ETV Bharat / city

ତୈଳଦର ବୃଦ୍ଧି ପ୍ରତିବାଦରେ ଘଣ୍ଟ ବାଡ଼େଇ କଂଗ୍ରସର ବିକ୍ଷୋଭ ପ୍ରଦର୍ଶନ

ତୈଳ ଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଉଭୟ ସରକାରଙ୍କ କୃଷକ ମାରଣନୀତିକୁ ବିରୋଧ କରି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ବଜିତ ଦାଶ ଓ ପ୍ରଦେଶ ଛାତ୍ର କଂଗ୍ରେସର ମିଳିତ ସହଯୋଗରେ କଂଗ୍ରେସ ନେତୃବୃନ୍ଦ ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 7, 2021, 1:26 PM IST

ତୈଳଦର ବୃଦ୍ଧି ପ୍ରତିବାଦରେ ଘଣ୍ଟ ବାଡ଼େଇ କଂଗ୍ରସର ବିକ୍ଷୋଭ ପ୍ରଦର୍ଶନ
ତୈଳଦର ବୃଦ୍ଧି ପ୍ରତିବାଦରେ ଘଣ୍ଟ ବାଡ଼େଇ କଂଗ୍ରସର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରସର ବିକ୍ଷୋଭ ପ୍ରଦର୍ଶନ । ତୈଳ ଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଉଭୟ ସରକାରଙ୍କ କୃଷକ ମାରଣନୀତିକୁ ବିରୋଧ କରି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ବଜିତ ଦାଶ ଓ ପ୍ରଦେଶ ଛାତ୍ର କଂଗ୍ରେସର ମିଳିତ ସହଯୋଗରେ କଂଗ୍ରେସ ନେତୃବୃନ୍ଦ ପ୍ରତିବାଦ କରିଛନ୍ତି । ତେବେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥାଳି ଓ ଘଣ୍ଟ ବାଡେଇ ଏକ ଅଭିନବ ଉପାୟରେ ପ୍ରତିବାଦ କରିଛି କଂଗ୍ରେସ ।

ଆଜିଠାରୁ(ବୁଧବାର) ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । କେନ୍ଦ୍ର ସରକାର କୋରୋନା ବେଳେ ଲୋକଙ୍କୁ ସହାୟତା କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଆର୍ଥିକ ଭାର ଲଦିଛନ୍ତି । ପେଟ୍ରୋଲ, ଡିଜେଲ ବଢ଼ିବା ଯୋଗୁଁ ଦୈନଦିନ ବ୍ୟବହାର ହେଉଥିବା ସାମଗ୍ରୀ ଦର ବି ବଢ଼ିଛି । ଦେଖିବାକୁ ଗଲେ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଲାଣି ।

ଏପଟେ ଏହା ସହ ତାଳ ଦେଇ ବଢୁଛି ଖାଇବା ତୈଳ ଦର । ଯଦ୍ବାରା ସାଧାରଣ ଲୋକଙ୍କ ବଞ୍ଚିବା ଏକ ପ୍ରକାର କଷ୍ଟକର ହୋଇ ପଡ଼ିଲାଣି ।

ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.