ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ସୁରଙ୍କ ଅନୁରୋଧ, ପ୍ରଭୁ ଲିଙ୍ଗରାଜ ଜମିକୁ ରକ୍ଷାକର

author img

By

Published : Jan 25, 2022, 8:55 PM IST

ବାହାର ରାଜ୍ୟର ଖଣି ମାଫିଆ ପ୍ରଭୁ ଲିଙ୍ଗରାଜଙ୍କ ଜମି ଅଧିଗ୍ରହଣ କରୁଥିବା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଅଭିଯୋଗ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ସୁରଙ୍କ ଅନୁରୋଧ, ପ୍ରଭୁ ଲିଙ୍ଗରାଜ ଜମିକୁ ରକ୍ଷାକର
ମୁଖ୍ୟମନ୍ତ୍ରୀଙ୍କୁ ସୁରଙ୍କ ଅନୁରୋଧ, ପ୍ରଭୁ ଲିଙ୍ଗରାଜ ଜମିକୁ ରକ୍ଷାକର

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଜମିରେ ଜଣେ ବାହାର ରାଜ୍ୟର ବ୍ୟକ୍ତି JCB ଲଗାଇ ସଫା କରିବାକୁ ବିରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କୌଣସି ପରିସ୍ଥିତିରେ ମଧ୍ୟ ଠାକୁରଙ୍କ ଜମି ମାଫିଆଙ୍କ ହାତକୁ ଯିବାକୁ ଦେବୁ ନାହିଁ ବୋଲି କହିଛନ୍ତି ।

ଏଥିସହ ଏନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଆହ୍ବାନ କରିଛନ୍ତି ସୁର । ବରିଷ୍ଠ କଂଗ୍ରେସ ନେତା ସୁରଙ୍କ ଅଭିଯୋଗ ଅନୁଯାୟୀ, ଜଣେ ଖଣି ବ୍ୟବସାୟୀ ଲିଙ୍ଗରାଜ ମନ୍ଦିର ପାର୍ଶ୍ଵରେ ଥିବା ମହାପ୍ରଭୁଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଏହାର ଅନୁସନ୍ଧାନ କରନ୍ତୁ । ନହେଲେ କଂଗ୍ରେସ ଏହାର ଦୃଢ଼ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.