ETV Bharat / city

'ରାହୁଲଙ୍କ ଇସ୍ତଫା ପରେ ନଷ୍ଟଭ୍ରଷ୍ଟ ହେବ କଂଗ୍ରେସ'

୨୦୧୯ ସାଧାରଣ ନିର୍ବାଚନ ପରେ କଂଗ୍ରେସ ଦଳର ବଡ ବିପର୍ଯ୍ୟୟ ପରେ ରାହୁଲ ଗାନ୍ଧୀ ଇସ୍ତଫା ଦେଇଛନ୍ତି। ଦଳରୁ ତାଙ୍କ ଉପରେ ବହୁତ ଚାପ ପଡୁଥିଲା ପଦବୀ ବଜାୟ ରଖିବା ପାଇଁ । ତେବେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ଫରେ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟର ଦଳୀୟ କର୍ମୀ ।

author img

By

Published : Jul 3, 2019, 11:44 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ପରେ କଂଗ୍ରେସ ଦଳର ବଡ ବିପର୍ଯ୍ୟୟ ପରେ ରାହୁଲ ଗାନ୍ଧୀ ଇସ୍ତଫା ଦେଇଛନ୍ତି । ଦଳରୁ ତାଙ୍କ ଉପରେ ବହୁତ ଚାପ ପଡୁଥିଲା ପଦବୀ ବଜାୟ ରଖିବା ପାଇଁ । ଯେହେତୁ ବିଭିନ୍ନ ସ୍ତରରେ ଖାସ କରି ବିଜେପି ଓ ଅନ୍ୟ ଦଳମାନେ ନିର୍ବାଚନରେ କଂଗ୍ରେସ ହାରିବା ପରେ ସମାଲୋଚନା କରୁଥିଲେ ସେ ନେଇ ରାହୁଲ ଗାନ୍ଧୀ ଇସ୍ତଫା ଦେଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ବଜାୟ ରଖିବାକୁ ସାରା ଦେଶରୁ କଂଗ୍ରେସ ନେତା କର୍ମୀ ଚାପ ପକାଉଥିଲେ । ଏପରିକି ରାହୁଲ ଯଦି ଇସ୍ତଫା ନେଇ ମତ ପରିବର୍ତ୍ତନ ନକରନ୍ତି ତାହେଲେ ସମସ୍ତେ କଂଗ୍ରେସରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ରାହୁଲ ନିଜ ଜିଦରୁ ହଟିଲେ ନାହିଁ । ବୁଧବାର କଂଗ୍ରେସ ଅଧ୍ୟକ୍ଷ ପଦରୁ ଶେଷରେ ବିଧିବଦ୍ଧ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧୀ ।

ଦଳର ଶୋଚନୀୟ ବିପର୍ଯ୍ୟୟର ଉତ୍ତର ଦାୟିତ୍ୱ ସେ ନିଜେ ନେଉଛନ୍ତି ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । କ୍ଷମତାର ଇଚ୍ଛାକୁ ବଳି ନଦେଲେ ଆଦର୍ଶ ଗତ ଲଢେଇରେ ବିରୋଧୀଙ୍କୁ ପରାସ୍ତ କରିବା ସମ୍ଭବ ନୁହେଁ ବୋଲି ଏକ ଟ୍ୱିଟରେ ଦର୍ଶାଇଛନ୍ତି ରାହୁଲ । ବର୍ତ୍ତମାନ ନୂଆ ସଭାପତି କିଏ ହେବ ତାକୁ ନେଇ ଚର୍ଚ୍ଚା । ଅନ୍ୟପକ୍ଷରେ ପିସିସି ସଭାପତି ପରିବର୍ତ୍ତନ ଏବେ ହେବାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ।

କିନ୍ତୁ ପିସିସି ସ୍ତରରେ ଖୁବଶୀଘ୍ର ଅନ୍ୟାନ୍ୟ କର୍ମକର୍ତ୍ତା ପରିବର୍ତ୍ତନ ନେଇ ସିଂହ ସୂଚନା ଦେଇଛନ୍ତି ।

ଏ ନେଇ ଜଟଣୀ ବିଧାୟକ ସୁର ରାଉତରାୟ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରତିକ୍ରିୟା ଦେଇଛନ୍ତି ।

ସାରା ଭାରତ ବର୍ଷରେ କଂଗ୍ରେସ ଅବସ୍ଥା ଖରାପ ଅଛି । ରାହୁଲ ଇସ୍ତଫା ଦେଲେ କଂଗ୍ରେସ ଉପରେ ଖରାପ ପ୍ରଭାବ ପଡିବ । କଂଗ୍ରେସ ନଷ୍ଟ ଭ୍ରଷ୍ଟ ହୋଇଯିବ । ଭାରତବର୍ଷର ସର୍ବପୁରାତନ ଦଳ ଛାରଖାର ହୋଇଯିବ । ଏତେବଡ଼ ଦାୟିତ୍ୱ ନେବାପାଇଁ କେହି ଯୋଗ୍ୟ ନୁହଁନ୍ତି ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି ।

ସେ ଇସ୍ତଫା ପତ୍ରକୁ ଫେରାଇ ନେବାକୁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି । ରାହୁଲଗାନ୍ଧୀଙ୍କ ଇସ୍ତଫାରେ ମୁଁ ଗଭୀର ମର୍ମାହତ । କଂଗ୍ରେସ ଦଳରେ ରାହୁଲଙ୍କ ବିକଳ୍ପ କେହି ନାହାଁନ୍ତି । ରାହୁଲ ଗାନ୍ଧୀ ଏକ ସ୍ୱତନ୍ତ୍ର ନେତା, ଭାରତବର୍ଷକୁ ଆଗକୁ ନେବାକୁ ତାଙ୍କର ଇଚ୍ଛାଶକ୍ତି, ଶ୍ରଦ୍ଧା, ନୀତି ଓ ନୈତିକତା ଅତ୍ୟନ୍ତ ଦୃଢ । ସେ କଂଗ୍ରେସର ସିପାହୀ ସାଧାରଣ ଲୋକେ ଦଳିତ,ଆଦିବାସୀ ଓ ବନବାସୀଙ୍କ ସେ ମିତ୍ର । ତେଣୁ ତାଙ୍କ ଇସ୍ତଫା ଦଳ ପାଇଁ କ୍ଷତି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:Body:

'କଂଗ୍ରେସ ନଷ୍ଟ ଭ୍ରଷ୍ଟ ହୋଇଯିବ'

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ପରେ କଂଗ୍ରେସ ଦଳର ବଡ ବିପର୍ଯ୍ୟୟ ପରେ ରାହୁଲ ଗାନ୍ଧୀ ଇସ୍ତଫା ଦେଇଛନ୍ତି। ଦଳରୁ ତାଙ୍କ ଉପରେ ବହୁତ ଚାପ ପଡୁଥିଲା ପଦବୀ ବଜାୟ ରଖିବା ପାଇଁ । ଯେହେତୁ ବିଭିନ୍ନ ସ୍ତରରେ ଖାସ କରି ବିଜେପି ଓ ଅନ୍ୟ ଦଳମାନେ ନିର୍ବାଚନରେ କଂଗ୍ରେସ ହାରିବା ପରେ ସମାଲୋଚନା କରୁଥିଲେ ସେ ନେଇ ରାହୁଲଗାନ୍ଧୀ ଇସ୍ତଫା ଦେଇଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.