ETV Bharat / city

'ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ' - ମମିତା ହତ୍ୟାକାଣ୍ଡ

ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ବର୍ଷିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି । ଅଧିକ ପଢନ୍ତୁ...

'ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ'
'ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ'
author img

By

Published : Nov 1, 2021, 9:27 PM IST

ଭୁବନେଶ୍ବର: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ଦିନକୁ ଦିନ ବଢୁଛି ଅଡ଼ୁଆ । ମମିତା ମେହେର ହତ୍ୟାକାଣ୍ଡ ତାଙ୍କ ପିଛା ଛାଡ଼ିବା ନାଁ ନେଉନାହିଁ । ଦିନକୁ ଦିନ ବିବାଦ ଭିତରକୁ ଠେଲି ହୋଇ ଯାଉଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହାସହିତ କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ।

ଏହି ଘଟଣାରେ ତାରା କହିଛନ୍ତି ଯେ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ । ଏବେ ମନ୍ତ୍ରୀଙ୍କ ବହିଷ୍କାର କଥା ଉଠିଲାରୁ କ'ଣ ବିଜେଡିର ଦରଦାମ ବୃଦ୍ଧି କଥା ମନେପଡ଼ିଲା ବୋଲି ପ୍ରଶ୍ନ କରିଛନ୍ତି ତାରା । ନବୀନ ବାବୁ ଭୟଭୀତ ଅଛନ୍ତି, ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଦିବ୍ୟଶଙ୍କର ତୁରନ୍ତ ଇସ୍ତଫା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

'ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ'

ରାଜ୍ୟରେ ନାରୀ ନିର୍ଯାତନା ଦେଶରେ ଏକ ନମ୍ବର । ପ୍ରତ୍ୟେକ ନାରୀ ଆଜି ଅସୁରକ୍ଷିତ । ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଦରଦାମ ବୃଦ୍ଧି ପ୍ରସଙ୍ଗରେ ପୂର୍ବରୁ ବିଜେଡି କେଉଁଠି ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଯେତେବେଳେ ବିଧାନସଭାରେ ଆମେ ଉଠାଉଥିଲୁ ସେତେବେଳେ ଚୁପ କାହିଁକି ବସିଥିଲେ । ରାଜ୍ୟ ସରକାର ତୈଳ ଲିଟର ଉପରେ ସେସ୍‌ ଟିକସ ପାଖାପାଖି 30 ଟଙ୍କା ନେଉଛନ୍ତି, ତାକୁ କମାଇ ଦିଅନ୍ତୁ ବୋଝ କମିଯିବ ବୋଲି କହିଛନ୍ତି ତାରା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.