍ର କଂଗ୍ରେସ କର୍ମୀ ଏକାଠି ହୋଇ ନବୀନ ନିବାସ ଆଡକୁ ମୁହାଁଇଥିଲେ । କିନ୍ତୁ ନବୀନ ନିବାସ ପହଞ୍ଚିବା ପୂର୍ବରୁ ତାଙ୍କୁ ପୋଲିସ ଅଟକାଇଥିଲା ।

ଛାତ୍ର କଂଗ୍ରେସର ଏହି ଘେରାଉରେ ସାମିଲ ହୋଇ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ଆନ୍ଦୋଳନ ଜାରି ରହିବ । ଘଟଣାରେ ମନ୍ତ୍ରୀ ସମ୍ପୃକ୍ତ ଅଛନ୍ତି । ତେଣୁ ଇସ୍ତଫା ଦିଅନ୍ତୁ । ନଚେତ ସାରା ରାଜ୍ୟରେ ଆନ୍ଦୋଳନ ହେବ ।

ପରେ ଆନ୍ଦୋଳନରତ ଛାତ୍ର ନେତାଙ୍କୁ ପୋଲିସ ଅଟକାଇବାରୁ ପୋଲିସ ସହ ଧସ୍ତାଧସ୍ତି କିଛି ସମୟ ପାଇଁ ହୋଇଥିଲା । ପରେ ପୋଲିସ ସମସ୍ତଙ୍କୁ ନିଜ ହେପାଜତକୁ ନେଇ ସ୍ଥିତି ନିୟନ୍ତ୍ରଣ କରିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.