ETV Bharat / city

ଦଳର ପରାଜୟ ପାଇଁ ନିଜକୁ ଦାୟୀ କରୁଛନ୍ତି କଂଗ୍ରେସ ନେତା - congress leader

କଂଗ୍ରେସ ପରାଜୟ ପାଇଁ ନିଜକୁ ଦାୟୀ କରୁଛନ୍ତି ନେତା । ଲୋକଙ୍କୁ ଦେଇଥିବା କଥା ରଖିପାରିଲୁନି ସେଥିଲାଗି ପରାଜୟ ହେଲା ବୋଲି ପିସିସି ସଭାପତି କହୁଥିବାବେଳେ ବିରୋଧୀ ସିଟରେ ରହି କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହୋଇପାରିଲା ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ଭକ୍ତ ଦାସ ।

ଫାଇଲ ଫଟୋ
author img

By

Published : Jun 2, 2019, 9:06 AM IST

ଭୁବନେଶ୍ବର: ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କଲା କଂଗ୍ରେସ । ରାଜ୍ୟରେ କଂଗ୍ରେସ ଗତ ଥର ଅକ୍ତିଆର କରିଥିବା 16 ବିଧାନସଭା ଆସନରୁ ଖସି ଚଳିତ ଥର 9ରେ ପହଞ୍ଚିଲା । ମୁଖ୍ୟ ବିରୋଧୀ ଦଳର ଭୂମିକା ନିଭାଉଥିବା କଂଗ୍ରେସ ଚଳିତ ଥର ବିଜେପିକୁ ଆଗକୁ ଛାଡିଦେଲା । ତେବେ ଦଳର ଏପରି ଦୟନୀୟ ସ୍ଥିତି ପାଇଁ ଦାୟୀ କିଏ ? କଣ ପାଇଁ ଦଳ ରାଜ୍ୟରେ ତୃତୀୟ ସ୍ଥାନକୁ ଖସିଲା ? ଏସବୁର ବର୍ତ୍ତମାନ କାରଣ ଖୋଜାଚାଲିଥିବାବେଳେ ଦଳର ନେତାମାନେ ନିଜକୁ ଦାୟୀ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଲୋକଙ୍କୁ ଦେଇଥିବା କଥା ରଖିପାରିଲାନି କଂଗ୍ରେସ । ଛଅ ମାସ ଆଗରୁ ଟିକେଟ ବଣ୍ଟନ କଥା ହେଉ, କି ପରିବାର ପିଛା ଜଣଙ୍କୁ ଟିକେଟ ହେଉ, ଅଥବା ଅମାନତ ହରାଇଥିବା ପ୍ରାର୍ଥୀଙ୍କୁ ଟିକେଟ ନ ଦେବା କଥା ହେଉ ସବୁଥିରେ ଫେଲ୍‌ ମାରିଲା ରାଜ୍ୟ କଂଗ୍ରେସ । ଯାହା ଦଳକୁ ରସାଦଳକୁ ନେବାରେ ପ୍ରମୁଖ ଭୂମିକା ନିଭାଇଲା ବୋଲି ଚର୍ଚ୍ଚା ହେଉଛି । ଯାହାକୁ ଖୋଦ୍‌ ପିସିସି ସଭାପତି ସ୍ବୀକାର କରିବା ପରେ ରାଜନୈତିକ ଅଳିନ୍ଦୁରେ ଚର୍ଚ୍ଚା ଜୋର ଧରିଛି ।

ସେପଟେ ଦଳର ହାରିବା ପଛରେ କଂଗ୍ରେସର ବିରୋଧୀ ଭୂମିକା ଠିକ୍‌ ଭାବେ ନ ଲିଭାଇବାକୁ ଦାୟୀ କରିଛନ୍ତି ଦଳର ନେତା । କଂଗ୍ରେସ ନେତା ଭକ୍ତ ଦାସ କହିଛନ୍ତି, ବିରୋଧୀ ସିଟରେ ରହି କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହୋଇପାରିଲା ନାହିଁ । ଯେଉଁଥିପାଇଁ ଦଳ ବିପର୍ଯ୍ୟୟର ସାମ୍ନା କଲା । ଆଉ ଏଥିପାଇଁ ସମସ୍ତେ ଦାୟୀ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

Intro:() ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ କିଏ ଦାୟୀ ? ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇଙ୍ଗିତ କାହା ଆଡକୁ ? ସେ ଛଅ ମାସ ଆଗରୀ ଟିକେଟ ବଣ୍ଟନ କଥା ହେଉ କି ପରିବାର ପିଛା ଜଣଙ୍କୁ ଟିକେଟ ହେଉ କି ଗତ ନିର୍ବାଚନରେ ଅମାନତ ହରାଇଥିବା ପ୍ରାର୍ଥୀଙ୍କୁ ଟିକେଟଣା ଦେବା କଥା ହେଉ କାହିଁକି ଏଭଳି ନିଷ୍ପତ୍ତି ରେ ଅଟଳ ରହିଲାନି ଦଳ। ପିସିସି ସଭାପତି ଙ୍କ ଉପରେ କାହାର ଥିଲା ଚାପ। ନୂଆଦିଲ୍ଲୀ ରୁ ନା ରାଜ୍ୟର କିଛି ବରିଷ୍ଠ ନେତା କିଏ ଚାପ ପକାଇ ନିଷ୍ପତ୍ତି ବିରୋଧରେ ଯାଇଥିଲେ। ଖୁଲାମ ଖୁଲା ନନିଜେ ସଭାପତି ଏହା ଗଣମାଧ୍ୟମରେ କହିବା ପରେ ଏବେ ତାର କାରଣ ଖୋଜୁଛନ୍ତି ସମସ୍ତେ। ତେବେ କାହିଁକି ନିଷ୍ପତ୍ତି ପାଳନ କରାଗଲା ନାହିଁ ସେ ନେଇ ସଭାପତି କିଛି କହି ନଥିଲେ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି କି ଆମ କଥା ଆମେ ରଖି ପରିଲୁ ନାହିଁ। ପରୋକ୍ଷରେ ସେ କାହାକୁ ଇଙ୍ଗିତ କରିଛନ୍ତି ? ଜାଣିଶୁଣି କିଛି ସ୍ଥାନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି ହେଲେ ସେ କିଛି କରିବା ଅବସ୍ଥାରେ ନଥିଲେ ବୋଲି କହିଛନ୍ତି।

ସେହିପରି କାର୍ଯ୍ୟକାରୀ ସଭାପତି ଭକ୍ତ ଦାସ କହିଛନ୍ତି, ବିରୋଧୀ ସିଟରେ ରହି କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହୋଇପାରିଲା ନାହିଁ। ଏଥିପାଇଁ ଦାୟୀଆମେ ସମସ୍ତେ।

Body:ବାଇଟ ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

ବାଇଟ। ଭକ୍ତ ଦାସ, କଂଗ୍ରେସ କାର୍ଯ୍ୟକାରୀ ସଭାପତି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.