ଭୁବନେଶ୍ବର: ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିଜେଡିର ଅଭିଯୋଗ ଉପରେ ବିଜେପିର ପ୍ରତିକ୍ରିୟା । ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି ସେମାନେ ତାଙ୍କ କାମ କରିବେ । ସରକାର କାହିଁକି ଗ୍ୟାସ ଦର ବଢାଉଛନ୍ତି ସେମାନେ ଜାଣନ୍ତି । ମୁଁ କହି ପାରିବିନି । ଲୋକେ ତ ଟଙ୍କିକିଆ ଚାଉଳ ଖାଉଛନ୍ତି ଆଉ ସେ ବାବଦରେ ଗ୍ୟାସରେ ପଇସା ଦିଅନ୍ତୁ ।
ଯେଉଁମାନେ ଟଙ୍କିକିଆ ଚାଉଳ ପାଉଛନ୍ତି ସବୁ ଘରେ ଗ୍ୟାସ । ଆଗରୁ ତ ଟଙ୍କିକିଆ ଚାଉଳ ମିଳୁ ନଥିଲା । 30 ଟଙ୍କା ଲେଖାଏଁ ଚାଉଳ ଥିଲା । ଏବେ ଯେହେତୁ ଟଙ୍କିକିଆ ଚାଉଳ ଖାଉଛନ୍ତି ତେଣୁ ଗ୍ୟାସ ବାବଦରେ ପଇସା ଦେବେ ବୋଲି କହିଛନ୍ତି ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ । ଗ୍ୟାସ ବଢିବ କମିବ ସେଇଟା ଚାଲିଛି । କମିଗଲା ବେଳେ ତ କେହି ଧନ୍ୟବାଦ ଦେଉ ନାହାନ୍ତି ବଢିଗଲେ ସମସ୍ତେ ଟିକିଏ ବିରୋଧ କରିବେ ।
ସେପଟେ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ବିଜେଡି ଓ ବିଜେପି ମିଶିକି ରହିଛନ୍ତି । ଯେତେ ଦର ବଢିଲେ ବି ବିଜେଡି ପ୍ରତିବାଦ କରିବ ନାହିଁ । କାରଣ ତେଲରେ ଅଧିକ ଭାଟ ଆକାରରେ ଅଧିକ ଟଙ୍କା ପାଉଛନ୍ତି ରାଜ୍ୟ ସରକାର । କିନ୍ତୁ ଆମେ ପ୍ରତିବାଦ କରିବୁ ବୋଲି କହିଛନ୍ତି ସାଲୁଜା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ