ETV Bharat / city

କଂଗ୍ରେସର ତୈଳ ଦରବୃଦ୍ଧି ପ୍ରତିବାଦ, ପେଟ୍ରୋଲ ଟାଙ୍କି ଆଗରେ ଗର୍ଜୁଛି ଦଳ

କୋରୋନା ସଙ୍କଟ ସମୟରେ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ । ରାଜଧାନୀର ବିଭିନ୍ନ ପେଟ୍ରୋଲ ଟାଙ୍କି ଆଗରେ ଧାରଣା ଦେଲା ଦଳ । ଅଧିକ ପଢନ୍ତୁ...

author img

By

Published : Jun 11, 2021, 10:13 AM IST

କଂଗ୍ରେସର ତୈଳ ଦରବୃଦ୍ଧି ପ୍ରତିବାଦ, ପେଟ୍ରୋଲ ଟାଙ୍କି ଆଗରେ ଗର୍ଜୁଛି ଦଳ
କଂଗ୍ରେସର ତୈଳ ଦରବୃଦ୍ଧି ପ୍ରତିବାଦ, ପେଟ୍ରୋଲ ଟାଙ୍କି ଆଗରେ ଗର୍ଜୁଛି ଦଳ

ଭୁବନେଶ୍ବର: ସମ୍ପ୍ରତ୍ତି କୋରୋନା ବିପତ୍ତି ମଧ୍ୟରେ ଜନସାଧାରଣ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ହେଲେ ଏଭଳି ସଙ୍କଟ ସମୟରେ ପେଟ୍ରୋଲ-ଡିଜେଲ ଏବଂ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ବେଡି ଉପରେ କୋରୋନା ମାଡ ସଦୃଶ ହୋଇଛି । ଯାହାକୁ ଘୋର ପ୍ରତିବାଦ କରିଛି କଂଗ୍ରେସ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଆଜି(ଶୁକ୍ରବାର) ସକାଳ 7ଟା ରୁ ଦିନ 11 ଟା ପର୍ଯ୍ୟନ୍ତ ପେଟ୍ରୋଲ ଟାଙ୍କି ଆଗରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

AICCର ନିଷ୍ପତ୍ତି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ଧାରଣା ଦିଆଯାଇଛି । ରାଜଧାନୀର ସମସ୍ତ ପେଟ୍ରୋଲ ଟାଙ୍କି ସମ୍ମୁଖରେ ବିଶେଷକରି ୟୁନିଟ-୨ ମାର୍କେଟ ବିଲ୍ଡିଂ ପାଖ, ରାମମନ୍ଦିର , କଳ୍ପନା, ବାଣୀବିହାର, ରସୁଲଗଡ଼, ନଖରା, ସାମନ୍ତରାପୁର, ରବିଟକିଜ, ଚନ୍ଦ୍ରଶେଖରପୁର, ପଟିଆ, ସିଆରପି, ଆଇଗିଣିଆ, ୟୁନିଟ-୮ ଡେଲଟା ଛକ ଏବଂ କଳିଙ୍ଗ ଷ୍ଟାଡିମ ଛକ ପାଖ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭୁବନେଶ୍ୱରର ସମସ୍ତ ବୁଦ୍ଧିଜୀବି, ଛାତ୍ର, ମହିଳା, ଯୁବ, ସାମାଜିକ ଅନୁଷ୍ଠାନ ବ୍ୟବସାୟୀ ଏବଂ ସାଧାରଣ ଜନତା ଏହି ପ୍ରତିବାଦରେ ସହଯୋଗ କରିବାକୁ ପିସିସି ସଭାପତି ପଟ୍ଟନାୟକ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.