ETV Bharat / city

ସୌମ୍ୟ ଆଉ ଟିକେଟ ପାଇବେନି, ଘରେ ହୋଇପାରେ ଭିଜିଲାନ୍ସ ରେଡ: ତାରା

author img

By

Published : Nov 1, 2021, 4:13 PM IST

ବିଧାୟକ ସୌମ୍ୟରଞ୍ଜନ ସମ୍ପାଦକୀୟରେ ବୃତ୍ତି, ପାର୍ଟି ଓ ମାଟି ଶୀର୍ଷକରେ ମମିତା ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଏହାକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରିଖିଛନ୍ତି । ଅଧିକ ପଢନ୍ତୁ...

mla Tara prasad bahinipati and Pcc chief niranjan patnaik reaction on soumyaranjam pattnaik editorial
ସୌମ୍ୟ ଆଉ ଟିକେଟ ପାଇବେନି : ତାରା ବାହିନୀପତି

ଭୁବନେଶ୍ବର: ବିଭିନ୍ନ ସମୟରେ ନିଜର ସମ୍ପାଦକୀୟରେ ନିଜର ମତ ସାବ୍ୟସ୍ତ କରନ୍ତି ବରିଷ୍ଠ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ଯାହା ଶାସକ ବିଜେଡିକୁ ଅଡୁଆ ପରିସ୍ଥିତିକୁ ଟାଣି ଆଣେ। ନିଜର ମନ୍ତବ୍ୟରେ ସେ ବିଜେଡି ଦଳକୁ ପରୋକ୍ଷରେ ସମାଲୋଚନା କରିବା ସହ ନବୀନଙ୍କୁ ମଧ୍ୟ ସମାଲୋଚନା କରଛନ୍ତି । ତେବେ ଆଜି ‘ବୃତ୍ତି, ପାର୍ଟି ଓ ମାଟି’ ଶୀର୍ଷକରେ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଖୁଲମଖୁଲା ଟାର୍ଗେଟ କରିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସୌମ୍ୟ ଆଉ ଟିକେଟ ପାଇବେନି : ତାରା ବାହିନୀପତି

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ବିଧାନସଭାରେ ପୂର୍ବରୁ ଅନେକ ଥର କହିଛି । ପ୍ରଥମେ ମାଟି ଓ ତାପରେ ପାର୍ଟି । ସୌମ୍ୟ ବାବୁ ଯାହା ଲେଖିଛନ୍ତି ସ୍ୱାଗତ ଯୋଗ୍ୟ । କିନ୍ତୁ ନବୀନ ପଟ୍ଟନାୟକଙ୍କ ପାର୍ଟି ବଡ଼, ମାଟି ବଡ଼ ନୁହେଁ । କୋଟିଆ ଆଜି ହାତରୁ ଖସି ଗଲାଣି । ଦିବ୍ୟଶଙ୍କର ମିଶ୍ର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇ ଦେବା କଥା । ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର । ରାଜ୍ୟରେ ଦୁଷ୍କର୍ମ, ନିର୍ଯାତନା ବଢୁଛି । ଆଉ ଗୃହ ବିଭାଗର ମୁଖ୍ୟ ଥିବା ହେତୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର ।

ଏହା ବି ପଢନ୍ତୁ:ସୌମ୍ୟଙ୍କ ଟାର୍ଗେଟରେ ଦିବ୍ୟଶଙ୍କର ! ପଢାଇଲେ ନୀତି-ନୈତିକତାର ପାଠ

ସେହିପରି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଆଜିକାଲି ରାଜନୈତିକ ଲୋକଙ୍କର ନୈତିକତା ପ୍ରତି ଦୃଷ୍ଟି ନାହିଁ । ଏବେ ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଅଭିଯୋଗ ଆସୁଛି । କିନ୍ତୁ କେହି ଇସ୍ତଫା ଦେଉନାହାନ୍ତି । ତାଙ୍କୁ ଯାହା ବହିଷ୍କାର କରାଯାଉଛି । ପୂର୍ବରୁ ଲାଲ ବାହାଦୁର ଶାସ୍ତ୍ରୀ, ମାଲବ୍ୟଙ୍କ ଭଳି ଅନେକ ନେତା ନୈତିକତା ଦେଖାଇ ଇସ୍ତଫା ଦେଇଛନ୍ତି । କିନ୍ତୁ ବିଜେଡ଼ି ସରକାର ସମୟରେ ନେତା ମାନଙ୍କ କ୍ଷେତ୍ରରେ ନୈତିକତାର ଅବକ୍ଷୟ ହୋଇଛି । କିନ୍ତୁ ନେତା ପାଇଁ ପ୍ରଥମେ ମାଟି ବଡ଼ ହେବା ଦରକାର ।

ସୂଚନାଥାଉକି ବିଭିନ୍ନ ସମୟରେ ସମ୍ପାଦକୀୟ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି ଖଣ୍ଡପଡା ବିଧାୟକ ତଥା ବରିଷ୍ଠ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ । ବର୍ତ୍ତମାନ ରାଜ୍ୟରେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏ ଭଳି ସମୟରେ ସୌମ୍ୟ ସମ୍ପାଦକୀୟ ମାଧ୍ୟମରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢାଇଛନ୍ତି । ବୃତ୍ତି,ପାର୍ଟି ଓ ମାଟି ମଧ୍ୟରେ ସମ୍ପୂର୍ଣ୍ଣ ଘଟଣାର ଅବତାରଣା କରିଛନ୍ତି ଏବଂ ରାଜ୍ୟ ଏବଂ ଦେଶରେ ଘଟିଯାଇଥିବା ବିଭିନ୍ନ ଘଟଣାକୁ ନେଇ ମନେପକାଇଛନ୍ତି ସୌମ୍ୟ । ଯେତେବେଳେ ମଧ୍ୟ ସରାକାରଙ୍କ ପ୍ରତି ଦାୟିତ୍ବବୋଧତା ଆସେ ସେତେବେଳେ ସରକାର ଆଗେଇ ଆସିବା ଦରକାର ବୋଲି ସୌମ୍ୟ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.