ଖୋର୍ଦ୍ଧା: ନିଜର କଥା କହିବା ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ସୁର । ହେଲେ ଏବେ ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ । ଦୀର୍ଘଦିନ ମେଣ୍ଢାଶାଳର ହରିପୁର ମୌଜାର ପ୍ରାୟ 15ଏକର ଜାଗାକୁ ରାଜ୍ୟ ସରକାରଙ୍କ ଇଡ଼କୋ ନେଇ ଯିବାକୁ ପ୍ରତିବାଦ କରିଛନ୍ତି ସୁର ରାଉତରାୟ ।
ଆଜି ସ୍ଥାନୀୟ ଲୋକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ନିଆରା ପ୍ରତିବାଦ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । ସୂଚନା ଅନୁଯାୟୀ ହରିପୁର ମୌଜାର ଶାଳବାରି ମାଳକୁ ସେଠାକାର ସ୍ଥାୟୀ ହରିଜନମାନେ ବିଭିନ୍ନ ଚାଷ କରି ନିଜ ଜୀବନ ନିର୍ବାହ କରୁଥିଲେ । ଇଡ଼କୋ ସେହି ଜମିକୁ ତାଙ୍କଠାରୁ ନେବାକୁ ଚକ୍ରାନ୍ତ ଚାଳାଇଥିବା ସେମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ ।
ଯାହାର ପ୍ରତିବାଦରେ ସୁରଙ୍କ ସହ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିଆରା ପ୍ରତିବାଦ କରିଛନ୍ତି । ସହ ଉକ୍ତ ଜମିକୁ ଗରିବଙ୍କୁ ଫେରାଇଦେବାକୁ ଦାବି କରିଛନ୍ତି କଂଗ୍ରେସ ନେତା ସୁରେଶ ରାଉତରୟ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ