ଭୁବନେଶ୍ବର: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଠାଣି ଅଲଗା । ସେ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ନେଇ ଆସନ୍ତା ବିଧାନସଭା ଅଧିବେଶନରେ ହଙ୍ଗାମା କରିବି ବୋଲି କହିଛନ୍ତି ।
ଏପରିକି ମନ୍ତ୍ରୀମାନେ ଇସ୍ତଫା ଦେଇଦେବା ଉଚିତ । କୋଭିଡ ବେଡ୍ ଅଭାବ ଏବଂ କୋରୋନାରେ ଖୋର୍ଦ୍ଧା କଟକ ଅଣାୟତଃକୁ ନେଇ ତାରା କହିଛନ୍ତି ଯେ, ବେଡ ମିଳୁନି, ଫୋନ କରି କରି ଥକିଲୁଣି, କେତେ ସିଟ୍ ବଢେଇଛ । ବିଧାନସଭାରେ ପଚାରିବି ନ ହେଲେ ହଙ୍ଗାମା ହେବ ବୋଲି ତାରା କହିଛନ୍ତି । ଏହି ସରକାରରେ ମନ୍ତ୍ରୀମାନେ କିଛି ନାହିଁ ଖାଇପାଳୁ ବୋଲି କଂଗ୍ରେସ ନେତା ତାରାପ୍ରସାଦ ବାହୀନିପତି କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ