ETV Bharat / city

ମାର୍ଚ୍ଚ 1ରେ ଲୋକସେବା ଭବନ ଘେରାଉ ସ୍ଥଗିତ ରଖିଲା କଂଗ୍ରେସ

author img

By

Published : Feb 3, 2021, 2:02 PM IST

ଜଟଣୀ ଜମି ପ୍ରସଙ୍ଗକୁ ନେଇ ମାର୍ଚ୍ଚ 1ରେ ଲୋକସେବା ଭବନ ଘେରାଉକୁ ସ୍ଥଗିତ ରଖିଲା କଂଗ୍ରେସ । ଅଧିକ ପଢନ୍ତୁ....

ମାର୍ଚ୍ଚ 1ରେ ଲୋକସେବା ଭବନ ଘେରାଉ ସ୍ଥଗିତ ରଖିଲା କଂଗ୍ରେସ
ମାର୍ଚ୍ଚ 1ରେ ଲୋକସେବା ଭବନ ଘେରାଉ ସ୍ଥଗିତ ରଖିଲା କଂଗ୍ରେସ

ଭୁବନେଶ୍ବର: ଜଟଣୀ ଜମି ପ୍ରସଙ୍ଗରେ ଆସନ୍ତା ମାର୍ଚ୍ଚ 1 ତାରିଖରେ ଲୋକସେବା ଭବନ ଘେରାଉ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଥିବାବେଳେ ଏହାକୁ ଏବେ ସ୍ଥଗିତ ରଖିଛି ଦଳ । ସରକାର ଦାବି ମାନି ନେଇଥିବା ସହ ଖୁବଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେବା ପରେ କଂଗ୍ରେସ ଏପରି ନିଷ୍ପତ୍ତି ନେଇଛି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।

ବୁଧବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏପରି ସୂଚନା ଦେଇଛନ୍ତି । 2012 ମସିହାରେ ଜଣେ ସେଟେଲମେଣ୍ଟ ଅଫିସର ଆମମାନଙ୍କର ପୈତୃକ ସ୍ଥିତିବାନ ଭୂସମ୍ପତ୍ତିକୁ ଭୁଲବଶତଃ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିଦେବା ପରେ ଆମର ଅବସ୍ଥା ଶୋଚନୀୟ ହୋଇପଡିଛି ବୋଲି ସେ କହିଛନ୍ତି । ଯାହା ଫଳରେ ଆମ ଅଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାର ବିନିଯୋଗ ମଧ୍ୟ ହୋଇପାରୁ ନାହିଁ ବୋଲି ବିଧାୟକ କହିଛନ୍ତି ।

ତେବେ ଏନେଇ କ୍ଷତିଗ୍ରସ୍ତ ବାସିନ୍ଦାଙ୍କର ଏକ କମିଟି ଗତ ଫେବୃଆରୀ 1 ତାରିଖରେ ମୁଖ୍ୟ ଶାସନ ସଚିବ, ଡେଭଲପମେଣ୍ଟ କମିଶନର, ରାଜସ୍ବ ସଚିବ, ଅତିରିକ୍ତ ରାଜସ୍ବ ସଚିବ, ଆଇନ ସଚିବଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଏହି ତ୍ରୁଟି ସମ୍ପର୍କରେ ସମସ୍ତେ ଅବଗତ ହୋଇସାରିଲେଣି । ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କ ନିର୍ଦ୍ଦେଶକ୍ରମେ ଏହାର ଅନୁଧ୍ୟାନ କରି କାର୍ଯ୍ୟସମ୍ପର୍ଣ୍ଣ ପାଇଁ ନିର୍ଦ୍ଦିଷ୍ଟ ଭାବେ କିଛି ଉଚ୍ଚପଦସ୍ଥ ଅଫିସରଙ୍କୁ ସମ୍ପୂର୍ଣ୍ଣ ଭାବେ ଦାୟିତ୍ବ ଦିଆଯାଇଛି ବୋଲି ସରକାର କହିଛନ୍ତି । ଖୁବଶୀଘ୍ର ଅସଲ ଜମିମାଲିକଙ୍କ ନାମକୁ ଜମିର ମାଲିକାନା ସତ୍ତ୍ବ ପରିବର୍ତନ କରାଯିବ ବୋଲି ସଚିବମାନେ ଏହି କମିଟିକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ କଂଗ୍ରେସ ପକ୍ଷରୁ ମାର୍ଚ୍ଚ 1 ତାରିଖରେ ହେବାକୁ ଥିବା ଲୋକସେବା ଭବନ ଘେରାଉକୁ ଦଳ ସ୍ଥଗିତ ରଖିଥିବା ବିଧାୟକ କହିଛନ୍ତି ।

ସେହିପରି ଫେବୃଆରୀ 20 ତାରିଖ ସୁଦ୍ଧା ମାଲିକାନା ସତ୍ତ୍ବ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବାକୁ କଂଗ୍ରେସ ଦାବି କରିଛି । ଯଦି ଫେବୃଆରୀ 20 ତାରିଖ ଭିତରେ ସରକାର ସମ୍ପୂର୍ଣ୍ଣ ଜମି ଫେରସ୍ତ ନକରନ୍ତି ତେବେ ମାର୍ଚ୍ଚ 1 ତାରିଖରେ ହେବାକୁ ଥିବା ଲୋକସେବା ଭବନ ଘେରାଉ କାର୍ଯ୍ୟ ବଳବତ୍ତର ରହିବ ବୋଲି ସେ କହିଛନ୍ତି ।

ଜଟଣୀ ମ୍ୟୁନିସିପାଲିଟି ଓ ତାର ପାର୍ଶ୍ଵବର୍ତୀ 13ଟି ଗ୍ରାମ ଯଥା ଚେରୁଆଁ, ର୍ଭସର, ବାଇରଙ୍ଗ, ହରିରା ନପୁର, ବୁଢ଼ାପଢ଼ା, ନିରଞ୍ଜନପୁର, କତିଆ, ରଥପୁର, କୁଶମାଟି, ଛଣଘର, କୁଦିଆରି, ରାମଚନ୍ଦ୍ରପୁରର 1ଲକ୍ଷ 72 ହଜାର ଲୋକଙ୍କର ଜମିର ମାଲିକାନା ସତ୍ତ୍ବ ଜଗନ୍ନାଥଙ୍କ ନାମକୁ ପରିବର୍ତନ ହେବା ଫଳରେ ସେମାନେ ଦୀର୍ଘଦିନ ଧରି ଯେଉଁ ସଂଗ୍ରାମ କରୁଥିଲେ ତାହା ନିଶ୍ଚୟ ସଫଳ ହେବ ବୋଲି ବିଧାୟକ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.