ଭୁବନେଶ୍ବର: ମହାନଦୀ ଓ କୋଟିଆ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ । ଓଡ଼ିଶା ବର୍ତ୍ତମାନ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ରହିଛି । ସରକାରଙ୍କ ଉଦାସୀନତା ଯୋଗୁଁ ଏ ଭଳି ହେଉଥିବା ଅଭିଯୋଗ କରିଛନ୍ତି ।
ମହାନଦୀ ପାଣି ଛତିଶଗଡ଼ ନେଇଗଲା କିନ୍ତୁ ସରକାର କହିଲେ ମହାନଦୀର କିଛି ଅସୁବିଧା ହେବ ନାହିଁ । ରାଜ୍ୟରେ ଗଡ଼ଜାତ ମିଶ୍ରଣ ହୋଇଥିଲା । ଓଡ଼ିଶା ମିଶ୍ରଣରେ ୭ଟି ଜିଲ୍ଲାରେ କୋରାପୁଟ , ରାୟଗଡା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଗଞ୍ଜାମର ୭୬ ଟି ସୀମାନ୍ତ ଗାଁକୁ ନେଇ ବିବାଦ ରହିଛି । ଅବସ୍ଥା କ'ଣ ହେବ ତାହା କହିହେବ ନାହିଁ । କୋଟିଆକୁ ନେଇ କେସ ଚାଲିଥିଲା । ପ୍ରଥମ ଥର ପାଇଁ ଗ୍ରାମପଞ୍ଚାୟତ ନିର୍ବାଚନ ହେବ ବୋଲି କହି ବିଜ୍ଞପ୍ତି ପ୍ରକାଶ କରି ଆନ୍ଧ୍ର ନିର୍ବାଚନ କଲା । ଆନ୍ଧ୍ର ସରକାର କୋଟିଆରେ ନିର୍ବାଚନ କଲା ପରେ ଏବେ ଓଡ଼ିଶା ସରକାର କୋର୍ଟକୁ ଯାଇଛନ୍ତି । ସେହି ଅଞ୍ଚଳରେ ୨୦୦ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି । ଏବେ ବିଜେପି ମୁହଁବନ୍ଦ କରି ବସିଛନ୍ତି କାହିଁକି । ବିଜେଡି ଓ ବିଜେପି ଉଭୟ ଦଳ ମାଟିକୁ ରକ୍ଷା କରିପାରୁ ନାହାଁନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାର ସ୍ବାର୍ଥକୁ ରକ୍ଷା ପାଇଁ ଆନ୍ତରିକତା ନାହିଁ, ଦାୟିତ୍ଵବୋଧ ନାହିଁ ।
ଓଡ଼ିଶାକୁ ଅଣଦେଖା କରାଯାଉଛି । ସରକାର ଓଡ଼ିଶା ସୀମାକୁ ରକ୍ଷା କର । ସେସବୁ ଅଞ୍ଚଳରେ ବିକାଶ ଠିକ ଭାବରେ ହୋଇନି । ଆନ୍ଧ୍ର ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କଲେ ଓଡ଼ିଶା ସରକାର କେମିତି ଜାଣି ପାରିଲେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ