ଭୁବନେଶ୍ବର: ପିସିସି ସଭାପତି ନେଇ ତାଲିଥିବା ମନ୍ଥନକୁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା । ସେ କହିଛନ୍ତି, ‘ମୁଁ ପିସିସି ଦୌଡ଼ରେ ନାହିଁ, ମୋର ଲବି ନାହିଁ, ଯିଏ କହୁଥିବେ ସେମାନେ ଜାଣିଥିବେ।’ ସେ ଆହୁରି କହିଛନ୍ତି କି, ଭାଲୁ ଭାଇ ଭାବୁଛନ୍ତି ପିସିସି ସଭାପତି ଦୌଡରେ ବୋଲି, ତାହେଲେ ମୋର କିଛି କହିବାର ନାହିଁ । ହେଲେ ମୋର ଇଚ୍ଛା ନାହିଁ ବୋଲି ସ୍ପଷ୍ଟ କଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା ।
ନିରଞ୍ଜନ ବାବୁ ବହୁ ଆଗରୁ ଇସ୍ତଫା ଦେଇସାରିଛନ୍ତି । ଆଗକୁ କଂଗ୍ରେସରେ ବଡ଼ ପରିବର୍ତ୍ତନ ହେବ । ଖୁବଶୀଘ୍ର ପିସିସି ପୁନର୍ଗଠନ ହେବା ସହ ନୂଆ ସଭାପତି ମଧ୍ୟ ଆସିଯିବେ । ଉପନିର୍ବାଚନ ମଧ୍ୟ ଭଲ ପଦର୍ଶନ କରିବ କଂଗ୍ରେସ । ତେବେ ସବୁଠୁ ବଡ଼ କଥା ହେଲା 2024 ସାଧାରଣ ନିର୍ବାଚନରେ କଂଗ୍ରେସ ବହୁ ଭଲ ପଦର୍ଶନ କରିବ ବୋଲି ବିଧାୟକ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ