ETV Bharat / city

କୃଷି ବିଲ୍ ନାମରେ କେନ୍ଦ୍ରର କର୍ପୋରେଟ ବିଲ୍: କଂଗ୍ରେସ - new farm bill

କେନ୍ଦ୍ର କୃଷି ବିଲକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

Congress pressmeet on new farm bill
କୃଷି ବିଲ୍ ନାମରେ କେନ୍ଦ୍ରର କର୍ପୋରେଟ ବିଲ୍: କଂଗ୍ରେସ
author img

By

Published : Dec 14, 2020, 8:31 PM IST

ଭୁବନେଶ୍ବର: କେନ୍ଦ୍ର କୃଷି ବିଲକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । କୃଷକ ଆନ୍ଦୋଳନ ବ୍ୟାପକ ରୂପ ନେଇଛି । 20 ଦିନ ଧରି ଚାଷୀ ଆନ୍ଦୋଳନରେ ବସିଛନ୍ତି ମାତ୍ର ସରକାର ଉତ୍ତର ରଖୁନଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ।

ଅଖିଳ ଭାରତୀୟ କଂଗ୍ରେସ କମିଟି ଏହାକୁ ସମର୍ଥନ ଦେଇଛି । ଦେଶବାସୀଙ୍କୁ ବିଜେପି ନେତା ବାଟବଣା କରୁଛନ୍ତି । ଦେଶର 80 ପ୍ରତିଶତ ଲୋକ କୃଷକ । କୃଷକମାନେ କରୁଥିବା ଅହିଂସାତ୍ମକ ଆନ୍ଦୋଳନକୁ ସ୍ବୀକାର କରିବା ପରିବର୍ତ୍ତେ ବିଜେପି ଜନସାଧାରଣଙ୍କୁ ଭୁଲ ତଥ୍ୟ ଦେଇ ଦେଶ ଦ୍ରୋହୀର ଆଖ୍ୟା ଦେଇଛି । କୃଷକ ମାନଙ୍କ ପାଇଁ ଏହା ଅପମାନ ।

କୃଷି ବିଲ୍ ନାମରେ କେନ୍ଦ୍ରର କର୍ପୋରେଟ ବିଲ୍: କଂଗ୍ରେସ

ଏହି ବିଲର ଆବଶ୍ୟକ ନଥିଲା । ଚାଷୀର ଦାବି ମାନିବା ପରିବର୍ତ୍ତେ କର୍ପୋରେଟ ହାତରେ ଟେକି ଦେବାକୁ ଯୋଜନା କରିଛନ୍ତି । ୟୁପିଏ ସରକାର ସମୟରେ ଡବଲ ଡିଜିଟ ଥିବାବେଳେ ଏନଡିଏ ସମୟରେ ସିଙ୍ଗଲ ଡିଜିଟ ହୋଇଛି । 25ରୁ 22 ଟି ଶସ୍ୟରେ ଏମଏସପି ୟୁପିଏ ସମୟରେ ଅଧିକ ଥିଲା । ମୁଷ୍ଟିମେୟ କର୍ପୋରେଟ ସେକ୍ଟରକୁ ଟେକି ଦେବାପାଇଁ ଏହି କୃଷି ବିରୋଧୀ ବିଲ ଆସିଥିବା ସେ କହିଛନ୍ତି ।

ଧାନ କିଣାବିକାରେ ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ । ବିନା ଆଇନ ଗତ ସେଫ ଗାର୍ଡରେ ଚାଷୀ କର୍ପୋରେଟ ବିରୋଧରେ ନ୍ୟାୟିକ ଲଢେଇ ଲଢ଼ିପାରିବ ନାହିଁ । କର୍ପୋରେଟ ମାନଙ୍କୁ ଋଣ ଛାଡ କରିଛନ୍ତି । ମୋଦି କୃଷକ ବିରୋଧୀ । ବିଗତ ଦିନ ମାନଙ୍କରେ ଏହା ପ୍ରମାଣିତ କରିଛନ୍ତି । 2019ରେ 277,83 ଲକ୍ଷ ମେଟ୍ରିକ ପ୍ରକ୍ୟୁରମେଣ୍ଟ ହୋଇଛି । ଏନଡିଏ ସମୟରେ ହ୍ରାସ ପାଇଛି । ବିଜେପିର ଯୋଜନା ମଣ୍ଡି ବ୍ୟବସ୍ଥାକୁ ହଟାଇବା । ଏହି ଆଇନ ଦ୍ବାରା ଖାଦ୍ୟ ସୁରକ୍ଷା ମଧ୍ୟ ବିପଦରେ । ଏ ସବୁ ବିଷୟରେ ଜନସାଧାରଣ ଜାଣନ୍ତୁ ବୋଲି କହିଛନ୍ତି ଭକ୍ତ ଦାସ ।

ଅନ୍ୟପଟେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି କେନ୍ଦ୍ର ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କର୍ପୋରେଟ ବିଲ, କୃଷି ବିଲ ନାମରେ ଚାଷୀ ଉପରେ ଥୋପି ଦେବାକୁ ଚାହୁଁଛନ୍ତି ସରକାର ବୋଲି ସେ ସଙ୍ଗୀନ ଅଭିଯୋଗ ଆଣଛନ୍ତି ।

ବିଜୁଜନତା ଦଳ ନିଜର ମତ ସ୍ପଷ୍ଟ କରିବା ଆବଶ୍ୟକ, କଂଗ୍ରେସ ଏହି ବିଲ୍ କୁ ବିରୋଧ କରୁଥିବାବେଳେ ବିଜେଡି ଦୋମୁହାଁ ନୀତି ଆପଣାଇଛି । 5,503 ଶିଶୁ ନିଖୋଜ ଅଛନ୍ତି ବୋଲି ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷ କହିଛନ୍ତି । ସେମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । କଂଗ୍ରେସ ଏହି ନିଖୋଜ ପିଲାମାନଙ୍କ ପାଇଁ ରାସ୍ତାକୁ ଓହ୍ଲାଇବ, ଏଏନଏମଙ୍କୁ ବକେୟା ଦରମା କାହିଁକି ଦେଉନାହାଁନ୍ତି ସରକାର ବୋଲି ସେ କହିଛନ୍ତି । ଖାଲି ଥିବା ପୋଷ୍ଟରେ ଏମାନଙ୍କୁ କାହିଁକି ନିଯୁକ୍ତି ଦିଆଯାଉନାହିଁ । ଓଡ଼ିଶାବାସୀ ଏହାକୁ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ପ୍ରଦୀପ ମାଝି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.