ETV Bharat / city

ବ୍ୟାଙ୍କିଙ୍ଗ ରେଗୁଲେସନ ସଂଶୋଧନ ବିଲ୍କୁ‌ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ବିରୋଧ - ବ୍ୟାଙ୍କିଙ୍ଗ ରେଗ୍ୟୁଲେସନ ସଂଶୋଧନ ବିଲ୍କୁ

ସଂସଦରେ ବ୍ୟାଙ୍କିଙ୍ଗ ରେଗୁଲେସନ (ସଂଶୋଧନ) ବିଲ୍କୁ‌ ବିରୋଧ କରିଛନ୍ତି କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ଏହି ବିଲ୍‌ ଆଇନରେ ପରିଣତ ହେବା ପରେ ରାଜ୍ୟ ହାତରୁ ସମସ୍ତ ଶକ୍ତି କେନ୍ଦ୍ର ପାଖକୁ ଚାଲିଯିବ ବୋଲି ସେ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ବ୍ୟାଙ୍କିଙ୍ଗ ରେଗ୍ୟୁଲେସନ ସଂଶୋଧନ ବିଲ୍କୁ‌ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ବିରୋଧ

author img

By

Published : Sep 16, 2020, 10:19 PM IST

ନୂଆଦିଲ୍ଲୀ: ସଂସଦରେ ବ୍ୟାଙ୍କିଙ୍ଗ ରେଗୁଲେସନ (ସଂଶୋଧନ) ବିଲକୁ ନେଇ ନିଜର ମତ ରଖିଛନ୍ତି କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ଆଲୋଚନା ସମୟରେ ସେ ଏହି ବିଲକୁ ଗୃହରେ ବିରୋଧ କରିଛନ୍ତି । ସାଂସଦ ସପ୍ତଗିରି ଉଲାକା କହିଛନ୍ତି, ଏହି ବିଲ୍‌ ଆଇନରେ ପରିଣତ ହେବା ପରେ ରାଜ୍ୟ ହାତରୁ ସମସ୍ତ ଶକ୍ତି କେନ୍ଦ୍ର ପାଖକୁ ଚାଲିଯିବ । ହେଲେ ଏହା ସତ୍ତ୍ବେ ଆଞ୍ଚଳିକ ଦଳଗୁଡିକ ଏହି ବିଲକୁ ସମର୍ଥନ କରିବା ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି ।

ବ୍ୟାଙ୍କିଙ୍ଗ ରେଗୁଲେସନ ସଂଶୋଧନ ବିଲ୍କୁ‌ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ବିରୋଧ

ସପ୍ତଗିରି ଆହୁରି ମଧ୍ୟ କହିଛନ୍ତି, ଏହି ଆଇନର ମୂଳ ଲକ୍ଷ୍ୟ ହେଉଛି କୋଅପରେଟିଭ୍ ବ୍ୟାଙ୍କଗୁଡିକରେ ପରିଚାଳନାକୁ ସୁଧାରିବା । ହେଲେ ପିଏମସି ଠକେଇ ବ୍ୟାଙ୍କ୍‌ ପରିଚାଳନାର ଏକ ବଡ ତ୍ରୁଟି ।

ପଞ୍ଜାବ ଓ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କରେ 9 ଲକ୍ଷ 24 ହଜାର ଖାତାଧାରୀ ଟଙ୍କା ଜମାକରିଥିଲେ । 7ଟି ରାଜ୍ୟରେ ଟଙ୍କା ଜମା ରଖିଥିଲେ ଖାତାଧାରୀ । ସମସ୍ତେ ଠକେଇର ଶିକାର ହୋଇଛନ୍ତି । ଆରବିଆଇ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଏପରି ହେଉଛି । ଏଥିପାଇଁ ସରକାର ଉତ୍ତରଦାୟୀ । ବ୍ୟାଙ୍କ୍‌ ଠକେଇ ଯୋଗୁଁ ଅନେକ ଲୋକଙ୍କ କ୍ଷତି ହୋଇଥିବାବେଳେ କିଛି ଜଣ ଆତ୍ମହତ୍ୟା ମଧ୍ୟ କରିଛନ୍ତି । ବ୍ୟାଙ୍କିଙ୍ଗ ରେଗୁଲେସନ (ସଂଶୋଧନ) ବିଲ ଆଇନରେ ପରିଣତ ହେବା ପରେ ସମସ୍ତ ଆର୍ଥିକ କ୍ଷମତା କେନ୍ଦ୍ରସରକାରଙ୍କ ହାତକୁ ଆସିଯିବା ସହ ଏହାର ବିକେନ୍ଦ୍ରୀକରଣ ହୋଇପାରିବ ନାହିଁ ବୋଲି ସାଂସଦ ଦାବି କରିଛନ୍ତି ।

ଭାରତ ସରକାର ସମସ୍ତ କୋଅପରେଟିଭ ବ୍ୟାଙ୍କକୁ ଆରବିଆଇ ଅଧିନରେ ନେବା ପାଇଁ ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ ସହ ଜଡିତ ବିଲ୍‌କୁ ଲୋକସଭାରେ ଆଗତ କରିଛନ୍ତି । ପ୍ରଥମେ କେବଳ ସରକାରୀ ଓ ଘରୋଇ ବ୍ୟାଙ୍କକୁ ଆରବିଆଇ ନିୟନ୍ତ୍ରଣ କରୁଥିଲା । ହେଲେ ବର୍ତ୍ତମାନ ଏହା କୋଅପରେଟିଭ ବ୍ୟାଙ୍କ୍ଗୁଡିକ ଉପରେ ମଧ୍ୟ ନିଜର ନିୟନ୍ତ୍ରଣ ରଖିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.