ଭୁବନେଶ୍ବର: ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ଆଜି ଦେଶବ୍ୟାପୀ କଂଗ୍ରେସ ପ୍ରତିବାଦ କରୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସ ପକ୍ଷରୁ ପାଓ୍ଵାର ହାଉସ୍ ଛକ ନିକଟସ୍ଥ କେନ୍ଦ୍ରିୟ ଗୁଇନ୍ଦା ବିଭାଗ ଆଗରେ ପ୍ରତିବାଦ କରାଯାଇଛି ।
ଦଳର ବରିଷ୍ଠ ନେତା ମାନେ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି । ଅଶୋଧିତ ତୈଳଦର କମ ରହିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଟ୍ୟାକ୍ସ ଲଗାଇ ଲୋକଙ୍କ ଠାରୁ ଲୁଟୁଛନ୍ତି । ଏହାର ପ୍ରଭାବରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବଢିଚାଲିଛି । ମହାମାରୀ ସମୟରେ ଲୋକଙ୍କ ପାଖରେ ରୋଜଗାର ନଥିବାବେଳେ ତୈଳ ଦରର ଏପରି ବୃଦ୍ଧିର ପ୍ରତିବାଦ କରାଯାଉଛି ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି କହିଛନ୍ତି ।
ସେପଟେ ବିଗତ 21 ଦିନ ମଧ୍ୟରେ 60 ପ୍ରତିଶତ ବୃଦ୍ଧି ଯୋଗୁଁ, ସାଧାରଣ ଗରିବ ଖଟିଖିଆ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ସରକାର, 18ଲକ୍ଷକୋଟି ଆଦାୟ କରିସାରିଛନ୍ତି । ଏ ଟଙ୍କା ଗରିବ ମାନଙ୍କ ଉପରେ ଖର୍ଚ୍ଚ ହେଉ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେହିପରି ପେଟ୍ରୋଲ ଡିଜେଲ ଦରବୃଦ୍ଧି ଉପରେ ବିଜେଡିର ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ ।
ଅନ୍ୟପଟେ ପେଟ୍ରୋଲ ଡିଜେଲ ଦରବୃଦ୍ଧିକୁ ନେଇ ରାସ୍ତାରେ ଯାଉଥିବା ଲୋକମାନଙ୍କ ମତାମତ ନେଇଛନ୍ତି ପିସିସି ସଭାପତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ