ETV Bharat / city

ମେଣ୍ଟିବ ବିବାଦ, ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ଉପସ୍ଥିତିରେ କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ - କଂଗ୍ରେସ ବିଧାୟକ ଦଳ ବୈଠକ

ପରୀ ହତ୍ୟା ପ୍ରସଙ୍ଗରେ କଂଗ୍ରେସରେ ଦେଖାଦେଇଥିବା ମାନଅଭିମାନ ଦୂର ହେବ । ଏନେଇ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ଉପସ୍ଥିତିରେ କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ପ୍ରଭାରୀ ଏ ଚେଲ୍ଲାକୁମାର
ପ୍ରଭାରୀ ଏ ଚେଲ୍ଲାକୁମାର
author img

By

Published : Dec 4, 2020, 12:52 PM IST

Updated : Dec 4, 2020, 1:59 PM IST

ଭୁବନେଶ୍ବର: କଂଗ୍ରେସ ଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି । ଓଡିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ଉପସ୍ଥିତିରେ ବୈଠକ ଚାଲିଛି । ପରୀ ହତ୍ୟା ଘଟଣାରେ କଂଗ୍ରେସ ବିଧାୟକମାନଙ୍କ ମତଭେଦ ପ୍ରସଙ୍ଗରେ ଜୋରଦାର ଆଲୋଚନା ହେଉଥିବା ସୂଚନା ମିଳିଛି ।

ପ୍ରଭାରୀ ଏ ଚେଲ୍ଲାକୁମାର

ତେବେ ବୈଠକ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର । ସେ କହିଛନ୍ତି, ‘ବିଧାୟକ ମାନଙ୍କର ବୁଝାମଣା ଅଭାବରୁ ଏଭଳି ମତଭେଦ ଆସିଲା । ସମସ୍ତେ ବସି ସେସବୁ ପ୍ରସଙ୍ଗରେ ଆଲୋଚନା କରାଯିବ । ଏ ଘଟଣାରେ ରାଜନୀତି ନ ହୋଇ ପରୀକୁ ନ୍ୟାୟ ମିଳିବା ଦରକାର ।’

ସେହିପରି ସିବିଆଇ ଅନେକ ଘଟଣାର ତଦନ୍ତ କରୁଛି, ଫଳ ଶୂନ ହୋଇଛି । ଏବେ ପରୀ ଘଟଣାରେ କୋର୍ଟ ମନିଟରିଂ ଏସଆଇଟି ତଦନ୍ତ ହେଉଛି । କଂଗ୍ରେସ ମଧ୍ୟ ଏ ଦାବି କରିଥିଲା ଓ ଆଗେ ଏ ପ୍ରସଙ୍ଗ ଉଠାଇଥିଲା ବୋଲି ସେ କହିଛନ୍ତି । ସେପଟେ ବିଜେପି ନେତା ସମ୍ବିତ ପାତ୍ରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ‘ସମ୍ବିତ ପାତ୍ରଙ୍କର କୌଣସି ଅଧିକାର ନାହିଁ କଂଗ୍ରେସ ଉପରେ ଆରୋପ ଆଣିବାର । ବିଜେପି ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ବହୁତ ଉଦାହରଣ ଅଛି ଯେଉଁଥିରେ ବିଜେଡି-ବିଜେପିକୁ ସମର୍ଥନ କରିଛି । ରାଜ୍ୟସଭା ସିଟ୍‌ ବି ଦେଇଛି ।’

ତେବେ ଆଜିର ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ କଂଗ୍ରେସର 6 ଜଣ ବିଧାୟକ ଉପସ୍ଥିତ ଅଛନ୍ତି । କଂଗ୍ରେସର 9 ଜଣ ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ମହମ୍ମଦ ମୋକିମ, ରମେଶ ଜେନା, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ସୁରେଶ ରାଉତରାୟ ଉପସ୍ଥିତ ଥିବାବେଳେ ବିଧାୟକ ରାଜେନ ଏକ୍କା, ଅଧିରାଜ ପାଣିଗ୍ରାହୀ ଓ ଦାଶରଥି ଗମାଙ୍ଗ ଅନୁପସ୍ଥିତ ରହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Dec 4, 2020, 1:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.