ETV Bharat / city

କଂଗ୍ରେସ ଛାଡୁଛନ୍ତି ମାଳ ମାଳ ନେତା, ବିଜେଡିର ଅନ୍ୟ ନାମ ବିଜୟ !

ବିରୋଧୀଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ମଧ୍ୟ ପ୍ରତ୍ୟକ ନିର୍ବାଚନରେ ଯେତେ ସଂଗଠନ ସୁଦୃଢ ଥାଉ ନା କାହିଁକି ସମସ୍ତେ ହାର ମାନୁଛନ୍ତି । ଶାସକ ବିଜେଡି ଆଗରେ ଅର୍ଥାତ ବିଜେଡି ଯେମିତି ବିଜୟର ବାନା ଧରି ରାଜୁତି କରୁଛି। ବିଜେଡିର ଅନ୍ୟନାମ ବିଜୟ। ନବୀନ କ୍ରେଜ ଅଧିକ ପଢନ୍ତୁ...

author img

By

Published : Oct 23, 2021, 10:06 PM IST

Congress leader suro routray reaction on bjd leadership
କଂଗ୍ରେସକୁ ଛାଡୁଛନ୍ତି ମାଳ ମାଳ ନେତା,ବିଜେଡିର ଅନ୍ୟ ନାମ ବିଜୟ ନା ପରାଜୟ !

ଭୁବନେଶ୍ବର: ସାଧାରଣ ନିର୍ବାଚନ ହେଉ କିମ୍ବା ଉପନିର୍ବାଚନ, ଶାସକ ବିଜେଡି ନାଁ ରେ ଯେ କୌଣସି ପ୍ରାର୍ଥୀ ମୁଣ୍ଡରେ ମୋହର ବାଜିଲା ସେ ହେଲା ରାଜା। ଓଡିଶାର ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ବିଜୁ ଜନତା ଦଳ ଏକ ଏଭଳି ଏକ ଅପରାଜୟ ଦଳ ହୋଇ ଉଦ୍ଭା ହୋଇଛି ଯାହା ବିରୋଧୀଙ୍କ ନିଦ ହଜାଇ ଦେଉଛି। ବିରୋଧୀଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ମଧ୍ୟ ପ୍ରତ୍ୟକ ନିର୍ବାଚନରେ ଯେତେ ସଂଗଠନ ସୁଦୃଢ ଥାଉ ନା କାହିଁକି ସମସ୍ତେ ହାର ମାନୁଛନ୍ତି । ଶାସକ ବିଜେଡି ଆଗରେ ଅର୍ଥାତ ବିଜେଡି ଯେମିତି ବିଜୟର ବାନା ଧରି ରାଜୁତି କରୁଛି। ବିଜେଡିର ଅନ୍ୟନାମ ବିଜୟ । ନବୀନ କ୍ରେଜ ଏତେ ବ୍ୟାପିଛି ଯେ ଅନ୍ୟ ଦଳରୁ ନେତା ଏବେ ବିଜେଡି ମୁଁହା, ଯାହାକୁ ଦେଖିବ ସମସ୍ତେ ନବୀନ ଭରସାରେ ବିଜେଡିରେ ଯୋଗ ଦେଉଛନ୍ତି।

ପ୍ରଚଳିତ ରାଜନୈତିକ ଦୃଶ୍ୟପଟରେ ସେ ମହିଳା ହୁଅନ୍ତୁ, ଯୁବଗୋଷ୍ଠୀ ବା ଛାତ୍ର ସମାଜ ସମସ୍ତେ ବିଜେଡି ମୁଁହା । ଯେତେ ଯାହା କଲେ ମଧ୍ୟ ନବୀନ କ୍ରେଜ ଆଗରେ ଫିକା ବିରୋଧୀ । ସ୍ବଚ୍ଛ ବ୍ୟକ୍ତିତ୍ବ, ନିର୍ମଳ ଭାବମୂର୍ତ୍ତି ଏବଂ ଅନୁଭବୀ ଏବଂ ସ୍ଥିତପ୍ରଜ୍ଞ ନିଷ୍ପତ୍ତି ହି ବିରୋଧୀ ଙ୍କୁ ଧରାଶାୟୀ କରୁଛି। ତେବେ କଂଗ୍ରେସରୁ କିଛି ମାସ ମଧ୍ୟରେ ବହୁ ହେଭିୱେଟ କଂଗ୍ରେସ ଛାଡି ଶଙ୍ଖ ଧରିଛନ୍ତି। ଏବେ ଆଗକୁ ମଧ୍ୟ ଆହୁରି ଅନେକ ବିଜେଡିରେ ସାମିଲ ହେବା ନିଶ୍ଚିତ। ଗତକାଲି ପ୍ରଦୀପ ମାଝୀ ମଧ୍ୟ କଂଗ୍ରେସ ଦଳ ରୁ ଇସ୍ତଫା ଦେଇଛନ୍ତି। ଯାହା ଶୁଣିବାକୁ ମିଳୁଛି ସେ ବିଜେଡିରେ ଯୋଗ ଦେବା ନିଶ୍ଚିତ। ଏଭଳି ସ୍ଥିତିରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଯାହା ଆଗକୁ ନିରଞ୍ଜନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ।

ଯେଉଁମାନେ ଅର୍ଥ ଲୋଭ,ରାତା ରାତି କିଛି ହୋଇଯିବାର ସ୍ବପ୍ନ ଦେଖୁଛନ୍ତି ସେମାନେ ଦଳ ଛାଡି ଯାଇପାରନ୍ତି। କଂଗ୍ରେସର କୌଣସି ଅସୁବିଧା ହେବନି। ଆଗକୁ ବିଜେଡିର ପରିଚୟ ହେବ ପରାଜୟ। ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପାୱାରକୁ ଆସିବ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.