ETV Bharat / city

ପ୍ରଦୀପଙ୍କ କଳା ସାମ୍ରାଜ୍ୟର ପେଡି ଖୋଲିବି: ରମେଶ ଜେନା - MLA ramesh jena

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ପରେ ମୁଁହ ଖୋଲିଲେ ଗଞ୍ଜାମ ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା । 6 ତାରିଖରେ ଗଞ୍ଜାମ ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଲମ୍ବା ଇତିହାସର ପେଡି ଖୋଲିବି ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ବିଧାୟକ ରମେଶ ।

pradip arrest case
ପ୍ରଦୀପଙ୍କ କଳା ସାମ୍ରାଜ୍ୟର ପେଡି ଖୋଲିବି
author img

By

Published : Dec 4, 2020, 7:06 PM IST

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ପରେ ମୁଁହ ଖୋଲିଲେ ଗଞ୍ଜାମ ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା । ପ୍ରଦୀପଙ୍କ ବିରୋଧରେ ଜାଲିଆତି ଓ ବେଆଇନ ଅର୍ଥ କାରବାର ନେଇ ଇଡି ତଦନ୍ତ ଆରମ୍ଭ କରିଥିବା ବେଳେ ଗତକାଲି (ଗୁରୁବାର) ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ପ୍ରଦୀପଙ୍କ କଳା ସାମ୍ରାଜ୍ୟର ପେଡି ଖୋଲିବି

ତେବେ ପ୍ରଦୀପଙ୍କ ଗିରଫଦାରୀ ପରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବାବେଳେ ତାଙ୍କ କଳା ସାମ୍ରାଜ୍ୟର ପେଡି ଖୋଲିବି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା । ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫଦାରୀକୁ ସେ ଠିକ୍ ବୋଲି କହିଛନ୍ତି ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ମୋତେ 54 ଟି କେସ ଓ 3 ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ସେତେବେଳେ ମୋ ମା' କାନ୍ଦୁଥିଲା,ଏବେ କିଏ କାନ୍ଦୁଛି ଦେଖନ୍ତୁ। ସେତେବେଳେ ମୋ ଦଳ ମୋ ସହ ଥିଲା,ଏବେ ସେ ଜେଲ ଯାଇଛନ୍ତି, ହେଲେ ତାଙ୍କ ସହ ନା ତାଙ୍କ ଦଳ ଅଛି ନା ନିର୍ବାଚନ ମଣ୍ଡଳୀ ଲୋକେ ଅଛନ୍ତି ।’

ତେବେ 6 ତାରିଖରେ ଗଞ୍ଜାମ ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଲମ୍ବା ଇତିହାସର ପେଡି ଖୋଲିବା ସହ ପ୍ରଦୀପଙ୍କ କାରନାମା ବିଷୟରେ କହିବି ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ବିଧାୟକ ରମେଶ ଜେନା।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.