ETV Bharat / city

Netaji Birth Anniversary: ପ୍ରତିମୂର୍ତ୍ତିରେ କଂଗ୍ରେସ-ବିଜେପିର ଶ୍ରଦ୍ଧାଞ୍ଜଳି

author img

By

Published : Jan 23, 2022, 1:13 PM IST

ଆଜି(ରବିବାର) ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଏହି ଅବସରରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଛି କଂଗ୍ରେସ ଓ ବିଜେପି । ଅଧିକ ପଢନ୍ତୁ

Netaji Birth Anniversary: ପ୍ରତିମୂର୍ତ୍ତିରେ କଂଗ୍ରେସ-ବିଜେପିର ଶ୍ରଦ୍ଧାଞ୍ଜଳି
Netaji Birth Anniversary: ପ୍ରତିମୂର୍ତ୍ତିରେ କଂଗ୍ରେସ-ବିଜେପିର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଆଜି(ରବିବାର) ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ । ଏନେଇ ଭୁବନେଶ୍ବର ରସୁଲଗଡ଼ ନିକଟସ୍ଥ ନେତାଜୀଙ୍କ ପ୍ରତିମୂର୍ତ୍ତିରେ କଂଗ୍ରେସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ଏହି ଅବସରରେ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ନେତାଜୀଙ୍କ ସ୍ମୃତି ଚାରଣ କରିଛନ୍ତି ।

ପ୍ରତିମୂର୍ତ୍ତିରେ କଂଗ୍ରେସ-ବିଜେପିର ଶ୍ରଦ୍ଧାଞ୍ଜଳି

ଏହା ବି ପଢନ୍ତୁ: Subhas Chandra Bose Birth Anniversary: ମନେ ପକାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

କଂଗ୍ରେସ ପ୍ରଭାରୀ ଚେଲା କୁମାର, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ଏହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଜିଲ୍ଲା ସଭାପତି ବାବୁ ସିଂ, ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପପସ୍ଥିତ ରହି ନେତାଜୀଙ୍କ ବୀରତ୍ବର ଗାଥା ବଖାଣିଥିଲେ । ଏହି ଅବସରରେ ଆଜାଦ ହିନ୍ଦ ବାହିନୀ ପକ୍ଷରୁ ପରେଡ଼ ମାଧ୍ୟମରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ରାଷ୍ଟ୍ରୀୟ ସଲାମି ଦିଆଯାଇଥିଲା ।

ଏଥିସହ ବହୁ ସଂଗଠନ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ମାନବିକତା ଭାବକୁ ଅଗ୍ରାଧିକାର ଦେଇ ବଞ୍ଚିବା ଦରକାର ବୋଲି ଆହ୍ବାନ ଦେଇଥିଲେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଜି ଦେଶବାସୀଙ୍କ ଗର୍ବର ଦିନ ବୋଲି ସେ କହିଛନ୍ତି । ନେତାଜୀ ସ୍ବାଭିମାନର ପ୍ରତୀକ ସହିତ ମହାତ୍ୟାଗୀ ଥିଲେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.