ETV Bharat / city

Odisha Assembly: ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ତାରାଙ୍କ ଆହ୍ୱାନ

ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ରାଜ୍ୟରେ ଏମଏସପି ବୃଦ୍ଧି ନେଇ ଦଳମତ ନିର୍ବିଶେଷରେ ସମସ୍ତେ ଦିଲ୍ଲୀ ଯିବାକୁ ଆହ୍ବାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଅଧିକ ପଢନ୍ତୁ

author img

By

Published : Jul 6, 2022, 2:09 PM IST

ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ତାରାଙ୍କ ଆହ୍ୱାନ

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ବିଭିନ୍ନ ବିଭାଗରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏମସପି ବୃଦ୍ଧି ନେଇ କମ୍ପିଥିଲା ଗୃହ । ରାଜ୍ୟରେ ଏମଏସପି ବୃଦ୍ଧି ନେଇ ଦଳମତ ନିର୍ବିଶେଷରେ ସମସ୍ତେ ଦିଲ୍ଲୀ ଯିବାକୁ ଆହ୍ବାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି।

ଛତିଶଗଡ଼ରେ କଂଗ୍ରେସ ସରକାର ରହିଛି ସେଠାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରାୟ 2500 ଟଙ୍କା ଦିଆଯାଉଛି। ଓଡ଼ିଶାରେ କାହିଁକି ବୃଦ୍ଧି କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ତାରା । ତେଣୁ ସମସ୍ତ ଦଳର ବିଧାୟକମାନେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ବସିବା ବୋଲି ଆହ୍ୱାନ ଦେଇଛନ୍ତି ବିଧାୟକ ତାରାବାହିନୀ ପତି ।

ପୂର୍ବରୁ ଏମଏସପି ନେଇ କଂଗ୍ରେସ ଦଳ ଦୁଇଦିନ ବିଧାନସଭା ବନ୍ଦ କରିଥିଲା। ପର ମୂହୁର୍ତ୍ତରେ ବିଜେଡି ଓ ବିଜେପି ସାମିଲ ହୋଇଥିଲେ। ଦଳ ଗତ ନିର୍ବିଶେଷରେ ସବୁ ବିଧାୟକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏମଏସପି 2930କୁ ଧାର୍ଯ୍ୟ ହୋଇଥିଲା । କ୍ୟାବନେଟ ପାସ ହୋଇ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସମୟ ମାଗିଥିଲେ । ହେଲେ ଏ ଯାଏଁ ସମୟ ନମିଳିବାକୁ ଦୁର୍ଭାଗ୍ୟ ବୋଲି କହିଛନ୍ତି ବିଧାୟକ ତାରା ବାହିନୀପତି । ରାଜ୍ୟରେ ଚାଷୀଙ୍କୁ ଏମଏସପି ମିଳୁନାହିଁ । ସମସ୍ତ ବିଧାୟକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯାଇ ବସିବାକୁ କହିଛନ୍ତି ବିଧାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.