ETV Bharat / city

ଟାଟା ପାୱାରକୁ ସମସ୍ତ ବିଦ୍ୟୁତ ବିତରଣ କମ୍ପାନୀ ଦେବା ପ୍ରସଙ୍ଗରେ ଘେରିଲା କଂଗ୍ରେସ

author img

By

Published : Jan 6, 2021, 2:27 PM IST

ରାଜ୍ୟରେ ଟାଟା ପାୱାରକୁ ସମସ୍ତ ବିଦ୍ୟୁତ ବିତରଣ କମ୍ପାନୀ ବିକ୍ରି କରାଯିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । ଅଧିକ ପଢନ୍ତୁ...

ବିଦ୍ୟୁତ ବିତରଣ କମ୍ପାନୀ
ବିଦ୍ୟୁତ ବିତରଣ କମ୍ପାନୀ

ଭୁବନେଶ୍ବର: ରାଜ୍ୟରେ ଟାଟା ପାୱାରକୁ ସମସ୍ତ ବିଦ୍ୟୁତ ବିତରଣ କମ୍ପାନୀ ବିକ୍ରି କରାଯିବା ପ୍ରସଙ୍ଗରେ ଘେରିଲା କଂଗ୍ରେସ । କୋଭିଡ ସମୟରେ ହଜାର କୋଟି ଟଙ୍କାରେ କିଭଳି ବିକ୍ରି କରି ଦିଆଗଲା ବୋଲି ପ୍ରଶ୍ନ ଉଠାଇଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।

ବିଦ୍ୟୁତ ବିତରଣ କମ୍ପାନୀ

ବୁଧବାର, କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ବିଦ୍ୟୁତ୍‌ ବିତରଣକୁ ନେଇ ରାଜ୍ୟ ସରକାରଙ୍କୁ ଅନେକ ପ୍ରଶ୍ନ କରିଛି । କଂଗ୍ରେସ ସରକାରରେ ଥିବା ସମୟରେ ଆଣିଥିବା ବିଦ୍ୟୁତ ସଂସ୍କାର ଓ ଏବେକାର ସ୍ଥିତି ଭିତରେ କହି ରାଜ୍ୟ ସରକାରଙ୍କୁ ଘେରିଛି ଦଳ ।

1995 ମସିହାରେ କଂଗ୍ରେସ ସରକାର ବିଦ୍ୟୁତ ସଂସ୍କାର ଆଣିବା ପାଇଁ ଓଇଆରସି ଗଠନ କରିଥିଲେ। ସେହିପରି ଉପା ସରକାର ପୂର୍ବରୁ ରାଜ୍ୟରେ ମାତ୍ର 17 ପ୍ରତିଶତ ବିଦ୍ୟୁତ ସେବା ହୋଇଥିବାବେଳେ ଉପାସରକାର ସମୟରେ ଏହା 97 ପ୍ରତିଶତରେ ପହଞ୍ଚିଥିଲା ।

ଫଳରେ ରାଜ୍ୟରେ ଏବେ 80 ଲକ୍ଷ ପରିବାର ପାଖରେ ବିଜୁଳି ପହଞ୍ଚିଛି । ଯାହାକୁ 4ଟି କମ୍ପାନୀ ସାଉଥ କୋ, ୱେସ୍କୋ, ନେସ୍କୋ ଓ ସେସ କୋ କରି ଦେଖାଇଛନ୍ତି । ତେବେ 2014 ପର୍ଯ୍ୟନ୍ତ ଦୁଇଟି ବାହାର କମ୍ପାନୀ ଏହାକୁ ଚଳାଉଥିବାବେଳେ 2014 ପରେ ରାଜ୍ୟ ସରକାର ଏହାକୁ ଚଳାଇ ଆସୁଥିଲେ ।

ତେବେ ପ୍ରତିବର୍ଷ 4ଟି କମ୍ପାନୀର 11 ହଜାର କୋଟିର ଟର୍ଣ୍ଣ ଓଭର ରହିଛି। ଏହାସହ ଏମାନଙ୍କର ସମୁଦାୟ 15 ହଜାର କୋଟିର ସମ୍ପତ୍ତି ମଧ୍ୟ ରହିଛି । ଏସବୁ ସତ୍ତ୍ବେ ବି ରାଜ୍ୟ ସରକାର କେଉଁ ପରିସ୍ଥିତିରେ ମାତ୍ର 1000 କୋଟି ଟଙ୍କାରେ ଏହାକୁ ଟାଟା ପାୱାରକୁ ହସ୍ତାନ୍ତର କଲେ ତାହାକୁ ନେଇ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟପଟେ କୋଭିଡ ସମୟରେ ଫିଜିକାଲ ବିଡ୍‌କୁ ସରକାର କିଭଳି ଅନୁମତି ଦେଲେ। ଅନ୍ୟ କମ୍ପାନୀ ବାରମ୍ବାର 2 ମାସ ସମୟ ଦେବାକୁ କହୁଥିବାବେଳେ ସରକାର କାହିଁକି ଏଭଳି କଲେ ବୋଲି ମଧ୍ୟ ସେ କହିଛନ୍ତି। ଏହା ପଛରେ ଉଦ୍ଦେଶ୍ୟ କଣ । ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।

ଏଥିସହିତ 4 କମ୍ପାନୀରେ 40 ହଜାର କର୍ମଚାରୀ କାମ କରୁଛନ୍ତି। ସେମାନେ କଣ କରିବେ। ଓଇଆରସି ଜବାବ ରଖୁ ବୋଲି ପ୍ରଦୀପ ପଚାରିଛନ୍ତି । ଓଡିଶା ବିଦ୍ୟୁତ ବଳକା ରାଜ୍ୟ ହୋଇଥିବାବେଳେ 25 ବର୍ଷ ପାଇଁ ସିଙ୍ଗଲ ବିଡରେ ଟାଟା କମ୍ପାନୀକୁ 4 ଟି ବିଦ୍ୟୁତ ବିତରଣ କମ୍ପାନୀକୁ ଟେକି ଦେବା ସମ୍ପୂର୍ଣ୍ଣ ଆଇନ ବିରୋଧୀ। ତେଣୁ ପୁଣିଥରେ ସ୍ବଚ୍ଛ ଢଙ୍ଗରେ ବିଡିଂ କରାଯିବାକୁ ସେ ଦାବି କରିଛନ୍ତି ।

ବିଦ୍ୟୁତ ନିୟମ 2003ର ଧାରା 20 ଅନୁଯାୟୀ ଜଣେ ବିଡ୍‌ର ଗୋଟିଏ ସଂସ୍ଥାକୁ 2 ଟି କମ୍ପାନୀକୁ ବିକ୍ରି କରିପାରିବ ନାହିଁ। ସେହିଭଳି ବିଦ୍ୟୁତ ନିୟମ ଧାରା 60 ଅନୁଯାୟୀ ଗୋଟିଏ ଘରୋଇ ସଂସ୍ଥା ବିଦ୍ୟୁତ ବଜାରକୁ ନିୟନ୍ତ୍ରଣ କରିପାରିବ ନାହିଁ ବୋଲି ଦର୍ଶାଇଛନ୍ତି ପ୍ରଦୀପ ।

ତେଣୁ 30 ଦିନ ଭିତରେ ଆଉଥରେ ବିଡ କରି ସ୍ବଚ୍ଛତାର ସହ କାର୍ଯ୍ୟ କରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦାବି କରିଛନ୍ତି। ନଚେତ କଂଗ୍ରେସ ଚୁପ ବସିବନି। ରାଜ୍ୟବାପୀ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.