ଭୁବନେଶ୍ବର: ନିକଟରେ ରାଜ୍ୟ ସରକାର କିଛି କ୍ଷେତ୍ରରେ ଆର୍ଥିକ କଟକଣା ଲାଗୁ କରିଛନ୍ତି । ଏହାକୁ ନେଇ ସରକାରଙ୍କୁ 10ଟି ପ୍ରଶ୍ନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ।
ପଞ୍ଚାନନ କାନୁନଗୋଙ୍କ 10 ପ୍ରଶ୍ନ
- ଲକ୍ଷେ 30 ହଜାର କୋଟି ଟଙ୍କା ଋଣ କରିବେ ସରକାର। ମନି ଜେନେରେଟ କରିବା ପାଇଁ ଏହି ଋଣ ହେବ । କଣ ଜେନେରେଟ କରିଛ ହିସାବ ଦିଅ ।
ପେଟ୍ରୋଲ, ଡିଜେଲ ଉପରେ ୧୪.୩ ଟିକସ ବଢ଼େଇଛ । କେନ୍ଦ୍ରରୁ ଏ ଟିକସ ଟଙ୍କା ରାଜ୍ୟ କାହିଁକି ପାଉନି? - ଗତ ଚାରିବର୍ଷ ଭିତରେ କେତେ କାରଖାନା ବନ୍ଦ କରିଛ ?୫୮ ହଜାର କଳକୁ ବନ୍ଦ କରିଛନ୍ତି ସରକାର। କେତେ କୁଶଳୀ ଲୋକଙ୍କୁ ଚାକିରୀ ଦେଇଛ ?
- କେନ୍ଦ୍ରୀୟ ଅନୁଦାନ 42 ପ୍ରତିଶତରୁ 41 ପ୍ରତିଶତ କଲେ କାହିଁକି ?
- ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ 6 ହଜାର କୋଟି ତାଙ୍କ ଜଳ ଓ ବିଦ୍ୟୁତ କର ବାବଦରେ ବାକି ପଡିଛି।
- ଟିକସ ବାବଦରେ 1200 କୋଟି କାହିଁକି ବାକି ପଡିଛି ?
- ଖଣି ମାଲିକଙ୍କ ଉପରେ ୧୮ ହଜାର କୋଟି ଟଙ୍କା ବାକି ପଡିଛି । କେତେ ଟଙ୍କା ପାଇଛ ?
- ଆଇଓସିଏଲ ଉପରେ କେତେ ଟଙ୍କା ବାକି ପଡିଛି ?
- କୋଇଲା ସେସ ବୃଦ୍ଧି ପାଇଁ କଣ ଚିଠି ଲେଖିଛ କୁହ ?
- କଣ ଆଲୋଚନା କରିଛ କୁହ?କେଉଁ ସ୍ୱାର୍ଥରେ ବନ୍ଧା ପଡିଛ କୁହ ?
- ଓଡିଶା ଅର୍ଥନୀତି ସମ୍ପର୍କରେ ସ୍ଥିତି କଣ, ତୁରନ୍ତ ଶ୍ୱେତପତ୍ର ଉପସ୍ଥାପନ କେବେ କରିବ ?
କଂଗ୍ରେସ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ବର୍ତ୍ତମାନ ରାଜ୍ୟରେ ଆର୍ଥିକ ଆତଙ୍କ ନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ଆମେ ସମସ୍ତଙ୍କ ପରାମର୍ଶ ନେଇ ଆର୍ଥିକ ପରିଚାଳନା କରୁଛୁ । ପଞ୍ଚାନନ ବାବୁ ସବୁ ଜାଣିଛନ୍ତି କେବଳ ରାଜନୈତିକ ଦୃଷ୍ଟି କୋଣରୁ ଏମିତି କହିଛନ୍ତି ବୋଲି ଦେବୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ସହ ବିକାଶ ଦାସ, ଇଟିଭି ଭାରତ