ETV Bharat / city

ଜାତୀୟ ସମ୍ପତ୍ତିକୁ ଲିଜ ସୂତ୍ରରେ ଦେବାକୁ କଂଗ୍ରେସର ବିରୋଧ - କଂଗ୍ରେସର ସାମ୍ବାଦିକ ସମ୍ମୀଳନୀ

ଜାତୀୟ ସମ୍ପତ୍ତିର ଘରୋଇକରଣକୁ କଂଗ୍ରେସ ବିରୋଧ । ଆଜି ଏ ନେଇ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସାମ୍ବାଦିକ ସମ୍ମିଳନୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ...

Congress pressmeet on moneytisation
ଜାତୀୟ ସମ୍ପତ୍ତିକୁ ଲିଜ ସୂତ୍ରରେ ଦେବାକୁ କଂଗ୍ରେସର ବିରୋଧ
author img

By

Published : Aug 30, 2021, 8:20 PM IST

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଦ୍ରାସଂଗ୍ରହ ନୀତିକୁ ନେଇ ବିରୋଧ କରିଛି କଂଗ୍ରେସ । ଜାତୀୟ ସମ୍ପତ୍ତିର ଘରୋଇକରଣକୁ ଜୋରଦାର ବିରୋଧ କରିଛି କଂଗ୍ରେସ । ଆଜି ଏ ନେଇ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସାମ୍ବାଦିକ ସମ୍ମିଳନୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଜାତୀୟ ସମ୍ପତ୍ତିକୁ ଲିଜ ସୂତ୍ରରେ ଦେବାକୁ କଂଗ୍ରେସର ବିରୋଧ

ଜାତୀୟ ସମ୍ପତ୍ତିର ଘରୋଇକରଣକୁ କଂଗ୍ରେସର ବିରୋଧ କରିଛି । ଦେଶବ୍ୟାପୀ କେନ୍ଦ୍ର ସରକାର ବିଭିନ୍ନ ସରକାରୀ ଉଦ୍ୟମକୁ ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ପ୍ରଶ୍ନ ଉଠାଇଛନ୍ତି। ତା ସହ ଜାତୀୟ ସମ୍ପତ୍ତି ଘରୋଇକରଣ ନିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଗତ ୭୦ ବର୍ଷ ଭିତରେ କଂଗ୍ରେସ ସରକାର ଦେଶରେ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଯାହାକୁ ବିକ୍ରି କରି ରାଜନୈତିକ ପାଣ୍ଠି ଯୋଗାଡରେ ମୋଦି ବୋଲି ପଞ୍ଚାନନ ଅଭିଯୋଗ କରିଛନ୍ତି। ଏ ଦିଗରେ କେନ୍ଦ୍ର ସରକାର ଶ୍ୱେତପତ୍ର ଜାରି କରନ୍ତୁ । ତା ସହ ଘରୋଇକରଣ ନିଷ୍ପତ୍ତିରୁ ଓହରନ୍ତୁ ବୋଲି ସୋମବାର ଭୁବନେଶ୍ବର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ପଞ୍ଚାନନ କାନୁନଗୋ।

ସୂଚନା ଥାଉକି କେନ୍ଦ୍ର ସରକାର ରାଜ୍ୟରେ 6ଟି ଜାତୀୟ ରାଜପଥର ପ୍ରାୟ ୨୨,୭୦୦ କିମି ରାସ୍ତା, ପାରାଦୀପ ପୋର୍ଟ, ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର, ହୋଟେଲ, ଖଣି ଗୁଡିକୁ ଲିଜ ସୂତ୍ରରେ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.