ଭୁବନେଶ୍ବର: କୋଭିଡ ମହାମାରୀ ସମୟରେ ସମସ୍ତ ଠିକା କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ସରକାର ସମସ୍ତ ଠିକା କର୍ମଚାରୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଅନ୍ତୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।
ସରକାର କିଛି ଠିକା କର୍ମଚାରୀଙ୍କୁ ଦରମା ବୃଦ୍ଧି କରିବା ପାଇଁ ଘୋଷଣା କଲେ ହେଲେ ରାଜ୍ୟର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ବହୁ ଠିକା କର୍ମଚାରୀ ଏ ସୁବିଧାରୁ ବଂଚିତ ଅଛନ୍ତି, ତେଣୁ ସରକାର ପକ୍ଷପାତିତା ନ କରି ତୁରନ୍ତ ସମସ୍ତଙ୍କୁ ସରକାରୀ ସୁବିଧା ଯୋଗାଇ ଦିଅନ୍ତୁ।
ରାଜ୍ୟରେ ପ୍ରାୟ 3 ଲକ୍ଷ ଠିକା କର୍ମଚାରୀ ସରକାରୀ ସହାୟତା ପାଇଁ ଲକ୍ଷ୍ୟ ରଖିଛନ୍ତି । ଯଦି ସରକାର ସେମାନଙ୍କ କଥା ନ ବୁଝନ୍ତି, ତେବେ ଆଗକୁ ସେମାନେ ବେକାର ହୋଇଯିବେ । କଳାକାରମାନେ ମଧ୍ୟ ଜୀବିକା ହରାଇଛନ୍ତି । ସେମାନଙ୍କୁ ମଧ୍ୟ କିଛି ପ୍ରୋତ୍ସାହନ ସରକାରୀ ସ୍ତରରେ ମିଳିବା ଦରକାର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ