ETV Bharat / city

ପୁଣି ପଦାରେ ପଡିଲା କଂଗ୍ରେସର କନ୍ଦଳ; ମାନୁନାହାଁନ୍ତି ପ୍ରଭାରୀ

ଭୁବନେଶ୍ବରର ଏକ ହୋଟେଲରେ ଏହି ବୈଠକରେ ଦଳର ପୂର୍ବତନ ବିଧାୟକ ଓ ସାସଂଦ ଏବଂ ବରିଷ୍ଠ କର୍ମୀଙ୍କ ସହ ଆଲୋଚନା କରିଥିଲେ ପ୍ରଭାରୀ । ଏନେଇ ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି ଯେ, ଦଳରେ କୌଣସି ଅର୍ନ୍ତଦ୍ବନ୍ଦ୍ବ ନାହିଁ । ତେଣୁ ଏବେ ପିସିସି ପରିବର୍ତ୍ତନ ହେବାର ନାହିଁ ନିରଞ୍ଜନ ହିଁ ସଭାପତି ରହିବେ ।

author img

By

Published : Feb 18, 2021, 9:53 PM IST

ପଦାରେ ପଡିଲା କଂଗ୍ରେସର ଅନ୍ତରଦ୍ଵନ୍ଦ
ପଦାରେ ପଡିଲା କଂଗ୍ରେସର ଅନ୍ତରଦ୍ଵନ୍ଦ

ଭୁବନେଶ୍ବର: ପଦାରେ ପଡିଲା କଂଗ୍ରେସର ଅର୍ନ୍ତଦ୍ବନ୍ଦ୍ବ ପ୍ରସଙ୍ଗ । କଂଗ୍ରେସ ନେତୃତ୍ବ ପରିବର୍ତ୍ତନ ଦାବିରେ ନିରଞ୍ଜନ ବିରୋଧୀ ଗୋଷ୍ଠୀ ଏକାଠି ହୋଇଥିବା ବେଳେ ବିଦ୍ରୋହୀ କଂଗ୍ରେସ ନେତାଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ ଡ ଚେଲ୍ଲା କୁମାର ।

ପୁଣି ପଦାରେ ପଡିଲା କଂଗ୍ରେସର କନ୍ଦଳ; ମାନୁନାହାଁନ୍ତି ପ୍ରଭାରୀ

ଭୁବନେଶ୍ବରର ଏକ ହୋଟେଲରେ ଏହି ବୈଠକରେ ଦଳର ପୂର୍ବତନ ବିଧାୟକ ଓ ସାସଂଦ ଏବଂ ବରିଷ୍ଠ କର୍ମୀଙ୍କ ସହ ଆଲୋଚନା କରିଥିଲେ ପ୍ରଭାରୀ । ଏନେଇ ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି ଯେ, ଦଳରେ କୌଣସି ଅର୍ନ୍ତଦ୍ବନ୍ଦ୍ବ ନାହିଁ ତେଣୁ ଏବେ ପିସିସି ପରିବର୍ତ୍ତନ ହେବାର ନାହିଁ ନିରଞ୍ଜନ ହିଁ ସଭାପତି ରହିବେ ।

ଅନ୍ୟପଟେ ବିଦ୍ରୋହୀ କଂଗ୍ରେସ ନେତା ଦେବ ଶର୍ମା କହିଛନ୍ତି ଯେ, ଦଳକୁ ମଜବୁତ କରିବା ପାଇଁ ଆମେ ଆମର ମତ ପ୍ରଭାରୀଙ୍କ ପାଖରେ ରଖିଛୁ । ଆଲୋଚନା ହୋଇଛି ସେ ବିଚାର କରିବେ ବୋଲି କହିଛନ୍ତି ଦେବ ଶର୍ମା ।

ସେହିପରି ଅନ୍ୟଜଣେ କର୍ମୀ କହିଛନ୍ତି ଏଥର ପରିବର୍ତ୍ତନ ସୁନିଶ୍ଚିତ କାରଣ ଯଦି ପିସିସି ସଭାପତି ଠିକ କାର୍ଯ୍ୟ କରିଥାନ୍ତେ , ଅନ୍ୟଦଳ ସହ ସାଲିସ କରି ନଥାନ୍ତେ ଓ ଆଉ ଠିକ ଲୋକଙ୍କୁ ଟିକେଟ ଦେଇଥାନ୍ତେ ତାହାଲେ କିଛି ଆଶା ରହିଥାନ୍ତା ତାଙ୍କ ସଭାପତିତ୍ବକୁ ନେଇ । ହେଲେ ସେ ତାହା ନକରି ଦଳୀୟ କାର୍ଯ୍ୟରୁ କ୍ଷାନ୍ତ ରହିଛନ୍ତି ଦଳକୁ ଦେଖୁନାହାନ୍ତି ବରଂ ବ୍ୟବସାୟ କରୁଛନ୍ତି । ଯାହାକୁ କେବେ ସହ୍ୟ କରାଯିବନି ସବୁ ସମୟରେ ବିରୋଧ କରାଯିବ ।

ସୂଚନା ଅନୁସାରେ, ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କୁ ହଟାଇବା ପାଇଁ କଂଗ୍ରେସ ଦଳର ପୂର୍ବତନ ବିଧାୟକ ଓ ନେତା ମାନେ ନିକଟରେ ଦିଲ୍ଲୀ ଗସ୍ତ କରିଥିଲେ । ନେତୃତ୍ବ ପରିବର୍ତ୍ତନ ପାଇଁ ରାଜଧାନୀ ସ୍ଥିତ ହୋଟେଲରେ ଏକାଠି ହୋଇଥି ନିରଞ୍ଜନ ବିରୋଧୀ ଗୋଷ୍ଠୀ ।

ଏହି ବୈଠକରେ ପୂର୍ବତନ ବିଧାୟକ, ବରିଷ୍ଠ ନେତା, ମହିଳା, ଛାତ୍ର, ଯୁବ ନେତାଙ୍କ ସମେତ ୬୦ରୁ ଉର୍ଦ୍ଧ୍ବ ନେତା ସାମିଲ ହୋଇଥିଲେ । ଦିଲ୍ଲୀରୁ ଫେରିବା ପରେ ନେତା ଡାକିଛନ୍ତି ବୈଠକ । ବିଭିନ୍ନ ଜିଲ୍ଲାର କଂଗ୍ରେସ କର୍ମକର୍ତ୍ତାଙ୍କୁ ନେଇ ହୋଇଥିଲା ବୈଠକ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.