ETV Bharat / city

ଢିଙ୍କିଆ, ମମିତା ମାମଲା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା କଂଗ୍ରେସ

ଢ଼ିଙ୍କିଆରେ ପୋଲିସ ମହିଳାଙ୍କୁ ଖରାପ ବ୍ୟବହାର କରି ଆକ୍ରମଣ କରିଥିବା ଫୋଟୋ ଦେଖାଇ ସାଙ୍ଘାତିକ ଅଭିଯୋଗ କଲା କଂଗ୍ରେସ । ଏସବୁ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି ନା ଅଜାଣତରେ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି । ଅଧିକ ପଢନ୍ତୁ

author img

By

Published : Jan 19, 2022, 4:53 PM IST

ଢିଙ୍କିଆ, ମମିତା ମାମଲା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା କଂଗ୍ରେସ
ଢିଙ୍କିଆ, ମମିତା ମାମଲା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା କଂଗ୍ରେସ

ଭୁବନେଶ୍ବର: ଢ଼ିଙ୍କିଆ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ । ଢ଼ିଙ୍କିଆରେ ପୋଲିସ ମହିଳାଙ୍କୁ ଖରାପ ବ୍ୟବହାର କରି ଆକ୍ରମଣ କରିଥିବାର ଫୋଟୋ ଦେଖାଇ ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ । କଣ ପାଇଁ ପୋଲିସ ଲୋକଙ୍କୁ ହିଂସ୍ର ହୋଇ ଆକ୍ରମଣ କଲା ତାହା ବଡ ପ୍ରଶ୍ନ ବୋଲି କହିଛି ।

ଏହା ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି କି ଅଜାଣତରେ ସେନେଇ ସ୍ପଷ୍ଟ କରନ୍ତୁ ବୋଲି ଆଜି(ବୁଧବାର) ସାମ୍ବାଦିକ ସମ୍ମିଳନୀ କରି ଜବାବ ମାଗିଛି କଂଗ୍ରେସ । ଜିନ୍ଦଲର ପୋଷା ଗୁଣ୍ଡା ଭଳି ପୋଲିସ କାମ କରୁଛି । ନୂଆ ପୋଲିସ ଡିଜି ମୁହଁ ଖୋଲନ୍ତୁ ଓ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ରାଜ୍ୟ ମାନବାଧିକାର କମିଶନ ମଧ୍ୟ ନିଜ ଆଡୁ ମାମଲା ରୁଜୁ କରନ୍ତୁ । ଜଗନ୍ନାଥଙ୍କ ସାହାରା ନେଉଥିବା ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ଅଲଗା ରହୁଛି ବୋଲି କହିଛି କଂଗ୍ରେସ ।

ସେହିପରି ମମିତା ହତ୍ୟାକାଣ୍ଡର ମୁଖ୍ୟ ଚକ୍ରାନ୍ତକାରୀ ଏବେ ବି ବାହାରେ ବୁଲି ଶଙ୍ଖ ଚିହ୍ନ ପାଇଁ ଭୋଟ ମାଗୁଛନ୍ତି । ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରିବା ସହ ଫୌଜଦାରୀ ମାମଲା କରିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ଓବିସିରେ 27 ପ୍ରତିଶତ ସଂରକ୍ଷଣ ନେଇ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆଜି ଏ ସମ୍ପର୍କରେ ରାୟ ଆସିବ । ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ଦଳ କୋର୍ଟ ଦ୍ୱାରସ୍ଥ ନ ହୋଇ ନିର୍ବାଚନ ଘୋଷଣ କଲେ । ଯଦି କୋର୍ଟ ସଂରକ୍ଷଣ ସପକ୍ଷରେ ରାୟ ଦିଅନ୍ତି ରାଜ୍ୟ ସରକାର କଣ କରିବେ ତାହା ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ କହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.