ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସରକାର ଆଗକୁ ବଢ଼ୁଛନ୍ତି। ହେଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ (Panchayat Election Reservation) ନେଇ ତେଜୁଛି ଅସନ୍ତୋଷ। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ଟାର୍ଗେଟ କରିଛନ୍ତି କଂଗ୍ରେ ବିଧାୟକ ସୁର ରାଉତରାୟ (Congress MLA Suresh Kumar Routray) ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରକାର ପ୍ରସ୍ତୁତି ନେଇ ଆଗକୁ ବଢ଼ୁଛନ୍ତି। ଏପଟେ OBC ଆଉ ଏବେ ଆଦିବାସୀ ସଂରକ୍ଷଣ ନେଇ ତେଜୁଛି ଅସନ୍ତୋଷ। ବିଭିନ୍ନ ଜିଲ୍ଲାରେ ଆଦିବାସୀ ମେଳି ବି ତୀବ୍ର ହେବାରେ ଲାଗିଲାଣି। ତେବେ ଏଭଳି ସ୍ଥିତିରେ ସରକାରଙ୍କ ବାରମ୍ବାର ସଂରକ୍ଷଣ ତାଲିକା ରେ ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଦଳୀୟ ବିଧାୟକ ସୁର ରାଉତରାୟ ଏହାକୁ ଦୃଢ଼ ବିରୋଧ କରିଛନ୍ତି। ସୁରଙ୍କ ଅଭିଯୋଗ ରାଜ୍ୟରେ OBC 52 ପ୍ରତିଶତ ଥିବାବେଳେ ସରକାର ଆବଶ୍ୟକୀୟ ସଂରକ୍ଷଣ ନଦେବା ଅତ୍ୟନ୍ତ ଦୁଃଖଦାୟକ। ଏହା OBC ବର୍ଗଙ୍କ ପ୍ରତି ଅନ୍ୟାୟ ।
ସେହିଭଳି ଆଦିବାସୀ ମାନଙ୍କ ପାଇଁ ମଧ୍ୟ ସଂରକ୍ଷଣ ଦେବାରେ ସରକାର ଚଞ୍ଚକତା କରିଛନ୍ତି। 7 ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ 23 ଟି ଜିଲ୍ଲାରେ ଆଦିବାସୀଙ୍କ ପାଇଁ ସଂରକ୍ଷଣ କଲେ ନାହିଁ ସରକାର। ଏକ ଡ୍ରାମା କରୁଛନ୍ତି ସରକାର। ଏଥିରୁ ସରକାରଙ୍କ ନିର୍ବାଚନ ପାଇଁ ଇଚ୍ଛା ନଥିବା ଭଳି ମନେ ହେଉଛି ବୋଲି ସୁର କହିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ