ETV Bharat / city

ଦିଲ୍ଲୀରୁ ଫେରିଲେ କଂଗ୍ରେସ ନେତା ଓ ବିଧାୟକ, ଖୁବଶୀଘ୍ର ଘୋଷଣା ହେବେ ପିସିସି ମଙ୍ଗୁଆଳ

author img

By

Published : May 10, 2022, 4:11 PM IST

ଦିଲ୍ଲୀରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରି ଫେରିଲେ ଓଡିଶା କଂଗ୍ରେସର ବରିଷ୍ଠ ନେତା । ପିସିସି ସଭାପତି ଅଙ୍କ ଛିଡାଇବା ଲାଗି ଦିଲ୍ଲୀରେ ଡେରା ପକାଇଥିଲେ ନେତା ଓ ବିଧାୟକ । ଅଧିକ ପଢନ୍ତୁ

ଦିଲ୍ଲୀରୁ ଫେରିଲେ କଂଗ୍ରେସ ନେତା ଓ ବିଧାୟକ
ଦିଲ୍ଲୀରୁ ଫେରିଲେ କଂଗ୍ରେସ ନେତା ଓ ବିଧାୟକ

ଭୁୂବନେଶ୍ବର: ଦିଲ୍ଲୀରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରି ଫେରିଲେ ଓଡିଶା କଂଗ୍ରେସର ବରିଷ୍ଠ ନେତା । ଓଡିଶା ଫେରିବା ପରେ କଂଗ୍ରେସ ନେତା ଉତ୍ସାହିତ ଥିବା ଜଣାପଡିଛି । ପିସିସି ସଭାପତି ଅଙ୍କ ଛିଡାଇବା ଲାଗି ଦିଲ୍ଲୀରେ ଡେରା ପକାଇଥିଲେ ନେତା ଓ ବିଧାୟକ ।

ଦିଲ୍ଲୀରୁ ଫେରିଲେ କଂଗ୍ରେସ ନେତା ଓ ବିଧାୟକ

ତେବେ ରାହୁଲଙ୍କୁ ଭେଟିବା ପରେ ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ରାଜନ ଏକା ଓ ରମେଶ ଜେନା ଓଡିଶା ଫେରିଛନ୍ତି । ଏପଟେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ଏକ ହୋଇ ରହିବା ସହ ସଂଗଠନ ମଜବୁତ୍‌ କରିବା ଦିଗରେ ସମସ୍ତେ ମିଳିମିଶି କାମ କରିବା ଜରୁରୀ । ଏଥିସହ ଶୃଙ୍ଖଳା ରକ୍ଷା କରି ଏକଜୁଟ୍‌ ହୋଇ କାମ କର ବୋଲି ରାହୁଲ କହିଥିବା ନରସିଂହ ମିଶ୍ର କହିଛନ୍ତି ।

ସେହିପରି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆଲୋଚନା ଭଲ ହୋଇଛି । ରାହୁଲ ଗାନ୍ଧୀ ବୈଠକରେ ଆମ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଆଗକୁ ସବୁ ନେତା ଓ କର୍ମୀ ମିଳିମିଶି କାମ କରିବାକୁ କହିଛନ୍ତି । ସେହଭଳି ସନ୍ତୋଷ ସିଂ ସାଲୁଜା ମଧ୍ୟ ପ୍ରତିକ୍ରିୟାରେ କହିଛନ୍ତି, ଖୁବ୍‌ ଜଲଦି ନୂଆ ପିସିସି ସଭାପତି ଘୋଷଣା ହେବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.