ETV Bharat / city

ତୈଳଦର ବୃଦ୍ଧି ପ୍ରସଙ୍ଗ, ବିଧାନସଭାରେ କେନ୍ଦ୍ର ଉପରେ ବର୍ଷିଲେ ନରସିଂହ

ପେଟ୍ରୋଲ ଡିଜେଲ ଦରବୃଦ୍ଧି ନେଇ ଗୃହରେ ଆଲୋଚନା । ଶୂନ୍ୟ କାଳରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ...

author img

By

Published : Feb 27, 2021, 12:32 PM IST

ତୈଳଦର ବୃଦ୍ଧି ପ୍ରସଙ୍ଗ
ତୈଳଦର ବୃଦ୍ଧି ପ୍ରସଙ୍ଗ

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଶୋଧିତ ତୈଳ ଦର କମ ଥିବାବେଳେ ତୈଳ ଦର ବୃଦ୍ଧିକୁ ନେଇ ଉଠାଇଲେ ପ୍ରଶ୍ନ । ପଡୋଶୀ ଦେଶରେ କମ ଦାମରେ ପେଟ୍ରୋଲ ଡିଜେଲ ମିଳୁଥିଲେ ମଧ୍ୟ ଭାରତରେ କାହିଁକି ମିଳୁନି ବୋଲି ପ୍ରଶ୍ନ କଲେ ନରସିଂହ ।

ବିଧାନସଭା ଶୂନ୍ୟକାଳରେ ତୈଳ ଦର ବୃଦ୍ଧିକୁ ନେଇ ଏପରି ପ୍ରଶ୍ନ କରିଛନ୍ତି ନରସିଂହ । ଟିକସ କମାଅ ବୋଲି ଆରବିଆଇ ଗଭର୍ଣ୍ଣର କହୁଛନ୍ତି । କେହି କଣ ଜାଣିପାରୁନାହାନ୍ତି କି ବୋଲି ପ୍ରଶ୍ନ କରିବା ସହ କେନ୍ଦ୍ରର ଦାୟିତ୍ବ ଅଧିକ ବୋଲି କହିଛନ୍ତି ନରସିଂହ ।

ଏହାକୁ ଜିଏସଟିରେ କାହିଁକି ଅନ୍ତର୍ଭୁକ୍ତ କରାଗଲାନି । ପୂର୍ବରୁ ମଧ୍ୟ ଗୃହରେ ମଦ ଓ ପେଟ୍ରୋଲ, ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କରିବା ପାଇଁ କୁହାଯାଇଛି । ଏବେ କେନ୍ଦ୍ରମନ୍ତ୍ରୀ କଣ କହୁଛନ୍ତି, ସେ ତ ନିଜେ ସରକାର । ଏ କାମ ନ କରି କଥା କଣ କହୁଛନ୍ତି ବୋଲି କହିଲେ ନରସିଂହ । ଖାଲି କଥାରେ ନୁହେଁ କାମରେ କରିବା ଦରକାର । ୟୁପିଏ ସରକାର ସମୟରେ ପେଟ୍ରୋଲ ଡିଜେଲ ଦରବୃଦ୍ଧି ବେଳେ ଯିଏ ଦେଶଦ୍ରୋହୀ ବୋଲି କହୁଥିଲା ସେ କୁହନ୍ତୁ ଏବେ କିଏ ଦେଶଦ୍ରୋହୀ ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି । ଏହା ସହ ଦର କମାଇବା ପାଇଁ ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.