ETV Bharat / city

Budget Session: ବିଧାନସଭାରେ ଉଠିଲା ସାମ୍ବାଦିକଙ୍କୁ ଲୋକସେବା ଭବନ ଛଡାଯିବା ପ୍ରସଙ୍ଗ

author img

By

Published : Mar 31, 2022, 12:53 PM IST

ସାମ୍ବାଦିକଙ୍କ ଲୋକସେବା ଓ ବିଧାନସଭା ପ୍ରବେଶ ପ୍ରସଙ୍ଗକୁ ନେଇ ପ୍ରକାଶ ପାଇଲା ଉଦବେଗ । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ଏନେଇ ଦାବି କରିଛନ୍ତି । ଅଧିକ ପଢନ୍ତୁ

Aseembly Session: ଶୂନ୍ୟ କାଳରେ ଉଠିଲା ଗୃହକୁ ସାମ୍ବାଦିକଙ୍କ ପ୍ରବେଶ ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭାରେ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ପ୍ରତିନିଧିଙ୍କ ଲୋକସେବା ଓ ଗୃହ ପ୍ରବେଶ ନେଇ ଉଠିଲା ଦାବି । ଆଜି(ଗୁରୁବାର) ଷୋଡ଼ଶ ବିଧାନସଭା ନବମ ବଜେଟ ଅଧିବେଶନର ଷଷ୍ଠ ଦିବସ । ଗୃହରେ ଶୂନ୍ୟ କାଳ ସମୟରେ ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ତୁରନ୍ତ ଏଥିଲାଗି ବ୍ୟବସ୍ଥା କରାଯାଉ ବୋଲି ସେ ଦାବି କରିଛନ୍ତି ।

ଏ ନେଇ ନରସିଂହ ଗୃହରେ କହିଛନ୍ତି ଯେ ମିଡ଼ିଆ ହେଉଛି ସମ୍ବିଧାନର ଚତୁର୍ଥ ସ୍ତମ୍ଭ । କାହିଁକି ଗଣମାଧ୍ୟମକୁ ଲୋକସେବା ଭବନ ଓ ବିଧାନସଭାର ପ୍ରେସ ଗ୍ୟାଲେରୀକୁ ଛଡ଼ା ଯିବନି ବୋଲି ସେ ପ୍ରଶ୍ନ କରିଛନ୍ତି । ତୁରନ୍ତ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛଡ଼ାଯାଉ ବୋଲି ସେ ଦାବି କରିଛନ୍ତି । ଏହାସହିତ ଏ ଦିଗରେ ସରକାର ବିଶେଷ ଦୃଷ୍ଟି ଦିଅନ୍ତୁ ବୋଲି ସେ କହିଛନ୍ତି । ଏ ନେଇ ମୋହନ ମାଝୀ କହିଛନ୍ତି ଯେ ରାଜ୍ୟରେ କୋରୋନା ପ୍ରକୋପ କମିଛି । ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି ।

ଏହା ବି ପଢନ୍ତୁ- Budget Session: 5Tକୁ ସୌମ୍ୟରଞ୍ଜନଙ୍କ ତେରଚ୍ଛା ବାଣ, କହିଲେ ସୃଷ୍ଟି ହେଉଛି ଜାତିଭେଦ

ତେବେ ଏଭଳି ସ୍ଥିତିରେ ପ୍ରେସ ଗ୍ୟାଲେରୀକୁ କାହିଁକି ସାମ୍ବାଦିକଙ୍କୁ ଛଡ଼ାଯିବନି । ସେମାନଙ୍କୁ ଖବର ସଂଗ୍ରହ ପାଇଁ ଭିତରକୁ ଛଡ଼ାଯିବା ଉଚିତ । ରାଜ୍ୟ ସରକାର କେଉଁ କଥା ଲୁଚାଇବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଛାଡୁନାହାନ୍ତି ବୋଲି ସେ ଶୂନ୍ୟକାଳରେ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.