ଭୁବନେଶ୍ବର: ରାଜ୍ୟରେ ଚାଲିଛି ଅଫିସର ରାଜ୍ । କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ସହ ସ୍ବର ମିଳାଇଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । ପ୍ରତିଟି ପ୍ରସଙ୍ଗରେ ନିଜର ସ୍ପଷ୍ଟବାଦୀ କଥା ନେଇ ପରିଚିତ ଭେଟେରାନ ବିଧାୟକ କେନ୍ଦ୍ରମନ୍ତ୍ରୀଙ୍କୁ ସମର୍ଥନ କରିଛନ୍ତି ।
କେନ୍ଦ୍ର ଜଳ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଅଫିସର ମାନେ କାର୍ଯ୍ୟ ଠିକ ନକରିବା ପ୍ରସଙ୍ଗରେ କହିବା ପରେ ଏନେଇ ଏକ ଭିଡିଓ ଭାଇରାଲ ହୋଇଥିଲା ।
ଅଫିସର ମାନଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଟୁଡୁ ଯାହା କହିଛନ୍ତି ତାହା ଠିକ୍ । ଗଣତନ୍ତ୍ରରେ ଲୋକ ପ୍ରତିନିଧିକୁ ସବୁବେଳେ ସରକାରରେ ଅଗ୍ରାଧିକାର ଦିଆଯାଏ ମାତ୍ର ରାଜ୍ୟରେ ଚାଲିଥିବା ସରକାର କେବଳ ଅଫିସର ମାନଙ୍କୁ ନେଇ ଚାଲିଥିବା କହିଛନ୍ତି ସୁର ରାଉତରାୟ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ