ETV Bharat / city

ପଞ୍ଚାୟତିରାଜ ବିଭାଗରେ ଷ୍ଟିଟ ଲାଇଟ ଟେଣ୍ଡରରେ ହୋଇଛି ଚଞ୍ଚକତା: କଂଗ୍ରେସ - ପଞ୍ଚାୟତିରାଜ ବିଭାଗରେ ଷ୍ଟିଟ ଲାଇଟ ଟେଣ୍ଡରରେ ଚଞ୍ଚକତା

ପଞ୍ଚାୟତ ବିଭାଗ ଅଧିନସ୍ଥ ଗ୍ରାମୀଣ ଜଳ ଯୋଗାଣ ବିଭାଗର ଷ୍ଟିଟ୍ ଲାଇଟ୍ ଲଗାଇବା ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର । ଏହି ଟେଣ୍ଡର ପ୍ରକ୍ରିୟା ଓ ଟେଣ୍ଡର ଦସ୍ତାବିଜ୍‌ରୁ ଏଥିରେ ଦୁର୍ନିତୀ ଓ ପିୟାପ୍ରୀତିର ସ୍ୱଷ୍ଟ ସୂଚନା ମିଳୁଛି । ଏନେଇ କଂଗ୍ରେସ ପକ୍ଷରୁ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ...

Congress press meet on Panchayati raj street lights tender corruption
ସ୍ୱଚ୍ଛ ସରକାରଙ୍କର ଅସ୍ୱଚ୍ଛ କାର୍ଯ୍ୟକଳାପର ଆଉ ଏକ ନମୁନା; ପଞ୍ଚାୟତିରାଜ ବିଭାଗରେ ଷ୍ଟିଟ ଲାଇଟ ଟେଣ୍ଡରରେ ଚଞ୍ଚକତା
author img

By

Published : Sep 3, 2021, 9:26 PM IST

ଭୁବନେଶ୍ବର : ସ୍ଵଛ ଶାସନର ଆବରଣ ତଳେ ରାଜ୍ୟର ବିଜେଡି ସରକାର ଦୁର୍ନିତୀ ଓ ପ୍ରିୟାପ୍ରୀତିରେ ଲିପ୍ତ ଅଛନ୍ତି । ତାର ଆଉ ଏକ ନମୁନା ଦେଖିବାକୁ ମିଳିଛି । ଗତ ଏପ୍ରିଲ ୪ ତାରିଖରେ ପଞ୍ଚାୟତ ବିଭାଗ ଅଧିନସ୍ଥ ଗ୍ରାମୀଣ ଜଳ ଯୋଗାଣ ବିଭାଗର ଷ୍ଟିଟ୍ ଲାଇଟ୍ ଲଗାଇବା ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର । ଏହି ଟେଣ୍ଡର ପ୍ରକ୍ରିୟା ଓ ଟେଣ୍ଡର ଦସ୍ତାବିଜ୍‌ରୁ ଏଥିରେ ଦୁର୍ନିତୀ ଓ ପିୟାପ୍ରୀତିର ସ୍ୱଷ୍ଟ ସୂଚନା ମିଳୁଛି । ଏନେଇ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଅଭିଯୋଗ ଆଣିଛନ୍ତି ।

ସୁଦର୍ଶନ କହିଛନ୍ତି ଯେ, ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଥିବା ଆରଡବ୍ଲୁଏସ୍‌ଏସ୍ ପକ୍ଷରୁ ରାଜ୍ୟର ୨୯ଟି ଜିଲ୍ଲାରେ ଏଲଇଡି ଲାଇଟ ଲଗାଇବା ନେଇ ଟେଣ୍ଡର ହୋଇଛି । ୧୫୦ କୋଟି ଟଙ୍କା ଖର୍ଚ୍ଚରେ ୨୯ଟି ଜିଲ୍ଲାର ଗାଁ ଗୁଡିକରେ ଏଲଇଡି ଷ୍ଟ୍ରିଟ୍ ଲାଇଟ ଲଗାଇବା ନେଇ ହୋଇଥିବା ଏହି ଟେଣ୍ଡରରେ କେତେକ ନିର୍ଦ୍ଦିଷ୍ଟ କମ୍ପାନିକୁ ସୁହାଇଲା ଭଳି ବ୍ୟବସ୍ଥା କରାଯାଇଛି । ୨୯ଟି ଜିଲ୍ଲାକୁ କିଛି ନିର୍ଦ୍ଦିଷ୍ଟ ସଂସ୍ଥା / ବ୍ୟକ୍ତିବିଶେଷ ମଧ୍ୟରେ ବାଣ୍ଟି ଦେବାକୁ ଏଭଳି ମସୁଧା କରାଯାଇଛି । ଏଥି ସହିତ ଯେଉଁ କାମ କମ୍ ଖର୍ଚ୍ଚରେ ହୋଇ ପାରିଥାନ୍ତା ତା ପାଇଁ ଅଧିକ ଖର୍ଚ୍ଚ କରିବା ପାଇଁ ଏହି ଟେଣ୍ଡର ପ୍ରକ୍ରିୟାରେ ସର୍ତ୍ତ ଧାର୍ଯ୍ୟ କରାଯାଇଛି । ନୂଆ ଟେକନୋଲୋଜିର ଉପଯୋଗ ଉପରେ ଗୁରୁତ୍ୱ ଦିଆ ନ ଯାଇ ୯/୧୦ ବର୍ଷ ତଳେ ମିଳୁଥବା ନିମ୍ନମାନର ଓ ଅଧିକ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଏଲଇଡି ଲାଇଟ ଯୋଗାଣ ନେଇ ଏହି ଟେଣ୍ଡର ପ୍ରସ୍ତୁତ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଟେଣ୍ଡର ବିଜ୍ଞପ୍ତିରେ ୭୧୦୦ ଲୁମେନ ପାଇଁ ସର୍ବାଧିକ ୮୦ ୱାଟ୍ ଏଲଇଡି ଲାଇଟ ଧାର୍ଯ୍ୟ କରାଯାଇଛି । ଏହାର ଅର୍ଥ ପ୍ରତି ୱାଟ୍ ପିଛା ୯୦ ଲୁମେନ ବ୍ୟବହାର କରାଯାଇ ପାରିବ । ଏଭଳି କମ୍ ଲୁମେନ୍ ପ୍ରଦାନ କରୁଥିବା ଉତ୍ପାଦ ୯ରୁ ୧୦ ବର୍ଷ ତଳେ ବ୍ୟବହାର କରାଯାଉଥିଲା । ଏବେ ଦେଶର ସମସ୍ତ ପ୍ରମୁଖ କମ୍ପାନି ଯେଉଁ ଏଲଇଡି ଲାଇଟ ଉତ୍ପାଦନ କରୁଛନ୍ତି । ସେଥିରେ ପ୍ରତି ୱାଟ୍ ପିଛା ଲୁମେନ୍ ହାର ୧୧୦ରୁ ୧୨୦ ରହୁଛି । ଏଭଳି ଉଚ୍ଚ ହାରର ଲୁମେନ ଥିବା ଏଲିଇଡି ଲାଇଟର ଗୁଣବତ୍ତା ମଧ୍ୟ ଉଚ୍ଚ ଓ ଆଲୋକିକରଣ କ୍ଷମତା ମଧ୍ୟ ଯଥେଷ୍ଟ ଅଧିକ । ଏପରି ନୂଆ ଟେକନୋଲୋଜିର ଏଲଇଡି ଷ୍ଟ୍ରିଟ୍ ଲାଇଟ ବ୍ୟବହାର ଦ୍ୱାରା ପ୍ରତି ଲାଇଟ ପିଛା ଘଣ୍ଟାକୁ ପ୍ରାୟ ୨୦ ୱାଟ ବିଦ୍ୟୁତ କମ୍ ଖର୍ଚ୍ଚ ହେବ । ମାତ୍ର ଏଥିପ୍ରତି ନଜର ଅନ୍ଦାଜ କରିବା ପଛର ମନ୍ଦ ଏଦ୍ଦେଶ୍ୟ ଅଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।

ଟେଣ୍ଡର ପ୍ରକ୍ରିୟାରେ ଏହି ଚଚଂକତା ଯୋଗୁଁ ରାଜ୍ୟ ରାଜକୋଷରୁ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ ଟଙ୍କା ବାଟ ମାରଣା କରିବାର ମସୁଧା କରାଯାଇଛି । ଏହା ସହିତ ପ୍ରତି ବର୍ଷ ୫ କୋଟିରୁ ଉର୍ଦ୍ଧ୍ୱ ବିଦ୍ୟୁତ ଶୁକ୍ଲ ସରକାର ବହନ କରିବେ ବୋଲି ସୁଦର୍ଶନ ଅଭିଯୋଗ କରିଛନ୍ତି । ଟେଣ୍ଡର କାଗଜରେ ପ୍ରତି ୟୁନିଟ କ୍ଲଷ୍ଟର ପାଇଁ ୧ ଲକ୍ଷ ୩୪ ହଜାର ୮ଶହ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ବଜାର ମୂଲ୍ୟ ଅନୁଯାୟୀ ଏହା ୧ ଲକ୍ଷ ଟଙ୍କାରୁ ମଧ୍ୟ କମ୍ ହେବ । ଅର୍ଥାତ ପ୍ରତି ୟୁନିଟ୍ ବା କ୍ଲଷ୍ଟର ପିଛା ୩୦ ରୁ ୪୦ ଶତାଂଶ ଅଧିକ ମୂଲ୍ୟ ଟେଣ୍ଡରରେ ଉଲ୍ଲେଖ ଅଛି । ଏ ବାବଦରେ ରାଜ୍ୟ ସରକାର କ୍ଷତି ସହିଲା ବେଳେ, ନେତା, ମନ୍ତ୍ରୀ ଓ ଅଫିସର ମାନଙ୍କର ପକେଟ୍‌କୁ ଗରମ କରିବାର ଏହା ଏକ ସୁଚିନ୍ତିତ ଯୋଜନା ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।

ଏକ ବିଚିତ୍ର କଥା ମଧ୍ୟ ଏହି ଟେଣ୍ଡର ବିଜ୍ଞପ୍ତିରେ ଦେଖିବାକୁ ମିଳିଛି । ମାତ୍ର ୫ଟି କମ୍ପାନିଙ୍କୁ ଯଥା:- ବଜାଜ, ଫିଲିପ୍ସ, କ୍ରମ୍ପଟନ୍‌, ହାଭେଲ୍ସ, ସୂର୍ଯ୍ୟା ରୋଶନୀ ଏଲଇଡି ଲାଇଟ ଯୋଗଣ ପାଇଁ କେବଳ ଅନୁମୋଦନ କରାଯାଇଛି । ସମାନ ଗୁଣବତ୍ତା ଥିବା ଅନ୍ୟ କୈାଣସି ସଂସ୍ଥାର ଏଲିଇଡି ଲାଇଟ ଯୋଗାଣ ପାଇଁ କିଛି ସୁଯୋଗ ରଖାଯାଇ ନାହିଁ । ଟେଣ୍ଡରରେ ରହିଥିବା ସର୍ତ୍ତ ପୂରଣ କରିବାକୁ ସକ୍ଷମ ଥିବା ସର୍ବଭାରତୀୟ ସ୍ତରର ଅନ୍ୟ ବଡ଼ ବଡ଼ କମ୍ପାନ ଗୁଡିକୁ କାହିଁକି ଏଲଇଡି ଲାଇଟ ଯେଗାଣ ପାଇଁ ଅନୁମତି ଦିଆଯାଇ ନାହିଁ ବୋଲି ସୁଦର୍ଶନ ପ୍ରଶ୍ନ କରିଛନ୍ତି । ଏହି ୫ଟି କମ୍ପାନୀ ଭିତରୁ ସୂର୍ଯ୍ୟା ରୋଶନୀର ମାଲିକ ଜଣେ ବିଜେପି ଏମ୍‌.ପି । ଟେଣ୍ଡର ପାଇଁ ଏହି କମ୍ପାନୀକୁ ଯୋଗ୍ୟ କରାଯିବା ପଛରେ କଣ ରହସ୍ୟ ଅଛି ବୋଲି ସୁଦର୍ଶନ ପ୍ରଶ୍ନ କରିଛନ୍ତି । ନିର୍ଦ୍ଦିଷ୍ଟ ଭାବେ ସରକାର କଣ ପାଇଁ ୫ଟି କମ୍ପାନି ପ୍ରତି ଅନୁକମ୍ପା ଦେଖାଉଛନ୍ତି ତାହା ତଦନ୍ତ ସାପେକ୍ଷ ।

ସରକାର ସବୁ କଥାରେ ସ୍ୱଚ୍ଛ ଶାସନ କଥା କହୁଥିବା ବେଳେ ୧୫୦ କୋଟି ଟଙ୍କାର ଟେଣ୍ଡରରେ ଚଚଂକତା ତାଙ୍କର ସ୍ୱଚ୍ଛ ଶାସନକୁ ପଦାରେ ପକାଇଛି । ନିର୍ଦ୍ଦିଷ୍ଟ କମ୍ପାନିର ଏଲଇଡିରେ ଟେଣ୍ଡର ପ୍ରକ୍ରିୟା ସୀମିତ ନ ରଖି ସର୍ତ୍ତପୂରଣ କରୁଥିବା ସବୁ କମ୍ପାନିକୁ ସୁଯୋଗ ଦିଆଯିବା ପାଇଁ ବ୍ୟବସ୍ଥା କରାଯିବା ଉଚିତ । ଏଥି ସହିତ କମ୍ ଖର୍ଚ୍ଚରେ କିଭଳି ଉଚ୍ଚ ଗୁଣବତ୍ତାର ଏଲଇଡି ଲାଇଟ ଯୋଗାଣ ହୋଇ ପାରିବ ତାହା ସରକାର ସୁନିଶ୍ଚିତ କରିବା ଦରକାର । ଏଭଳି ସ୍ଥିତିରେ ଏଲଇଡି ଲାଇଟ ଟେଣ୍ଡର ରଦ୍ଦ କରାଯାଉ ।

କେତେକ କମ୍ପାନି ବା ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥକୁ ନ ଦେଖି ଜନସାଧାରଣଙ୍କ ସ୍ୱାର୍ଥ ତଥା ସରକାରୀ ଅର୍ଥର ସୁରକ୍ଷା ପାଇଁ ଏଲଇଡି ଲାଇଟ ଯୋଗାଣ ସର୍ତ୍ତରେ ଆବଶ୍ୟକ ସଂଶୋଧନ କରି ସାନି ଟେଣ୍ଡର ନୋଟିସ୍ ଜାରିକରିବାକୁ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.