ETV Bharat / city

ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା: ମାନବାଧିକାର ଆୟୋଗକୁ ଭେଟିଲା ପ୍ରଦେଶ କଂଗ୍ରେସ - ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ

ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜ୍ୟ ମାନବାଧିକାର ଆୟୋଗ ନିକଟରେ ଅଭିଯୋଗ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 20, 2019, 4:36 AM IST

ଭୁବନେଶ୍ବର: ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜ୍ୟ ମାନବାଧିକାର ଆୟୋଗ ନିକଟରେ ଅଭିଯୋଗ କରାଯାଇଛି । ଶନିବାର ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଏକ ସ୍ମାରକ ପତ୍ର ରାଜ୍ୟ ମାନବାଧିକାର ଆୟୋଗଙ୍କୁ ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, ଏହି ଘଟଣାର ସାକ୍ଷୀମାନଙ୍କୁ ଓ ତାଙ୍କ ଏକ ମାତ୍ର 7 ବର୍ଷର ଝିଅକୁ କିଭଳି ସୁରକ୍ଷା ପ୍ରଦାନ କରାଯିବ ସେନେଇ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଝିଅର ଲାଳନ ପାଳନ ପାଇଁ 5 ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେବା ସହ ଘଟଣାର ସମସ୍ତ କେସ ଡାଏରୀ ଅକ୍ଟୋବର 30 ସୁଦ୍ଧା କମିଶନଙ୍କ ପାଖରେ ଉପସ୍ଥାପନ କରିବାକୁ କୁହାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ପର୍ଦ୍ଦାଫାସ କରିବାକୁ ଯାଇ ଏହାକୁ ଆତ୍ମହତ୍ୟାର ରୂପ ଦେଇଛନ୍ତି । ଏହାକୁ କଂଗ୍ରେସ ବିରୋଧ କରିବା ସହ କେଉଁ ପରିସ୍ଥିତିରେ ମହିଳା ଜଣଙ୍କ ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ କରିଛନ୍ତି । ଅନୁସନ୍ଧାନରେ ସମସ୍ତ ଦିଗକୁ ବାଟବଣା କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅତି ଚତୁରତା ସହ କାହା ଚାପରେ ସ୍ବର୍ଗତଃ ମହିଳାଙ୍କ ଚରିତ୍ର ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ତାହା ଅତି ନିନ୍ଦନୀୟ ବୋଲି କଂଗ୍ରେସ କହିଛି ।

ଗେଷ୍ଟ ହାଉସରେ ଲାଗିଥିବା ସିସିଟିଭି କ୍ୟାମେରା ଠିକ ସେହି ଦିନ କିଭଳି ଭାଙ୍ଗିଗଲା ଏବଂ ସିସିଟିଭିର ହାର୍ଡ଼ ଡିସ୍କକୁ ଜବତ କରି ସାଇଣ୍ଟିଫିକ ଟିମ ମାଧ୍ୟମରେ ଯାଞ୍ଚ କଲେ କେଉଁମାନେ ସାମିଲ ଅଛନ୍ତି ଜଣାପଡିବ ବୋଲି କଂଗ୍ରେସ କହିଛି । ଏହାଛଡା ସମ୍ପୃକ୍ତ ମହିଳାଙ୍କ ପରିବାରଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ କଂଗ୍ରେସ ଦଳ ଆଗାମୀ ଦିନରେ ସାରା ରାଜ୍ୟରେ ଜନ ଆନ୍ଦୋଳନ ଜାରି ରଖିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ଭିଏଲଡବ୍ଲୁ ସ୍ମିତାରଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ରାଜ୍ୟ ମାନବ ଅଧିକାର ଆୟୋଗ ଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାରିଦାସପୁର ପିଇଓ ସ୍ମିତାରଣୀ ବିଶ୍ବାଳଙ୍କ ରହସ୍ୟମୟ ସସନ୍ଦେହ ଜଣକ ମୃତ୍ୟୁକୁ ନେଇ ରାଜ୍ୟରେ ଗଭୀର ଆଲୋଡନ ସୃଷ୍ଟି ହୋଇଛି। ଆଜି ବାରବାଟୀ କଟକ ବିଧାୟକ ଅଧ୍ୟକ୍ଷ ତାରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

Body:

ସୂଚନା ଅନୁଯାୟୀ, ଏହି ଘଟଣାର ସଖୀ ମାନଙ୍କୁ ଓ ଏକ ମାତ୍ର 7 ବର୍ଷ ର ଝିଅ କିଭଳି ଲାଳନପାଳନ କରାଜୀବ ଓ ଛୋଟ ଝିଅ ର କିଭଳି ଭାବରେ ଭବିଷ୍ୟତରେ ସୁରକ୍ଷିତ ରଖାଯାଇପାରିବ ସେନେଇ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। 7 ବର୍ଷ ର ଝିଅର ଲାଳନପାଳନ ପାଇଁ। 5 ହଜାର ଟଙ୍କା ଦେବା ପାଇଁ ନିର୍ଦେଶ ଦେବା ସହ ଘଟଣାର ସମସ୍ତ କେସ ଡାଏରି ଅକ୍ଟୋବର30 ସୁଧା କମିଶନଙ୍କ ପାଖ ରେ ଉପସ୍ଥାପନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।
ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ଫରଦାଫାର୍ସ କରିବାକୁ ଯାଇ ଏହା ଏକ ଆତ୍ମହତ୍ୟା ରୂପ ଦେଇଛନ୍ତି। ଏହି ଫରଦାଫାର୍ସ କୁ କଂଗ୍ରେସ ଦୃଢତାର ସହ ବିରୋଧ କରିବା ସହ କେଉଁଇଁ ପରିସ୍ଥିତିରେ ମହିଳା ଜଣଙ୍କ ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ କରିଛନ୍ତି। ଅନୁ ସନ୍ଧାନରେ ସମସ୍ତ ଦିଗକୁ ବାଟ ବନା କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ୟକ ଆତି ଚତୁରତା ସହ ଏବଂ କାହା ଚାପରେ ସ୍ବର୍ଗତ ମହିଳାଙ୍କ ଚରିତ୍ର ପ୍ରତି ଆଙ୍ଗୁଳି ନିର୍ଦେଶ କରିଛନ୍ତି ତାହା ଅତି ନିଧନୀୟ ବୋଲି କଂଗ୍ରେସ କହିଛି।
ଗେଷ୍ଟ ହାଉସ ରେ ଲାବିଥିବା ସିସିଟିଭି କ୍ୟାମେରା ଠିକ ସେହି ଦିନ କିଭଳି ଭାଙ୍ଗିଗଲା ଏବଂ ସିଆଇଟିଭିର ହାଡ଼ ଡିସ୍କ କୁ ଜବତ କରି ସାଇନଟିଫିକ ଟିମ ମାଧ୍ୟମରେ ହାଡ଼ ଡିସ୍କ କୁ ପରୀକ୍ଷା କଲେ କେଉଁଇଁ ମାନେ ସାମିଲ ଅଛନ୍ତି ଜଣାପଡିବ ବୋଲି କଂଗ୍ରେସ କହିଛି। ଏହା ଛଡା ଉକ୍ତ ମହିଳା ଙ୍କ ପରିବାରଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ କଂଗ୍ରେସ ଦଳ ଆସନ୍ତା ଦିନ ସାରା ରାଜ୍ୟରେ ଜଣ ଆନ୍ଦୋଳନ ଜାରି ରଖିବ ।

visual send wrap

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.