ETV Bharat / city

ଡ୍ରେନ୍‌ରେ ଭାସିଗଲା ଛାତ୍ର: କଂଗ୍ରେସର ବିକ୍ଷୋଭ, ବିଜେପିର ଥାନାରେ ଅଭିଯୋଗ - bjp filed fir in khandagiri on student missing

ରାଜଧାନୀ ସୌଭାଗ୍ୟ ନଗରରେ ଜଣେ ଛାତ୍ର ଡ୍ରେନରୁ ଖସି ପଡ଼ିବାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଛି । ଘଟଣାସ୍ଥଳରେ କଂଗ୍ରେସ ଦଳ ବିକ୍ଷୋଭ ପ୍ରଦର୍ଶନ ସହ ବିଡିଏ ବିଏମସିକୁ ଟାର୍ଗେଟ କରିଛି । ଅଧିକ ପଢନ୍ତୁ...

ଡ୍ରେନରେ ଭାସିଗଲା ଛାତ୍ର, ସୋଭାଗ୍ୟ ନଗରରେ କଂଗ୍ରେସର ବିକ୍ଷୋଭ

author img

By

Published : Sep 19, 2021, 6:36 PM IST

Updated : Sep 19, 2021, 9:00 PM IST

ଭୁବନେଶ୍ବର: ରାଜଧାନୀ ସୌଭାଗ୍ୟ ନଗରରେ ଜଣେ ଛାତ୍ର ଡ୍ରେନରେ ଖସି ପଡ଼ିବାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ସୌଭାଗ୍ୟ ନଗର ନିକଟରେ କଂଗ୍ରେସ ଦଳ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛି । ବିଏମସି ଓ ବିଡିଏ ବିରୋଧରେ ଗର୍ଜିଛି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜ ଓ ଛାତ୍ର କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି । ତୁରନ୍ତ ଡ୍ରେନ୍‌ ମରାମତି ସହ ନିଖୋଜ ଛାତ୍ରଙ୍କ ପରିବାର ପାଇଁ ୫୦ଲକ୍ଷ କ୍ଷତିପୂରଣ ଦାବି କରିଛି କଂଗ୍ରେସ ।

ଡ୍ରେନରେ ଭାସିଗଲା ଛାତ୍ର, ସୌଭାଗ୍ୟ ନଗରରେ କଂଗ୍ରେସର ବିକ୍ଷୋଭ

ତାମିଲ କଣ୍ଟ୍ରାକ୍ଟର ଡ୍ରେନ ଖୋଳି ଫେରାର ହୋଇଯାଇଛି । ଯୁଆଡ଼େ ଦେଖିଲେ ଡ୍ରେନ ଖୋଳା ହୋଇ ରହିଛି । ଦାବି ପୂରଣ ନକଲେ ସରକାରଙ୍କ ନେତାଙ୍କୁ ଶୁକୁଆ ମାଡ଼ କରାଯିବ । ଏଥିପ୍ରତି କାହାରି ନିଘା ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

ଏଭଳି ଏକ ଅଘଟଣ ପାଇଁ ଅଶୋକ ପଣ୍ଡା ଓ ଅନ୍ୟ ନେତାଙ୍କୁ ଦାୟୀ କରିଛି କଂଗ୍ରେସ । ଖଣ୍ଡଗିରି ଥାନା ଅଞ୍ଚଳ ସୌଭାଗ୍ୟ ନଗରରେ ଟିଉସନ ଯିବାବେଳେ ଡ୍ରେନ ଭିତରକୁ ଖସି ୧୪ ବର୍ଷର ଜଣେ ଛାତ୍ର ନିଖୋଜ ହୋଇଛନ୍ତି । ଛାତ୍ରଙ୍କ ନାମ ଜ୍ୟୋତି ପ୍ରକାଶ ବେହେରା ବୋଲି ଜଣାପଡ଼ିିଛି । ଏକ ତଳିଆ ଡ୍ରେନ ପାର୍‌ କରୁଥିବାବେଳେ ସେଠାରେ ସେ ଖସି ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।

ସେପଟେ ବିଜେପି ଦଳ ମଧ୍ୟ ଆକ୍ସନରେ ଆସିଛି । ଛାତ୍ର ଡ୍ରେନ୍‌ରେ ଭାସିଯିବା ଘଟଣାକୁ ନେଇ ବିଜେପି ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି । ଜ୍ୟୋତି ପ୍ରକାଶ ବେହେରା ନାମକ ଛାତ୍ର ଟିଉସନରୁ ଫେରୁଥିବାବେଳେ ସୌଭାଗ୍ୟ ନଗର ନିକଟସ୍ଥ ଏକ ଡ୍ରେନ୍‌ରେ ଭାସିଯାଇଛନ୍ତି ।

ଅଗ୍ନିଶମ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ହେଲେ ବର୍ତ୍ତମାନ ସୁଦ୍ଧା ଛାତ୍ରଙ୍କ କୌଣସି ସନ୍ଧାନ ମିଳିନାହିଁ । ଏହାକୁ ନେଇ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ବାବୁସିଂ ଙ୍କ ନେତୃତ୍ୱରେ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି । ଜ୍ୟୋତିଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛି ବିଜେପି । ଏହି ଅଘଟଣ ପାଇଁ ପ୍ରଶାସନକୁ ଦାୟୀ କରିଛି ବିଜେପି । ଡ୍ରେନ୍‌ ନିର୍ମାଣ ଦାୟିତ୍ବରେ ଥିବା ଠିକାଦାରଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ଦାବି ହୋଇଛି । ଦାବି ପୂରଣ ନହେଲେ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ।

୨ କିମି ପର୍ଯ୍ୟନ୍ତ ଲମ୍ବିଥିବା ଡ୍ରେନର ଆମୂଳଚୁଳରେ ସନ୍ଧାନ କାର୍ଯ୍ୟ ଚଳାଇଛି ଉଦ୍ଧାରକାରୀ ଦଳ । ବର୍ତ୍ତମାନ ସୁଦ୍ଧା ଛାତ୍ରର କୌଣସି ପତ୍ତା ମିଳିପାରିନାହିଁ । ପ୍ରୋଜେକ୍ଟ କାମ ପାଇଁ ଟିଉସନ ବାହାରି ଯାଇଥିଲେ ଛାତ୍ର ।

ଭୁବନେଶ୍ବରରୁ ତାପସ ପରିଡ଼ା ଓ ମନୋରଞ୍ଜନ ଶଙ୍ଖୁଆ , ଇଟିଭି ଭାରତ

Last Updated : Sep 19, 2021, 9:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.