ETV Bharat / city

ମାନବ ଅଧିକାର ଉଲ୍ଲଙ୍ଘନ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ - congress pressmeet on human rights violation

ମାନବ ଅଧିକାରକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମୀଳନୀ । ଦେଶର ମୁଖ୍ୟ ବିଚାରପତି ଚିନ୍ତାପ୍ରକଟ କରିଛନ୍ତି। ଦେଶରେ ଥାନା ମାନଙ୍କ ସବୁଠୁ ଅଧିକ ମାନବଧିକାର ଉଲ୍ଲଘଂନ ହେଉଛି ବୋଲି କହିଥିଲେ। ଅଧିକ ପଢନ୍ତୁ...

congress pressmeet on human rights violation
ମାନବ ଅଧିକାର ଉଲ୍ଲଙ୍ଘନକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମୀଳନୀ
author img

By

Published : Aug 28, 2021, 7:50 AM IST

Updated : Aug 28, 2021, 9:07 AM IST

ଭୁବନେଶ୍ବର: ଦେଶରେ ଥାନା ମାନଙ୍କ ସବୁଠୁ ଅଧିକ ମାନବଧିକାର ଉଲ୍ଲଘଂନ ହେଉଛି ଏନେଇ ଦେଶର ମୁଖ୍ୟ ବିଚାରପତି ଚିନ୍ତାପ୍ରକଟ କରିଛନ୍ତି । ଶୁକ୍ରବାର କଂଗ୍ରେସ ଭବନରେ ସମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ମାନବ ଅଧିକାର ସୁରକ୍ଷା ନେଇ ରାଜ୍ୟ ସରକାର ଦାୟୀ ବୋଲି କହିଛନ୍ତି ।

ମାନବ ଅଧିକାର ଉଲ୍ଲଙ୍ଘନ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ଦେଶରେ ମାନବଧିକାର ଉଲ୍ଲଙ୍ଘନକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ଦେଶରେ ଥାନା ମାନଙ୍କ ସବୁଠୁ ଅଧିକ ମାନବ ଅଧିକାର ଉଲ୍ଲଘଂନ ହେଉଛି। ଜନମଙ୍ଗଳ ରାଷ୍ଟ୍ରରେ ରାଷ୍ଟ୍ରର ଦାୟିତ୍ବ ସରକାର ଉପରେ ନ୍ୟସ୍ତ ଥାଏ । ଯିଏ ଯେତେ କ୍ଷମତାଶାଳୀ ସେ ସେତିକି ଉତ୍ତରଦାୟୀ । ଆଉ ଏହାରି ଅନ୍ତର୍ଭୁକ୍ତ ପୋଲିସ ଅଧିକାରୀ । ରାଜ୍ୟର ଅଧିକାଂଶ ପୋଲିସ ଥାନାରେ ଏଭଳି ଅନେକ ପୋଲିସ ଅଧିକାରୀ ଅଛନ୍ତି ଯେଉଁମାନେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରା ଦଣ୍ଡିତ ହେଲା ପରେ ମଧ୍ୟ ସରକାର ସେମାନଙ୍କୁ ପ୍ରମୋଶନ ଦେଉଛନ୍ତି।

କିଛିଦିନ ତଳେ ଅନୁଗୁଳରେ ଏଭଳି ଜଣେ ପୋଲିସ ଅଧିକାରୀଙ୍କ କଥା ସାମ୍ନାକୁ ଆସିଥିଲା । ନାରୀ ନିର୍ଯ୍ୟାତନା ଅଭିଯୋଗରେ ବଦଳି ହୋଇଥିବା ଅନୁଗୁଳ ଏସଡିପିଓ ଅଶ୍ବିନୀ କୁମାର ସାହୁ ବଦଳି ହୋଇ ବର୍ତ୍ତମାନ କଟକ ଗ୍ରାମାଞ୍ଚଳର ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ କଟକରେ ପୋଷ୍ଟିଂ । ଏଠି ଯାଦୁଆ ବିକୁଛି ଯାଦୁ ମଲମ । କଂଗ୍ରେସର ଦାବି ସରକାର ଏଠି ଜନମଙ୍ଗଳ ରାଷ୍ଟ୍ରର ଦାୟିତ୍ବ ନିଭାନ୍ତୁ । ରାଜ୍ୟ ସରକାର ମାନବାଧିକାର ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଅନ୍ତୁ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

Last Updated : Aug 28, 2021, 9:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.