ETV Bharat / city

ଆଗକୁ ପଞ୍ଚାୟତ-ପୌର ନିର୍ବାଚନ, ନିଘୋଡ଼ ନିଦ୍ରାରେ କଂଗ୍ରେସ - municipal elections

ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ। ବିଜେଡି ବିଜେପି ନିର୍ବାଚନ ରଣନୀତି ଆରମ୍ଭ କରି ସାରିଥିବା ବେଳେ ପଛରେ ପଡିଯାଇଛି କଂଗ୍ରେସ । କଂଗ୍ରେସ କେବଳ ପ୍ରତିବାଦ ଏବଂ କଥାରେ ସୀମିତ ଥିବା ଭଳି ମନେ ହେଉଛି । ଅଧିକ ପଢନ୍ତୁ...

ଆଗକୁ ପଞ୍ଚାୟତ-ପୌର ନିର୍ବାଚନ, ନିଘୋଡ଼ ନିଦ୍ରାରେ କଂଗ୍ରେସ

author img

By

Published : Jul 2, 2021, 10:21 PM IST

ଭୁବନେଶ୍ବର: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସଜବାଜ ଆରମ୍ଭ ହୋଇଯାଇଛି । ବିଜେଡି-ବିଜେପି ପକ୍ଷରୁ ନିର୍ବାଚନ ରଣନୀତି ଜୋରଦାର ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ କଂଗ୍ରେସ କେଉଁଠି ନା କେଉଁଠି ପଛରେ ପଡିଗଲା ଭଳି ସ୍ପଷ୍ଟ ବାରି ହେଉଛି । କଂଗ୍ରେସ ରାଜରାସ୍ତାରେ ଖାଲି ଆନ୍ଦୋଳନ କରି ନିଜର ଉପସ୍ଥିତ ଜାହିର କରୁଛି କିନ୍ତୁ ସଙ୍ଗଠନ ସୁଦୃଢ଼ କରିବାରେ ନେତାଙ୍କ ମନ ନାହିଁ । ଖାଲି ଆନ୍ଦୋଳନ ମାଧ୍ୟମରେ ଚିତ୍କାର କରି ଲୋକଲୋଚନକୁ ଆସିବାକୁ ଚେଷ୍ଟା କରୁଛି କିନ୍ତୁ ତୃଣମୂଳ ସ୍ତରରେ କିଭଳି ସଙ୍ଗଠନ ସୁଦୃଢ ହେବ ସେନେଇ କାହାର ନିଘା ନାହିଁ । ଏଣୁ ଦଳର ନିର୍ବାଚନ ରଣନୀତି କେବଳ କଥାରେ ସୀମିତ ରହିଗଲା ଭଳି ମନେ ହେଉଛି ।

ଆଗକୁ ପଞ୍ଚାୟତ-ପୌର ନିର୍ବାଚନ, ନିଘୋଡ଼ ନିଦ୍ରାରେ କଂଗ୍ରେସ

ନିର୍ବାଚନ ପାଇଁ ନା ପିସିସି ମୁଖିଆଙ୍କ ଠୋସ ପଦକ୍ଷେପ ଅଛି ନା ସାଧାରଣ କର୍ମୀ ଉତ୍ସାହିତ ଅଛନ୍ତି । ଆଉ ଯେଉଁ କିଛି ନେତା ସଙ୍ଗଠନକୁ ନେଇ ଚିନ୍ତା କରୁଛନ୍ତି ସେମାନେ କଣଠେସା ହେଉଛନ୍ତି । ଦଳ ଭିତରେ ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ସକ୍ରିୟ ଥିବାରୁ ସଙ୍ଗଠନ ମଜବୁତ ହେବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ରାଜ୍ୟ ପ୍ରଭାରୀ ଡ଼ ଚେଲ୍ଲା କୁମାର ଆସିଲା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଆଶା ସଞ୍ଚାର ହେଉଥିଲା କି ଆଗାମୀ ଦିନରେ କଂଗ୍ରେସ ଅଧିକ ସଙ୍ଗଠିତ ହୋଇ ବିରୋଧୀଙ୍କୁ କଡା ଟକ୍କର ଦେବ । ହେଲେ ଚେଲ୍ଲାଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ଦୁଇ ଦୁଇଟି ଉପ-ନିର୍ବାଚନରେ ରାଜ୍ୟବାସୀ ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବାରମ୍ବାର ନିର୍ବାଚନ ହାରିଲା ପରେ ଦଳ ଯେଉଁଠି ଥିଲା ଏବେ ବି ସେଇଠି ଅଛି ।

ସବୁଠୁ ବଡ କଥା ହେଉଛି ବିରୋଧୀ ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦେଉଥିବା ବେଳେ କଂଗ୍ରେସ ଖାଲି କଥାରେ ସୀମିତ ରହିଯାଇଛି । କେବଳ ପୁରୁଣା ଖୋଳପା ଭିତରେ ପସି ରହିଛି କଂଗ୍ରେସ । ଯେଉଁଠି କି ବିରୋଧୀ ବିଜେଡି ବିଜେପି ଯୁବ ନେତୃତ୍ୱଙ୍କ କାନ୍ଧରେ ଦାୟିତ୍ୱ ନ୍ୟସ୍ତ କରୁଛନ୍ତି । ବିଜେଡି ବରିଷ୍ଠ ନେତା, ମହିଳା ଓ ଯୁବ ନେତୃତ୍ୱଙ୍କୁ ନିର୍ବାଚନ ଦାୟିତ୍ୱ ହସ୍ତାନ୍ତର କରିସାରିଥିବା ବେଳେ ବିଜେପି ମଧ୍ୟ ପଛରେ ପଡ଼ିନାହିଁ । ବିଜେପି ମଧ୍ୟ ସମାନ ଢଙ୍ଗରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସଙ୍ଗଠନକୁ ପୁନର୍ଗଠନ କରି ଯୁବ ଓ ମହିଳାଙ୍କୁ ଗୁରୁତ୍ୱ ଦେଉଛି । ଏପରିସ୍ଥଳେ କିଛିଟା ଆନ୍ଦୋଳନ ଭିତରେ ନିଜକୁ ସୀମିତ ରଖିଛି କଂଗ୍ରେସ । ଚିହ୍ନା ଜଣା ସୀମିତ ହାତଗଣତି ନେତା ସୁର ରାଉତରାୟ, ପ୍ରଦୀପ ମାଝୀ, ସାଂସଦ ସପ୍ତଗିରି ଉଲାକା ଆଉ କିଛି ନେତାଙ୍କୁ ଛାଡିଦେଲା ପରେ ଅନ୍ୟ ବରିଷ୍ଠ ନେତାମାନେ ଘରେ ବସୁଛନ୍ତି । ଫଳରେ କଂଗ୍ରେସରେ ନେତା ସଙ୍କଟ ହେଲା ଭଳି ସ୍ଥିତି ଉପୁଜିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.