ETV Bharat / city

ଭାରତ ଯୋଡ ପଦଯାତ୍ରା, ଓଡିଶା ଗସ୍ତରେ ଆସିବେ ଦିଗବିଜୟ ଏବଂ ଜୟରାମ - ଓଡି଼ଶା ଗସ୍ତରେ ଦିଗବିଜୟ

ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭାରତ ଯୋଡ଼ ପଦଯାତ୍ରା । ଏଥିଲାଗି ରାଜ୍ୟ ଗସ୍ତ କରିବେ କଂଗ୍ରେସ ହାଇ ପ୍ରୋଫାଇଲ ନେତା ଦିଗବିଜୟ ଏବଂ ଜୟରାମ । ଅଧିକ ପଢନ୍ତୁ

ଭାରତ ଯୋଡ଼ ପଦଯାତ୍ରା, ଓଡି଼ଶା ଗସ୍ତରେ ଦିଗବିଜୟ ଏବଂ ଜୟରାମ
ଭାରତ ଯୋଡ଼ ପଦଯାତ୍ରା, ଓଡି଼ଶା ଗସ୍ତରେ ଦିଗବିଜୟ ଏବଂ ଜୟରାମଭାରତ ଯୋଡ଼ ପଦଯାତ୍ରା, ଓଡି଼ଶା ଗସ୍ତରେ ଦିଗବିଜୟ ଏବଂ ଜୟରାମ
author img

By

Published : Sep 8, 2022, 5:29 PM IST

ଭୁବନେଶ୍ବର: ଓଡିଶାରେ ଖୁବଶୀଘ୍ର ଆରମ୍ଭ ହେବ "ଭାରତ ଯୋଡ" ପଦଯାତ୍ରା । ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ କଂଗ୍ରେସର ହାଇ ପ୍ରୋଫାଇଲ ତଥା ଭାରତ ଯୋଡ ପଦଯାତ୍ରାର ମୁଖ୍ୟ ଦିଗ ବିଜୟ ସିଂହ ଏବଂ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓଡି଼ଶା ଗସ୍ତ କରିବେ । କଂଗ୍ରେସର "ଭାରତ ଯୋଡ" ଜନସମ୍ପର୍କ ପଦଯାତ୍ରା କିଭଳି ଓଡ଼ିଶାରେ କାର୍ଯ୍ୟନ୍ଵୟନ ହେବ ସେ ନେଇ ଚଳିତ ମାସ ୧୭ ତାରିଖ ସଂଧ୍ୟାରେ ଭୁବନେଶ୍ବରରେ ଉଭୟ ପହଞ୍ଚିବେ । ବିଧାୟକ, ସଂସଦ, ଜିଲ୍ଲା ସଭାପତି, ବ୍ଲକ ସଭାପତି, ବରିଷ୍ଠ ପଦାଧିକାରୀଙ୍କ ସହ ୧୮ ତାରିଖରେ ଆକ୍ସନ ପ୍ଲାନ କରାଯିବ। ତା' ପରେ ଓଡ଼ିଶାରେ ଭାରତ ଯୋଡ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ ଇଟିଭି ଭାରତକୁ ଏକ୍ସକ୍ଲୁସିଭ୍ ବିବରଣୀ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଓଡିଶା ଗସ୍ତ କରିବେ ଦିଗବିଜୟ ଏବଂ ଜୟରାମ

ଏହା ବି ପଢନ୍ତୁ- Bharat Jodo Yatra: ଦ୍ବିତୀୟ ଦିନରେ କଂଗ୍ରେସ ଆରମ୍ଭ କଲା ପଦଯାତ୍ରା

ଓଡ଼ିଶାରେ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ବିଫଳତା ବିଷୟରେ ଅବଗତ କରାଇବା, ସାଧାରଣ ଲୋକଙ୍କ ସହ ଯୋଡି଼ ହେବା ଲକ୍ଷ୍ୟରେ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଆରମ୍ଭ ହୋଇଛି ଭାରତ ଯୋଡ ପଦଯାତ୍ରା । କଂଗ୍ରେସର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀ ଏହାର ନେତୃତ୍ବ ନେଉଛନ୍ତି । ସାରା ଭାରତରେ ପ୍ରାୟ ୫ ମାସରେ ୩୫୦୦ କିମି ଅତିକ୍ରମ କରିବ ଏହି ପଦଯାତ୍ରା । ଓଡ଼ିଶାରେ ମଧ୍ୟ ପ୍ରାୟ ୨ ହଜାର କିମି ପଦଯାତ୍ରା ଅତିକ୍ରମ କରିବ ଏହି ଜନସମ୍ପର୍କ ପଦଯାତ୍ରା ।

ଏହା ବି ପଢନ୍ତୁ- କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ, ଫଳପ୍ରଦ ହେବ କହିଲେ ସୁର

ସେପ୍ଟେମ୍ବର ୭ ତାରିଖ ଠାରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ ଏହି ଯାତ୍ରା କାଶ୍ମୀରରେ ଶେଷ ହେବ । କଂଗ୍ରେସ ନେତାମାନେ ବୁଧବାର ଭାରତ ଯୋଡ଼ ଯାତ୍ରାର ଦ୍ବିତୀୟ ଦିନରେ ପଦଯାତ୍ରା ଆରମ୍ଭ କରିଛନ୍ତି । ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ବରିଷ୍ଠ ନେତା ତଥା ସାଂସଦ ପି ଚିଦାମ୍ବରମ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ କନ୍ୟାକୁମାରୀର ଅଗିସ୍ତିଶ୍ବରମକୁ ପଦଯାତ୍ରା କରିଥିଲେ ।

ଏହି ଯାତ୍ରା ଆରମ୍ଭ କରିବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କନ୍ୟାକୁମାରୀ ଗସ୍ତ କରି ସେଠାରେ ବାପା ରାଜୀବ ଗାନ୍ଧୀଙ୍କ ସ୍ମାରକୀ ପୀଠ ଦର୍ଶନ କରିଥିଲେ । ରାହୁଲଙ୍କ ସହ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ କେ.ସି ବେଣୁଗୋପାଲ, ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ତାମିଲନାଡୁ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ରହିଥିଲେ । ବିଜେପି ବିରୋଧରେ କଂଗ୍ରେସ ଏହି ‘ଭାରତ ଯୋଡ଼ ଯାତ୍ରା’ ଆୟୋଜନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.