ETV Bharat / city

କଂଗ୍ରେସରେ ଆଭ୍ୟନ୍ତରୀଣ ବିବାଦ, ସୋନିଆଙ୍କ ତାଗିଦକୁ ପ୍ରଶଂସା କଲେ ସୁର

author img

By

Published : Oct 17, 2021, 8:12 PM IST

AICC ବୈଠକ ପରେ ଆସିଛି କଂଗ୍ରେସ ବିଧାୟକ ସୁରଙ୍କ ପ୍ରତିକ୍ରିୟା । ବୈଠକରେ ସେ ସୋନିଆଙ୍କ ତାଗିଦକୁ ପ୍ରଶଂସା କରିବା ସହିତ ଆଗକୁ ଦଳ ସୁସଙ୍ଗଠିତ ହେବ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

କଂଗ୍ରେସରେ ଆଭ୍ୟନ୍ତରୀଣ ବିବାଦ, ସୋନିଆଙ୍କ ତାଗିଦକୁ ପ୍ରଶଂସା କଲେ ସୁର
କଂଗ୍ରେସରେ ଆଭ୍ୟନ୍ତରୀଣ ବିବାଦ, ସୋନିଆଙ୍କ ତାଗିଦକୁ ପ୍ରଶଂସା କଲେ ସୁର

ଭୁବନେଶ୍ବର: ଅଖିଳ ଭାରତୀୟ କଂଗ୍ରେସ କମିଟି(AICC) ବୈଠକ ପରେ ଆସିଛି କଂଗ୍ରେସ ବିଧାୟକ ସୁର ରାଉତ ରାୟଙ୍କ ପ୍ରତିକ୍ରିୟା । ତେବେ ସୋନିଆ ଗାନ୍ଧୀ ହେଉଛନ୍ତି ଦଳର ସର୍ବୋଚ୍ଚ ନେତ୍ରୀ । ଯେଉଁମାନଙ୍କର କିଛି କହିବାର ଅଛି, ସେମାନେ ସିଧା ସୋନିଆ ଏବଂ ରାହୁଲଙ୍କ ପାଖରେ କଥା ରଖିପାରିବେ । ଆସନ୍ତା ବର୍ଷ ଅକ୍ଟୋବରରେ କଂଗ୍ରେସର ସାଙ୍ଗଠନିକ ନିର୍ବାଚନ ହେବ । ଆଗକୁ ଦଳ ଅଧିକ ସୁସଙ୍ଗଠିତ ହେବ ବୋଲି ସୁର କହିଛନ୍ତି ।

ସାରା ଦେଶରେ କଂଗ୍ରେସର ଏକ ପ୍ରକାର ଅଧପତନ ସ୍ଥିତି ଦେଖିବାକୁ ମିଳୁଛି । ବିଭିନ୍ନ ରାଜ୍ୟରେ କଡା ପ୍ରତ୍ୟାଖ୍ୟାନ ହେବାର ଚିତ୍ର ମଧ୍ୟ ସ୍ପଷ୍ଟ ବାରି ହୋଇପଡୁଛି । ଗୋଟିଏ ପଟେ ଲୋକଙ୍କ ଭରସା ଜିତିବାରେ କେଉଁଠି ନା କେଉଁଠି ପଛରେ ପଡି ଯାଇଛି କଂଗ୍ରେସ । ଅନ୍ୟପକ୍ଷରେ ଦଳ ମଧ୍ୟରେ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ ମୁଣ୍ଡ ଟେକିଛି, ଖାଲି ପିସିସି ନୁହେଁ ଅଖିଳ ଭାରତୀୟ କଂଗ୍ରେସ କମିଟିରେ ମଧ୍ୟ ହାଇ କମାଣ୍ଡଙ୍କ ଉପରକୁ ପରୋକ୍ଷରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ଦଳର ତୁଙ୍ଗ ନେତା ।

ଏହା ବି ପଢନ୍ତୁ: ପୁଣି କଂଗ୍ରେସ ହାଇକମାଣ୍ଡ ହେବେ କି ରାହୁଲ ? CWC ବୈଠକରେ ରଖିଲେ ଉତ୍ତର

ତେବେ ଏଭଳି ସ୍ଥିତିରେ ଗତକାଲି(ଶନିବାର) ଏଆଇସିସି ବୈଠକରେ କଡା ତାଗିଦ କରିଛନ୍ତି ଦଳର ମୁଖ୍ୟ ତଥା କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧୀ । କଂଗ୍ରେସରେ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଯଦି କାହାର କିଛି ଅଭିଯୋଗ ଅଛି ସେମାନେ ସିଧା ସଳଖ ମୋ ପାଖରେ କହିପାରିବେ ବୋଲି ବୈଠକରେ ସୋନିଆଙ୍କ କଡା ଆଭିମୁଖ୍ୟ ପରେ କଂଗ୍ରେସରେ ଛନକା ପଶିଛି । ସୋନିଆଙ୍କ ଏହି ତାଗିଦକୁ ପ୍ରଶଂସା କରିଛନ୍ତି ସୁର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.