ETV Bharat / city

‘ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ପାଇଁ କେନ୍ଦ୍ର ସରକାର ଦାୟୀ’

author img

By

Published : Nov 24, 2019, 3:56 AM IST

ଭାରତ ବଞ୍ଚାଅ ଅଭିଯାନରେ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ ଡାକି ସରକାରଙ୍କୁ ଅର୍ଥନୈତିକ ମାନ୍ଦାବସ୍ଥା ପାଇଁ ଦାୟୀ କରିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦେଶରେ ଆର୍ଥିକ ମାନ୍ଦାବସ୍ଥା ଉତ୍କଟ ହେବାକୁ ନେଇ ବର୍ଷିଛି କଂଗ୍ରେସ । ଆର୍ଥିକ ଶିଥିଳତା ପାଇଁ କେନ୍ଦ୍ରରେ ବିଜେପି ସରକାର ଦାୟୀ ବୋଲି ଶନିବାର ଅଭିଯୋଗ ଆଣିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀପା ଦାସମୁନସୀ । ଭାରତ ବଞ୍ଚାଅ ଅଭିଯାନକୁ ନେଇ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଇଲେକ୍ଟୋରାଲ୍ ବଣ୍ଡ ଆଣି ୬ହଜାର କୋଟି ଟଙ୍କାର ସ୍କାମ୍ କରିଛି ବିଜେପି । ୪ ରାଜ୍ୟରେ ନିର୍ବାଚନ ପୂର୍ବରୁ ଫଣ୍ଡ ଆଣିଥିଲେ ବିଜେପି ସରକାର । ସେ ଫଣ୍ଡରେ କେତେ ଟଙ୍କା ଆସିଛି, ତାର ସମସ୍ତ ତଥ୍ୟ କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ଦାସମୁନ୍ସୀ । ଜିଏସଟି, ବିମୁଦ୍ରୀକରଣ ପରେ ଦେଶରେ ଯେଉଁ ସ୍ଥିତି ଉପୁଜିଛି ତାର ମୁକାବିଲା ସରକାର କିଭଳି କରିବେ ତାର ଉତ୍ତର ରଖନ୍ତୁ । ଅଟୋମୋବାଇଲ, କଟନ୍, ସୁଗାର ମିଲ ସବୁଠି ମାନ୍ଦାବସ୍ଥା । ଉତ୍ପାଦନ ବନ୍ଦ ହେବା ସହ ଶିକ୍ଷିତ ବେରୋଜଗାରୀ ବଢିଛି ବୋଲି ଅଭିଯୋଗ ହୋଇଛି ।

୮.୯୫ % ବେରୋଜଗାରୀ ବଢିଛି । କଂଗ୍ରେସ ନୀତି ଆଦର୍ଶର ଦଳ,ଏକ ମିଶନ ବୋଲି ସେ କହିଛନ୍ତି । ଖାଦ୍ୟ ସାମଗ୍ରୀ ଦରଦାମ ଆକାଶ ଛୁଆଁ ହୋଇଛି । ବିଶ୍ୱାସ ଥିଲା ନୂଆ ସରକାର ଆସିଲେ କମିବ ମାତ୍ର ସବୁ ଜାଗାରେ ହାହାକାର । ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି । ଆଗାମୀ ଦିନରେ ପୁରା ଦେଶରେ ଏ ଆନ୍ଦୋଳନ ହେବ ବୋଲି ଦୀପା ଦାସମୁନ୍ସୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଭାରତ ବଞ୍ଚାଅ ସମାବେଶ ନେଇ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ।

Body:ଦେଶରେ ଆର୍ଥିକ ମାନ୍ଦାବସ୍ଥା ଉତ୍କଟ ନେଇ ବର୍ଷିଛି କଂଗ୍ରେସ।ଆର୍ଥିକ ସିଥିଲତା ପାଇଁ କେନ୍ଦ୍ରରେ ବିଜେପି ସରକାର ଦାୟୀ,ଶନିବାର କଂଗ୍ରେସ ଭବନ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ପୁର୍ବତନ କେନ୍ଦ୍ରମନ୍ତ୍ରୀ ଦୀପା ଦାସମୁନ୍ସୀ।ଇଲେକ୍ଟୋରାଲ ବଣ୍ଡ ଆଣି ୬ହଜାର କୋଟି ଟଙ୍କାର ସ୍କାମ କରିଛି ବିଜେପି।୪ରାଜ୍ୟରେ ନିର୍ବାଚନ ପୂର୍ବରୁ ବଣ୍ଡ ଆଣିଥିଲେ ବିଜେପି ସରକାର ,୯୫ ପ୍ରତିଶତ ଫଣ୍ଡ ବିଜେପି ପାଖରେ ଲାଗିଛି।।ସେ ବଣ୍ଡ ରେ କେତେ ଟଙ୍କା ଆସିଛି ତାର ସମସ୍ତ ତଥ୍ୟ କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ଦାସମୁନ୍ସୀ।ଜିଏଷ୍ଟି ,ବିମୁଦ୍ରକାରଣ ପରେ ଦେଶରେ ଯେଉଁ ସ୍ଥିତି ଉପୁଜିଛି ତାର ମୁକାବିଲା ସରକାର କିଭଳି ରଖିବେ ତାର ଉତ୍ତର ରଖନ୍ତୁ।ଅଟୋମୋବାଇଲ, କଟନ,ସୁଗର ମିଲ ସବୁଠି ମାନ୍ଦାବସ୍ଥା।ଉତ୍ପାଦନ ବନ୍ଦ।ଶିକ୍ଷିତ ବେରୋଜଗାରୀ ବଢିଛି।୮.୯୫ % ବେରୋଜଗାରୀ ବଢିଛି।କଂଗ୍ରେସ ନୀତି ଆଦର୍ଶର ଦଳ,ଏକ ମିଶନ ବୋଲି ସେ କହିଛନ୍ତି।ଖାଦ୍ୟ ସାମଗ୍ରୀ ଦରଦାମ ଆକାଶ ଛୁଆଁ ହୋଇଛି।ବିଶ୍ୱାସ ଥିଲା ନୂଆ ସରକାର ଆସିଲେ କମିବ।ହେଲେ ସବୁ ଜାଗାରେ ହାହାକାର।ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି।ଆଗାମୀ ଦିନରେ ପୁରା ଦେଶରେ ଏ ଆନ୍ଦୋଳନ ହେବ ବୋଲି ଦୀପା ଦାସମୁନ୍ସୀ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.