ETV Bharat / city

ରଥ ଦର୍ଶନ କରି ଧନ୍ୟ ହେଲି: ସୁର - ରଥ ଦେଖିଲେ ସୁର ରାଉତରାୟ

କୋଭିଡ କଟକଣା ସତ୍ତ୍ବେ ପୁରୀ ଯାଇ ରଥ ଦେଖି ଆସିଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ରଥ ଦର୍ଶନ କରିବାପରେ ଖୁସି ଜାହିର କରିଛନ୍ତି ସୁର ।

ରଥ ଦର୍ଶନ କରି ଧନ୍ୟ ହେଲି :ସୁର
ରଥ ଦର୍ଶନ କରି ଧନ୍ୟ ହେଲି :ସୁର
author img

By

Published : Jul 12, 2021, 6:18 PM IST

ଭୁବନେଶ୍ବର: କୋଭିଡ କଟକଣା ସତ୍ତ୍ବେ ପୁରୀ ଯାଇ ରଥ ଦେଖି ଆସିଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ରଥ ଦର୍ଶନ କରିବାପରେ ଖୁସି ଜାହିର କରିଛନ୍ତି ସୁର । ପୁରୀରେ ଜଣେ ବନ୍ଧୁଙ୍କ ଘର ଭିତରୁ ଜଗା ଦର୍ଶନ କରି ଫେରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ।

ରଥ ଦର୍ଶନ କରି ଧନ୍ୟ ହେଲି :ସୁର

ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି ଯେ, "ମହାପ୍ରଭୁଙ୍କ ରଥଯାତ୍ରା ପିଲାବେଳୁ ଦେଖି ଆସୁଛି । ପ୍ରତି ବର୍ଷ ରଥ ଟାଣିବା ପାଇଁ ମୁଁ ପୁରୀ ଯାଏ । ଏଥର କୋଭିଡ କଟକଣା ଥିବାରୁ ଶ୍ରୀକ୍ଷେତ୍ର ଯାଇ ଆଜି ପବିତ୍ର ଗୁଣ୍ଡିଚାରେ ବନ୍ଧୁଙ୍କ ଘର ଭିତରୁ ରଥ ଦର୍ଶନ କରି ଫେରି ଆସିଲି । ରଥ ଦର୍ଶନ କରି ପୂଣ୍ୟ ଲାଭ କଲା ଭଳି ଲାଗୁଛି ।"

କୋଭିଡ କଟକଣା ମଧ୍ୟରେ ପୁରୀ ଯାଇ ରଥ ଦର୍ଶନ କରିବି ବୋଲି କହିଥିଲେ ସୁର । ସେ ନିଜ କଥାକୁ ରକ୍ଷା କରି ପୁରୀ ଯାଇ ମହାପ୍ରଭୁଙ୍କ ପହଣ୍ଡି ବିଜେ ଦେଖିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମହାମାରୀର କୋରୋନା ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତ ଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି ସୁର ରାଉତରାୟ । ପ୍ରଭୁ ଜଗନ୍ନାଥଙ୍କ କରୁଣାରୁ ଆଗାମୀ ବର୍ଷ ବେଳକୁ ମହାମାରୀ କୋରୋନା ସଂକ୍ରମଣ ବନ୍ଦ ହେବା ନେଇ ସେ ଆଶା ପ୍ରକାଶ କରିଛନ୍ତି ।

ମହାପ୍ରଭୁଙ୍କ ତିନି ରଥ ସୁନ୍ଦର ଭାବେ ସୁସଜ୍ଜିତ ହୋଇଥିଲା । ତିନି ଠାକୁରଙ୍କ ପହଣ୍ଡିବିଜେ ପରେ ସେବାୟତ ଓ ସୁରକ୍ଷାକର୍ମୀମାନେ ତିନି ରଥ ଟଣା ଆରମ୍ଭ କରିଥିଲେ। କୋଭିଡ କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ଭକ୍ତ ଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହେଉଛି। ସୁରୁଖୁରୁରେ ତିନି ରଥ ଶରଧାବାଲିରେ ପହଞ୍ଚିଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.